ଜଣେ ଅତି ଅହ˚କାରୀ ଧନୀ ବ୍ୟକ୍ତି ତାଙ୍କ ଯାତ୍ରା କାଳରେ ଏକ ଧର୍ମଶାଳାରେ ରହିଲେ। ଧର୍ମଶାଳାର ମାଲିକ ତାଙ୍କ ଆରାମ ଲାଗି ଯେତେ ବ୍ୟବସ୍ଥା କଲେ ବି ତାହା ତାଙ୍କୁ ସନ୍ତୁଷ୍ଟ କଲା ନାହିଁ। ତେଣୁ ସେ ବିଭିନ୍ନ କଥା ନେଇ ଅଭିଯୋଗ କରିବା ସହିତ ଧର୍ମଶାଳାର ମାଲିକ ତଥା କର୍ମଚାରୀଙ୍କ ପ୍ରତି ଖରାପ ବ୍ୟବହାର କଲେ। ପର ଦିନ ସକାଳେ ସେ ଚାଲିଗଲେ।
ତା’ ପରେ ବିତିଗଲା ଅନେକ ବର୍ଷ। ତା’ ଭିତରେ ବଦଳିଗଲା ଅନେକ କିଛି। ଧର୍ମଶାଳାର ମାଲିକ ବି ବୃଦ୍ଧ ହୋଇଯାଇଥିଲେ। ଦିନେ ସ˚ଧୢାରେ ଜଣେ ବ୍ୟକ୍ତି ଧର୍ମଶାଳାକୁ ରହିବାକୁ ଆସିଲେ। ସେ ବ୍ୟକ୍ତି ଦିଶୁଥିଲେ ଅତ୍ୟନ୍ତ ଦୟନୀୟ। ତାଙ୍କ ପିନ୍ଧା ଲୁଗା ବି ଚିରି ଫାଟି ଯାଇଥିଲା। ଧର୍ମଶାଳାରେ ରାତିକର ଭଡ଼ା ଦେବା ଲାଗି ତାଙ୍କ ପାଖରେ ପଇସା ନ ଥିଲା।
ଧର୍ମଶାଳାର ମାଲିକ କିନ୍ତୁ ତାଙ୍କୁ ରହିବାକୁ ସ୍ଥାନ ଦେଲେ ଓ ଅତ୍ୟନ୍ତ ବିନମ୍ର ଓ ଭଲ ବ୍ୟବହାର ପ୍ରଦର୍ଶନ କଲେ। ପରଦିନ ସକାଳେ ଆଗନ୍ତୁକ ବିଦାୟ ନେଲା ବେଳେ ଧର୍ମଶାଳାର ମାଲିକ କହିଲେ- ଆଜିକୁ ଅନେକ ବର୍ଷ ତଳେ ଆପଣ ଏଠି ରାତିଟାଏ କଟାଇଥିଲେ। କିନ୍ତୁ ଆପଣ ସେତେବେଳେ ଧନୀ ଥିଲେ। ଆପଣଙ୍କ ଏତେ ଐଶ୍ବର୍ଯ୍ୟ ଗଲା କୁଆଡ଼େ?
ଆଗନ୍ତୁକଙ୍କ ଆଖିରୁ ଲୁହ ଝରିପଡ଼ିଲା। ସେ କହିଲେ-ସବୁ ଭଗବାନଙ୍କ ଇଚ୍ଛା। ମୁଁ ଏବେ ଦାଣ୍ତର ଭିକାରି। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଉଛି ମୁଁ ଅନେକ ବର୍ଷ ତଳେ ଆପଣଙ୍କ ପାଖରେ ରାତିଟିଏ କାଟିଥିଲି। ଏମିତି ତ ପ୍ରତିଦିନ ଅନେକ ଲୋକ ଆପଣଙ୍କ ଧର୍ମଶାଳାକୁ ଆସୁଥିବେ। ଆପଣ ମୋତେ ମନେ ରଖିପାରିଲେ କେମିତି?
ଧର୍ମଶାଳାର ମାଲିକ କହିଲେ- ଆପଣ ଯଦି ମୋତେ ସେ ଦିନ କଦର୍ଯ୍ୟ ବ୍ୟବହାର ଦେଖାଇ ନ ଥାଆନ୍ତେ ମୁଁ ଆପଣଙ୍କୁ ଭୁଲି ଯାଇଥାଆନ୍ତି। ଜଣକର ଚେହେରା ନୁହେଁ, ତା’ର ବ୍ୟବହାର ହିଁ ଅନ୍ୟକୁ ପ୍ରଭାବିତ କରେ।
ଧନୀକ ଏବେ କାନ୍ଦି ଉଠିଲେ ଏବଂ କହିଲେ- ତା’ ସତ୍ତ୍ବେ ଆପଣଙ୍କ ଏଭଳି ଭଲ ବ୍ୟବହାର ମୋ‌େତ କେବଳ ଲଜ୍ଜିତ କରୁନାହିଁ, ମୁଁ ଆପଣଙ୍କୁ ସବୁ ଦିନ ଲାଗ ମନେ ରଖିବି।