ସମ୍ରାଟଙ୍କ ଦରବାରରେ ପହଞ୍ଚିଲେ ଜଣେ ଯୁବକ। ସେ ଲାଗୁଥିଲେ ବିଚକ୍ଷଣ। ରାଜା ତାଙ୍କୁ ପଚାରିଲେ- ଯୁବକ, ତୁମ ନାମ କ’ଣ?
ଯୁବକ କହିଲେ- ମୋର ଅସ˚ଖ୍ୟ ନାମ। କାରଣ ମୁଁ ଏକୁଟିଆ ନୁହେଁ ଅସ˚ଖ୍ୟ ମଣିଷ। କାହା କାହାର ନାମ କହିବି?
ରାଜା ଏହାର ଅର୍ଥ ବୁଝିପାରିଲେ ନାହିଁ।
ଯୁବକ କହିଲେ- ମହାରାଜ ରାତି ଅନେକ ହେଲାଣି। ଆପଣ ଶୋଇବାକୁ ଯାଆନ୍ତୁ। କାଲି ସକାଳେ ମୁଁ ଆପଣଙ୍କୁ ସବୁ ବୁଝାଇ ଦେବି। ତେବେ ମହାରାଜ ଆପଣ କେବେ ସୂର୍ଯ୍ୟୋଦୟର ଠିକ୍ ପୂର୍ବରୁ ଶଯ୍ୟା ତ୍ୟାଗ କରି ପୂର୍ବ ଦିଗରେ ଅରୁଣିମାର ଅପୂର୍ବ ଛଟା ଦେଖିଛନ୍ତି? କେବେ ସେଥିରେ ବିହ୍ବଳ ହୋଇଛନ୍ତି?
ଯୁବକ ଏମିତି କହି ଚାଲିଲେ। ଏହା ଶୁଣି ରାଜା ବିହ୍ବଳ ହୋଇ କହିଲେ- କାଲି ମୋତେ ପାହାନ୍ତାରୁ ଡାକିଦେବ। ମୁଁ ସୂର୍ଯ୍ୟୋଦୟ ଦେଖିବି। କେବଳ ସେତିକି ନୁହେଁ, ଶୋଇବାକୁ ଯିବା ପୂର୍ବରୁ ପାହାନ୍ତାରେ ଡାକିବା ଲାଗି ନିଜ ପରିଚାରକମାନଙ୍କୁ ତିନି ଥର ଚେତେଇ ଦେଲେ।
ପ୍ରବଳ ଶୀତ ରାତି। ସୂର୍ଯ୍ୟୋଦୟ ପୂର୍ବରୁ ରାଜାଙ୍କୁ ଡକାଗଲା। ରାଜା ରେଜେଇକୁ ଆହୁରି ଟାଣି ନେଇ ଶୋଇଲେ। ଅଧିକ ଡାକିବାରୁ ରାଜା ରାଗି ଯାଇ ଯିଏ ହଇରାଣ କରୁଛି ତାକୁ ହାଣିଦେବେ ବୋଲି ଧମକ ବି ଦେଲେ। ତା’ପରେ ନିତିଦିନିଆ ସମୟରେ ଉଠି କାହିଁକି ଏମିତି କହିଲେ ବୋଲି ପଶ୍ଚାତ୍ତାପ କଲେ ଓ ଦୁଃଖପ୍ରକାଶ କଲେ।
ଯୁବକ ଏହା ଶୁଣି କହିଲେ- ଦେଖନ୍ତୁ ମହାରାଜ, ଏଇତକ ସମୟ ଭିତରେ ଆପଣ ତିନି ଜଣ ମଣିଷ। ଦେଖନ୍ତୁ, ଯେ କହିଲା, ସକାଳୁ ଡାକିଦେବ, ସକାଳୁ ଡକାଗଲା ବେଳକୁ ଯେ କହିଲା ହାଣିଦେବ ଏବ˚ ସକାଳେ ଉଠିଲା ପରେ ଯେ ପଶ୍ଚାତ୍ତାପ କଲା; ସମସ୍ତେ ସମାନ ମଣିଷ ନୁହନ୍ତି। ଏମାନେ ସମସ୍ତେ ଆପଣଙ୍କ ଭିତରେ ଥିବା ଭିନ୍ନ ଭିନ୍ନ ତିନି ଜଣ ମଣିଷ। ପ୍ରତି ମଣିଷ ଭିତରେ ଏମିତି ଅସ˚ଖ୍ୟ ମଣିଷ ଥାଆନ୍ତି। ପ୍ରତି କ୍ଷଣରେ ଭିତର ମଣିଷ ସବୁ ବଦଳୁଥାଆନ୍ତି। ଆପଣ କାହାର କାହାର ପରିଚୟ ଦେବେ?
କଥାଟିଏ-ଯାଯାବର: ନାନା ପରିଚୟ
ସମ୍ରାଟଙ୍କ ଦରବାରରେ ପହଞ୍ଚିଲେ ଜଣେ ଯୁବକ। ସେ ଲାଗୁଥିଲେ ବିଚକ୍ଷଣ। ରାଜା ତାଙ୍କୁ ପଚାରିଲେ- ଯୁବକ, ତୁମ ନାମ କ’ଣ? ଯୁବକ କହିଲେ- ମୋର ଅସ˚ଖ୍ୟ ନାମ। କାରଣ ମୁଁ ଏକୁଟିଆ ନୁହେଁ ଅସ˚ଖ୍ୟ ମଣିଷ। କାହା କାହାର ନାମ କହିବି?
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)