ଥରେ ସହରର ସବୁଠାରୁ ବଡ଼ ଧନୀ ଲୋକଙ୍କ ଘରୁ ଟଙ୍କା ଚୋରି ହୋଇଗଲା। ଚୋର ମଧ୍ୟ ଅତି ଶୀଘ୍ର ଧରାପଡ଼ିଗଲା। ଚୋରଟି କେମିତି ଦୃଷ୍ଟାନ୍ତମୂଳକ ଦଣ୍ତ ପାଇବ ସେଥି ଲାଗି ଧନୀ ଲୋକ ବ୍ୟବସ୍ଥା କଲେ।
ଏ କଥା ଜାଣିବା ପରେ ଚୋରର ସ୍ତ୍ରୀ କାନ୍ଦି କାନ୍ଦି ଅସମ୍ଭାଳ ହୋଇ ମୁଲ୍ଲା ନସିରୁଦ୍ଦିନଙ୍କ ପାଖକୁ ଆସିଲା। ନସିରୁଦ୍ଦିନ ଥିଲେ ବଢ଼ିଆ ଓକିଲ। ଚୋର ଲାଗି ସେ କେସ୍‌ ଲଢ଼ନ୍ତୁ ବୋଲି ଚୋରର ସ୍ତ୍ରୀ ନେହୁରା ହେଲା। ମାଜିଷ୍ଟ୍ରେଟ୍‌ ଜଣକ ଥିଲେ ଭାରି କଡ଼ା। ତେଣୁ ‌େକବଳ ନସିରୁଦ୍ଦିନ ହିଁ ବଞ୍ଚାଇ ପାରିବେ ବୋଲି ଚୋରର ସ୍ତ୍ରୀର ଧାରଣା ଥିଲା। 
ଏମିତି କନ୍ଦାକଟାରେ ନସିରୁଦ୍ଦିନଙ୍କ ହୃଦୟ ତରଳିଗଲା। ସେ ଚୋର ଲାଗି କେସ୍‌ ଳଢ଼ିଲେ। ଅଦାଲତରେ ସେ ଏମିତି ଯୁକ୍ତି ରଖିଲେ ଯେ ଅଗତ୍ୟା ମାଜିଷ୍ଟ୍ରେଟ୍‌ଙ୍କୁ ଲାଗିଲା ଯେ ସେ ଚୋରି କରି ନ ଥିବ। ଭୁଲ୍‌ରେ ବନ୍ଧା ହୋଇଛି। ତେଣୁ ତାକୁ ନିର୍ଦୋଷ ବୋଲି କହି ଛାଡ଼ିଦେବାକୁ ଆଦେଶ ଦେଲେ। ଧନୀ ଲୋକ ଜଣକ ସବୁ ସାକ୍ଷୀ ପ୍ରମାଣ ଯୋଗାଡ଼ କରିଥିଲେ ବି ତାହା କାମ ଦେଲା ନାହିଁ।
ବିଚାର ସରିବା ପରେ ନସିରୁଦ୍ଦିନ ଚୋରକୁ କହିଲେ- ଏବେ ମୋ ଖର୍ଚ୍ଚ ଦେ। 
ଏହା ଶୁଣି ଚୋର କହିଲା- ଆଜ୍ଞା, ଖରାପ ଭାବିବେ ନାହିଁ ଯଦି ଗୋଟିଏ କଥା କହିବି। ମୁଁ ଯେ ସତରେ ଚୋରି କରିଥିଲି ଏ ନେଇ ମୋ ମନରେ ବି ଏବେ ସନ୍ଦେହ ହେଲାଣି। ତୁମେ ଯେମିତି ଯୁକ୍ତି କରି ମାଜିଷ୍ଟ୍ରେଟ୍‌ଙ୍କୁ ବୁଝାଇ ଦେଲ, ସେ ମୋ‌େତ ଛାଡ଼ିଦେଲେ। ଏବେ ମୋତେ ଲାଗିଲାଣି ଯେ ମୁଁ ସତରେ ଚୋରି କରି ନ ଥିଲି।