ଜଣେ ପିଲା ତା’ ବାପାଙ୍କ ସହିତ ଗୋଟିଏ ସର୍କସ ଦେଖିବାକୁ ଗଲା। ସେଠାରେ ଉଡ଼ନ୍ତା ଦୋଳିରେ ଝୁଲୁଥିବା ଯୁବକ ଅତି ଉଚ୍ଚରେ ଶୂନ୍ୟେ ଶୂନ୍ୟେ ଉଡ଼ି ଅଦ୍ଭୁତ କଳାବାଜି କରୁଥିବାର ଦେଖି ସେ ଆଉ ଥୟ ଧରି ରହିପାରିଲା ନାହିଁ। ସେ ତା’ ବାପାଙ୍କୁ କହିଲା- ମୁଁ ବଡ଼ ହେଲେ ଏମିତି ଚମତ୍କାର ଖେଳ ଦେଖାଇବାକୁ ଚାହେଁ।
ବାପା କହିଲେ- ଏ ସହଜ କଥା ନୁହେଁ। ଅଭ୍ୟାସ କରିବାକୁ ହୁଏ, କଷ୍ଟ ସହିବାକୁ ହୁଏ।
ପିଲାଟି କହିଲା- ମୁଁ ସବୁ କରିବାକୁ ପ୍ରସ୍ତୁତ।
ବାପା ତାକୁ ପର ଦିନ ସର୍କସର ପ୍ରଶିକ୍ଷକଙ୍କ ପାଖକୁ ନେଇ ଗଲେ ଏବ˚ ସେଠାରେ ଛାଡ଼ି ଦେଇ ଆସିଲେ। କିଛି ମାସ ବିତିଗଲା। ପିଲାଟି ସେଠାରେ ତାଲିମ ନେବାକୁ ଲାଗିଲା। ତା’ ସହିତ ଆଉ ଜଣେ ପିଲା ବି ତାଲିମ ନେଉଥିଲା। ଦୁହେଁ ମନଯୋଗ ଦେଇ କୌଶଳ ଶିକ୍ଷା କରିବାକୁ ଲାଗିଲେ। କିନ୍ତୁ ତାହା ଥିଲା ଅତିଶୟ କଷ୍ଟସାଧୢ। କିଛି ମାସ ପରେ ପିଲାଟି ଘରକୁ ଆସିଲା ଏବ˚ କହିଲା- ବାପା, ମୁଁ ଆଉ ପାରିବି ନାହିଁ। ତାହା ଭାରି କଷ୍ଟକର। ପ୍ରତିଦିନ ଲଗାତାର ଅଭ୍ୟାସ କରିବା ପରେ ଦେହମୁଣ୍ତ ଯନ୍ତ୍ରଣାରେ କ’ଣ ହୋଇଯାଉଛି।
ବାପା ପଚାରିଲେ- ତେବେ ତୋ’ର ସ୍ବପ୍ନ?
ପିଲାଟି ଆଉ କିଛି କହିଲା ନାହିଁ।
କିନ୍ତୁ ତା’ ମନରୁ ସ୍ବପ୍ନ ବି ମଲା ନାହିଁ। ଯେତେବେଳେ ସହରରେ ସର୍କସ ପଡ଼େ, ସେ ଯାଇ ସେଇ ଦୋଳି ଖେଳ ଦେଖେ ଏବ˚ ଦୀର୍ଘଶ୍ବାସ ଛାଡ଼େ।
ଦିନେ ସହରକୁ ଏକ ପ୍ରସିଦ୍ଧ ସର୍କସ ଆସିଲା। ସେଇ ସର୍କସରେ ଜଣେ ଯୁବକ ଯେଉଁ ଦୋଳି ଖେଳ ଦେଖାଇଲା ତାହା ଥିଲା ଅତି ଉଚ୍ଚ ସ୍ତରର। ସେତେବେଳକୁ ଏ ପିଲା ବି ଜଣେ ତରୁଣ। ସର୍କସ ପରେ ସେ ଦୋଳି ଖେଳ ଦେଖାଉଥିବା ଯୁବକକୁ ଭେଟିଲା ବେଳେ ଚିହ୍ନି ପାରିଲା ଯେ ଏ ସେଇ ପିଲା ଯିଏ ତା’ ସହିତ ତାଲିମ ନେଉଥିଲା। ଦୋଳି ଖେଳରେ ପାରଙ୍ଗମ ଯୁବକକୁ ଇଏ ଦୀର୍ଘଶ୍ବାସ ପକାଇ କହିଲା- ମୁଁ ଛାଡ଼ିଦେଲି ସିନା, ମୋ ମନରୁ ସ୍ବପ୍ନ ମଲା ନାହିଁ। ମୁଁ ଶାରୀରିକ କଷ୍ଟକୁ ଡରିଗଲି। ତୁମକୁ ଦେଖିବା ପରେ ଭାବୁଛି ସେତିକି ସହି ଯାଇଥିଲେ ଜୀବନ ସାରା ସ୍ବପ୍ନ ଚରିତାର୍ଥ ନ ହେବାର କଷ୍ଟ ଭୋଗିବାକୁ ପଡ଼ି ନ ଥାନ୍ତା।
କଥାଟିଏ-ଯାଯାବର: ସ୍ବପ୍ନ ଭାଙ୍ଗିବାର କଷ୍ଟ
ଜଣେ ପିଲା ତା’ ବାପାଙ୍କ ସହିତ ଗୋଟିଏ ସର୍କସ ଦେଖିବାକୁ ଗଲା। ସେଠାରେ ଉଡ଼ନ୍ତା ଦୋଳିରେ ଝୁଲୁଥିବା ଯୁବକ ଅତି ଉଚ୍ଚରେ ଶୂନ୍ୟେ ଶୂନ୍ୟେ ଉଡ଼ି ଅଦ୍ଭୁତ କଳାବାଜି କରୁଥିବାର ଦେଖି ସେ ଆଉ ଥୟ ଧରି ରହିପାରିଲା ନାହିଁ।
/sambad/media/media_files/4gXaeJpVRwjMhCybVeWv.jpg)