ଜେନ୍ ଗୁରୁ ନେନେ ଯେଉଁ ଆଶ୍ରମରେ ରହୁଥିଲେ, ସେ ଆଶ୍ରମରେ ଥିଲା ଗୋଟିଏ ପାଠାଗାର। ବିରଳ ଶାସ୍ତ୍ର ଦ୍ବାରା ତାହା ଭରପୂର ଥିଲା। ଯୁବ ଅନ୍ବେଷୀମାନେ ଆଶ୍ରମକୁ ଆସି ନେନେଙ୍କ ଶିଷ୍ୟ ହେବାକୁ ଚାହିଲେ ନେନେ ତାଙ୍କୁ ପ୍ରଥମେ ଆଶ୍ରମର ପାଠାଗାରକୁ ପଠାଉଥିଲେ। ସେଠାରେ ଗଭୀର ଅଧୢୟନ କଲା ପରେ ଯାଇ ସେମାନେ ନେନେଙ୍କ ଶିଷ୍ୟତ୍ବ ଲାଗି ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାର ସମ୍ମୁଖୀନ ହେଉଥିଲେ।
ଜଣେ ତରୁଣ ପାଠାଗାରରେ କିଛି ମାସ କାଟି ସବୁ ଶାସ୍ତ୍ର ଅଧୢୟନ କଲା ପରେ ଯେତେବେଳେ ବାହାରିଲା, ନେନେ ତାକୁ ପଚାରିଲେ- କ’ଣ ଜାଣିଲ?
ଯୁବକ କହିଲା- ମହାଶୟ, ଆଉ ଅଜଣା ବୋଲି କିଛି ନାହିଁ? ସବୁ ଜାଣିଲି।
ନେନେ କହିଲେ- ବାପା, ତୁମକୁ ଆଉ ପରୀକ୍ଷା କରିବା ଲାଗି ମୋର ସାମର୍ଥ୍ୟ ନାହିଁ। ତୁମେ ଏବେ ତୁମ ବାଟ ଦେଖ।
ଯୁବକଟି ଏଭଳି ପ୍ରତିକ୍ରିୟାରେ ବିସ୍ମିତ ହୋଇ ଯେତେବେଳେ ଏହାର କାରଣ କ’ଣ ବୋଲି ପଚାରିଲା, ନେନେ ତାକୁ ଆଶ୍ରମର ବଗିଚାରେ ଗଛରେ ପାଣି ଦେଉଥିବା ଜଣେ ତରୁଣକୁ ଦେଖାଇ କହିଲେ- ଏଇ ଯୁବକ ଏବେ ମୋର ଶିଷ୍ୟ ହୋଇଛି। ତୁମ ଭଳି ସେ ଯେତେବେଳେ ପାଠାଗାରରେ ବିତାଇ ସବୁ ଶାସ୍ତ୍ର ପାଠ କରି ବାହାରକୁ ଆସିଲା, ସେତେବେଳେ ମୁଁ ତାକୁ ସେଇ ସମାନ ପ୍ରଶ୍ନ ପଚାରିଥିଲି। ଉତ୍ତରରେ ସେ କହିଥିଲା- ଆଜ୍ଞା, ମୋର ଆଖି ଖୋଲିଗଲା। ଏ ସବୁ ପଢ଼ି ସାରିବା ପରେ ଲାଗୁ ମୁଁ କେତେ କ୍ଷୁଦ୍ର! ମୁଁ ଭାବୁଛି ସତରେ ମୁଁ କ’ଣ ବା ଜାଣିଛି!
ଏବେ ଯୁବକ ନେନେଙ୍କ କଥାର ମର୍ମ ବୁଝି ପାରିଲା ଏବଂ ତା’ର ମଧ୍ୟ େଚୖତନ୍ୟ ଉଦୟ ହେଲା।
କଥାଟିଏ-ଯାଯାବର: ଜାଣିବାର ଜ୍ଞାନ
ଜେନ୍ ଗୁରୁ ନେନେ ଯେଉଁ ଆଶ୍ରମରେ ରହୁଥିଲେ, ସେ ଆଶ୍ରମରେ ଥିଲା ଗୋଟିଏ ପାଠାଗାର। ବିରଳ ଶାସ୍ତ୍ର ଦ୍ବାରା ତାହା ଭରପୂର ଥିଲା। ଯୁବ ଅନ୍ବେଷୀମାନେ ଆଶ୍ରମକୁ ଆସି ନେନେଙ୍କ ଶିଷ୍ୟ ହେବାକୁ ଚାହିଲେ ନେନେ ତାଙ୍କୁ ପ୍ରଥମେ ଆଶ୍ରମର ପାଠାଗାରକୁ ପଠାଉଥିଲେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)