ଦୁଇ ଜଣ ପିଲା ଖେଳୁଥିଲେ। କୌଣସି କାରଣରୁ ସେମାନଙ୍କ ଭିତରେ କଳି ହେଲା। ଗୋଟିଏ ପିଲା ଆର ପିଲାଟିର ହାତକୁ ମୋଡ଼ି େଦଲା। ହାତ ମୋଡ଼ା ଖାଇଥିବା ପିଲାଟି କାନ୍ଦି କାନ୍ଦି ଘରକୁ ଗଲା।
ଘର ପିଣ୍ଡାରେ ମା’ କାନ୍ଦି କାନ୍ଦି ଆସୁଥିବା ପିଲାକୁ ଦେଖି କ’ଣ ହୋଇଛି ବୋଲି ପଚାରିଲା। ପିଲାଟି ସବୁ କଥା କହିଦେଲା। ଏହା ଶୁଣି ମା’ ଧାଇଁଲା ବିଲ ଆଡ଼େ, ଯେଉଁଠି ପିଲାର ବାପା କାମ କରୁଥିଲା। ମା’ ଯାଇ ସବୁ କଥା ପିଲାର ବାପାକୁ ସବୁ କଥା କହିଦେଲା।
ପିଲାର ବାପା ଏହା ଶୁଣି ତମତମ ହୋଇ ଅଣ୍ଟାରେ ଗାମୁଛାକୁ କଷି ଦେଇ ଗାଁ ଆଡ଼େ ଚାଲିଲା। ତା’ ଘର ପାଖରେ ଲୋକଙ୍କୁ ରୁଣ୍ଡାଇ କହିଲା- ଶୁଣ ଉପର ସାହିର ଅମକର ପୁଅ ମୋ ପୁଅର ହାତ ମୋଡ଼ି ଦେଲା। ପିଲାର ବାପାକୁ ଘେରିଥିବା ତଳ ସାହିର ଲୋକ କହିଲେ- ଉପର ସାହି ବାଲା ଉଦ୍ଧତ ହୋଇ ଗଲେଣି। କିଛି ଗୋଟେ କରା ନ ଗଲେ ମୁଣ୍ଡରେ ବସିବେ। ଆସ ସେମାନଙ୍କୁ ପାନେ ଦେବା। ତଳ ସାହର ଲୋକେ ଠେଙ୍ଗା ବାଡ଼ି ଧରି ସାହି ମୁଣ୍ଡକୁ ଚାଲିଲେ।
ଉପର ସାହିରେ ଏ ଖବର ପହଞ୍ଚି ସାରିଥିଲା। ସେମାନେ ମଧ୍ୟ ଛାଡ଼ିବାର ପାତ୍ର ନ ଥିଲେ। ସେମାନେ ମଧ୍ୟ ଠେଙ୍ଗାବାଡ଼ି ଧରି ସାହି ମୁଣ୍ଡ ଆଡ଼କୁ ଗଲେ। ଗାଁରେ ବଡ଼ ଧରଣର ସାହି ଗଣ୍ଡଗୋଳ ହେବା ନିଶ୍ଚିତ ହୋଇଗଲା। ଦୁଇ ସାହିର ଲୋକ ଦୂରରୁ ପରସ୍ପରକୁ ଗାଳି ଗୁଲଜ କଲା ବେଳେ ଜଣେ ହଠାତ୍ ହାତ ଠାରି କ’ଣ ଦେଖାଇ ଦେଲା। ଦେଖିଲା ବେଳକୁ ସେହି ପିଲା ଦୁଇ ଜଣ ପୁଣି ମିଶି ଖେଳରେ ମାତିିଥିଲେ ଅଥଚ ବଡ଼ମାନେ ମାରପିଟ ଲାଗି ପ୍ରସ୍ତୁତ ହେଉଥିଲେ।
କଥାଟିଏ-ଯାଯାବର: ସାହି ଗଣ୍ଡଗୋଳ
ଦୁଇ ଜଣ ପିଲା ଖେଳୁଥିଲେ। କୌଣସି କାରଣରୁ ସେମାନଙ୍କ ଭିତରେ କଳି ହେଲା। ଗୋଟିଏ ପିଲା ଆର ପିଲାଟିର ହାତକୁ ମୋଡ଼ି େଦଲା। ହାତ ମୋଡ଼ା ଖାଇଥିବା ପିଲାଟି କାନ୍ଦି କାନ୍ଦି ଘରକୁ ଗଲା। ଘର ପିଣ୍ଡାରେ ମା’ କାନ୍ଦି କାନ୍ଦି ଆସୁଥିବା ପିଲାକୁ ଦେଖି କ’ଣ ହୋଇଛି ବୋଲି ପଚାରିଲା।
/sambad/media/media_files/4gXaeJpVRwjMhCybVeWv.jpg)