ଥରେ ଗାଁ ପିଲାମାନେ କଥାବାର୍ତ୍ତା ହେଉଥିବା‌ ବେଳେ କଥା ପଡ଼ିଲା ଯେ ପ୍ରକୃତ ବନ୍ଧୁ କାହାକୁ କୁହାଯାଏ। ସମସ୍ତେ ନିଜ ନିଜ ମତ ଦେଉଥିବା ବେଳେ ଜଣେ ଯୁବ ସାଧୁ ସେହି ବାଟ ଦେଇ ଯାଉଥିବାର ଦେଖି ତାଙ୍କୁ ଏ ବାବଦରେ ପଚାରିଲେ। 
ସାଧୁ ସେମାନଙ୍କୁ ପ୍ରକୃତ ବନ୍ଧୁତା ବିଷୟରେ କିଛି କହି ପ୍ରକୃତ ବନ୍ଧୁତାର ଉଦାହରଣ ଭାବେ କ୍ଷୀର ଓ ନୀର କିଭଳି ପରସ୍ପର ସହିତ ମିଶି ଯାଆନ୍ତି, ସେ କଥା କହିଲେ। ତାଙ୍କ କହିବାର କଥା ଥିଲା କ୍ଷୀର ସହିତ ନୀର ମିଶିଗଲେ ସେମାନେ ଆଉ ଅଲଗା ହୋଇ ରହନ୍ତି ନାହିଁ। ଗୋଟିଏ ସତ୍ତା ହୋଇଯାଆନ୍ତି। ପ୍ରକୃତ ବନ୍ଧୁ କହିଲେ ସେଇଆ।
ଏ କଥା ଶୁଣୁଥିଲେ ଜଣେ ବୃଦ୍ଧ। ସେ ପାଖକୁ ଆସି କହିଲେ- ମହାଶୟ, ସମସ୍ତେ ଅବଶ୍ୟ କ୍ଷୀର ଓ ନୀରର ଉଦାହରଣ ଦିଅନ୍ତି, ମୁଁ କିନ୍ତୁ ଏଭଳି ତାହାକୁ ଗ୍ରହଣ କରି ପା‌େର ନାହିଁ। 
ସାଧୁ ପଚାରିଲେ- କାହିଁକି? 
ବୃଦ୍ଧ କହିଲେ- କାରଣ ହେଲା ଉତ୍ତାପ ଦେଲେ ନୀର କ୍ଷୀରକୁ ପରିତ୍ୟାଗ କରି ଉଡ଼ିଯାଏ। ଏହାର ଅର୍ଥ ନୀର ହେଉଛି କେବଳ ସୁଖ ବେଳାର ସାଥି। ପରିବେଶ ଉତ୍ତପ୍ତ ହେଲେ ତାହା କ୍ଷୀରକୁ ଛାଡ଼ିଦିଏ। 

Advertisment