ଦୁଇ ଜଣ ଲୋକ କଳି କରୁଥିଲେ। ସେମାନେ ମୁହଁକୁ ମୁହଁ ଯୋଡ଼ି ପରସ୍ପରକୁ ଅତି ଉଚ୍ଚ ସ୍ବରରେ ଗାଳି ଦେଉଥିଲେ। ଏ କଥା ଦେଖିଲେ ଜଣେ ସାଧୁ। ସେ ତାଙ୍କ ଶିଷ୍ୟକୁ ପଚାରିଲେ- ଏମାନେ ତ ପରସ୍ପରର ଅତି ନିକଟରେ। ଜଣେ ଅତି ଧୀର ସ୍ବରରେ କହିଲେ ତ ଅନ୍ୟ ଜଣକ ଶୁଣିପାରିବ। ତେବେ ଏମାନେ ଏତେ ଉଚ୍ଚ ସ୍ବରରେ ଗାଳି ଦେଉଛନ୍ତି କାହିଁକି?
ଶିଷ୍ୟ କହିଲା- ସତେ ତ ଗୁରୁଦେବ! କିନ୍ତୁ ମୁଁ ତା’ କାରଣ କହିପାରିବି ନାହିଁ।
ସାଧୁ କହିଲେ- ପ୍ରକୃତ କଥା ହେଲା, ଯେତେବେଳେ ଦୁଇ ଜଣ ପରସ୍ପର ସହିତ କଳହ କରନ୍ତି, ସେତିକି ବେଳେ ସେମାନଙ୍କ ଭିତରେ ଦୂରତା ବଢ଼ିଯାଏ। ସେମାନଙ୍କ ହୃଦୟ ପରସ୍ପରଠାରୁ ଏତେ ଦୂରେଇ ଯାଏ ଯେ ସେମାନେ ଜୋରରେ ଚିତ୍କାର ନ କଲେ କେହି କାହାକୁ ଶୁଣିପାରନ୍ତି ନାହିଁ କି ବୁଝିପାରନ୍ତି ନାହିଁ। ଅନେକ ସମୟରେ ତ ଚିତ୍କାର କରି କରି ଥକିଲେ ବି କେହି କାହା କଥା ବୁଝିପାରନ୍ତି ନାହିଁ।
ତା’ ପରେ ସାଧୁ କହିଲେ- ଏବେ ପ୍ରେମ କଥା ବିଚାର କର। ଯେତେବେଳେ ଦୁଇ ଜଣ ପ୍ରେମରେ ପଡ଼ନ୍ତି ସେତେବେଳେ ସେମାନେ ପରସ୍ପର ସହିତ ଧୀର ସ୍ବରରେ କଥାବାର୍ତ୍ତା କରନ୍ତି। ସେମାନଙ୍କ ପ୍ରେମ ଯେତେ ଗଭୀର ହେଉଥାଏ, ସେମାନଙ୍କ ସ୍ବର ଅଧିକ ଧୀର ହେଉଥାଏ। ପ୍ରେମର ଗଭୀରତମ ଅବସ୍ଥାରେ ସେମାନେ ପରସ୍ପରଠାରୁ ଯୋଜନ ଯୋଜନ ଦୂରତାରେ ରହିଲେ ବି ଉଭୟ ପରସ୍ପରର ଭାବନାକୁ ଶୁଣିପାରନ୍ତି। ସେତିକି ବେଳେ ନିରବରେ ବି କଥା କହିହୁଏ।
କଥାଟିଏ-ଯାଯାବର: ସ୍ବର ଓ ଦୂରତା
ଦୁଇ ଜଣ ଲୋକ କଳି କରୁଥିଲେ। ସେମାନେ ମୁହଁକୁ ମୁହଁ ଯୋଡ଼ି ପରସ୍ପରକୁ ଅତି ଉଚ୍ଚ ସ୍ବରରେ ଗାଳି ଦେଉଥିଲେ। ଏ କଥା ଦେଖିଲେ ଜଣେ ସାଧୁ। ସେ ତାଙ୍କ ଶିଷ୍ୟକୁ ପଚାରିଲେ- ଏମାନେ ତ ପରସ୍ପରର ଅତି ନିକଟରେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)