ପିଲାଟି ସେ ଦିନ କନ୍ଦାକଟା କରି ତା’ ବାପାଙ୍କୁ କହିଲା ଯେ ସେ ଜଣେ ନିର୍ଦ୍ଦିଷ୍ଟ ଶିକ୍ଷକଙ୍କ ନିକଟକୁ ପଢ଼ିବାକୁ ଯିବାକୁ ଚାହେ ନାହିଁ, କାରଣ ସେ ସବୁ ବେଳେ ତା’ର ଲେଖାକୁ କାଟି ଦେବା ସହିତ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି।
ଏ କଥା ଶୁଣି ମା’ କହିଲେ- ଯଦି ପିଲାଟି ସେଠାକୁ ଯିବାକୁ ଚାହୁ ନାହିଁ, ନ ଯାଉ। ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତ କରିବା।
ବାପା କିନ୍ତୁ ଦୃଢ଼ ଭାବେ କହିଲେ- ନା, ସେହି ଶିକ୍ଷକଙ୍କ ତତ୍ତ୍ବାବଧାନରେ ସେ ପଢ଼ିବ। ତା’ପରେ ସେ ପୁଅକୁ କହିଲେ- ଶିକ୍ଷକ ତୋତେ ଯେମିତି ନିକୃଷ୍ଟ ବୋଲି ମନ୍ତବ୍ୟ ନ ଦେବେ, ସେହି ଚେଷ୍ଟାଟି କର!
ପିଲାଟିର ଆଉ କୌଣସି ଉପାୟ ନ ଥିଲା।
ପୁଅ ଗଲା ପରେ ମା’ କହିଲେ- ସବୁବେଳେ ଯଦି ଶିକ୍ଷକ ପିଲାର ସମାଲୋଚନା କରନ୍ତି, ତେବେ ତା’ର ଆତ୍ମ-ପ୍ରତ୍ୟୟ ଭାଙ୍ଗିଯିବନି? ସେ ଭଳି କରିବା ଅନୁଚିତ।
ବାପା କହିଲେ- ସମସ୍ୟାଟି ରହିଛି ସେଇଠି। ଆମେମାନେ ନିଜକୁ ସର୍ବଦା ଉତ୍ତମ ବୋଲି ଭାବୁ ଏବଂ ଆମ କାମକୁ ଭଲ ବୋଲି ଭାବୁ। ତେଣୁ କେହି ସମାଲୋଚନା କଲେ ଆମେ ଭଲ ପାଉନା। ଏବଂ ହୁଏତ ତାହା ଆମର ଆତ୍ମବିଶ୍ବାସକୁ କ୍ଷତି ପହଞ୍ଚାଏ। କିନ୍ତୁ ଯେଉଁ ବ୍ୟକ୍ତି ଭାବେ ଯେ ମୋ ପାଖରେ ବିକଶିତ ହେବା ଲାଗି ଅସରନ୍ତି ସମ୍ଭାବନା ଅଛି, ଯେତେ ସମାଲୋଚନା ଶୁଣିବି, ସେତେ ନିଜକୁ ଅଧିକ ଭଲ କରି ଗଢ଼ିବି, ତା’ ଲାଗି କୌଣସି ଅସୁବିଧା ନାହିଁ। ବରଂ ସେ ଏହା ଦ୍ବାରା ନିଜକୁ ଅଧିକ ସମୃଦ୍ଧ କରିବ। କବୀର କହି ନାହାନ୍ତି କି ଯେ ସମାଲୋଚକମାନଙ୍କୁ ସର୍ବଦା ନିକଟରେ ରଖିବ ଓ ଶୁଣିବ, ଯଦ୍ଦ୍ବାରା ତୁମ ସ୍ବଭାବ ନିର୍ମଳ ହେବ!
ବାପାଙ୍କ କଥା ଠିକ୍ ହେଲା। ପିଲାଟି ସେ ବିଷୟରେ ପାରଦର୍ଶୀ ହୋଇ ଉଠିଲା।
କଥାଟିଏ-ଯାଯାବର: ସମାଲୋଚନାର ଆର ପାଖ
ପିଲାଟି ସେ ଦିନ କନ୍ଦାକଟା କରି ତା’ ବାପାଙ୍କୁ କହିଲା ଯେ ସେ ଜଣେ ନିର୍ଦ୍ଦିଷ୍ଟ ଶିକ୍ଷକଙ୍କ ନିକଟକୁ ପଢ଼ିବାକୁ ଯିବାକୁ ଚାହେ ନାହିଁ, କାରଣ ସେ ସବୁ ବେଳେ ତା’ର ଲେଖାକୁ କାଟି ଦେବା ସହିତ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)