ଥରେ ୟୁଜିକେ କହିଲେ- ଭାଗବାନଙ୍କ ବିଚାର ଭାରି ବିଚିତ୍ର। ତୁମେ ଯାହା ଇଚ୍ଛା କରି କିଛି ମାଗିଥିବ, ତାହା ତୁମ ଆଗ୍ରହାନୁସାରେ ଭାଗବାନ ଦେବେ ମଧ୍ୟ; କିନ୍ତୁ, ତୁମେ ଯାହା ଆଶା କରିଥିବ, ତାହା ସେମିତି ହୋଇ ନ ଥିବ। ଏହାକୁ ବୁଝିବା ଲାଗି କଥାଟିଏ କହୁଛି।
ସ୍ବର୍ଗରେ ଦୁଇ ଭଦ୍ରଲୋକଙ୍କ ଆତ୍ମା ପୁନର୍ଜନ୍ମ ଲାଗି ପ୍ରସ୍ତୁତ ହେଲେ। ଭଗବାନ ସେମାନଙ୍କୁ ପଚାରିଲେ ପର ଜନ୍ମରେ କ’ଣ ଚାହଁ, କୁହ। ସେମାନଙ୍କ ମଧ୍ୟରୁ ଜଣେ କହିଲେ- ପ୍ରଭୁ, ପୂର୍ବ ଜନ୍ମରେ ମୋ ଭାଇ ଭଗାରି ହେଲା। ବନ୍ଧୁମାନେ ବିଶ୍ବାସଘାତକ ହେଲେ। ପିଲାମାନେ ପଚାରିଲେନି। ସମସ୍ତେ ମିଳିମିଶି ମୋତେ ଲୁଟିଲେ। ଏଣୁ ଏଥର ଏମିତି ଜନ୍ମ ଦିଅନ୍ତୁ, ଯେମିତି ମୋତେ ସବୁ ବେଳେ ମିଳୁଥାଉ ଏବଂ ତା’ ଉପରେ ଭାଗ ବସାଇବାକୁ କେହି ନ ଥାଆନ୍ତୁ।
ଭଗବାନ କହିଲେ- ଯାହା ତୁମର ଇଚ୍ଛା ତାହା ହେଉ।
ଦ୍ବିତୀୟ ଭଦ୍ରଲୋକ କହିଲେ- ପ୍ରଭୁ ପୂର୍ବ ଜନ୍ମରେ ବହୁତ ପାଇଲି, ହେଲେ କାହାକୁ କିଛି ଦେଇ ପାରିଲି ନାହିଁ। ଏବେ ମୋତେ ଏମିତି ଜନ୍ମ ଦିଅନ୍ତୁ ଯେମିତି ମୁଁ ସମସ୍ତଙ୍କୁ କେବଳ ଦିଏ ଆଉ ଦେଉଥାଏ।
ଭଗବାନ ତାଙ୍କ ମନୋକାମନା ମଧ୍ୟ ପୂରଣ କଲେ।
ଦୁଇ ଭଦ୍ରଲୋକ ଜନ୍ମ ନେଲେ। ପ୍ରଥମ ଭଦ୍ରଲୋକ ଜଣେ ଭିକ୍ଷୁକ ହେଲେ। ତାଙ୍କୁ କେବଳ ମିଳିଲା। ତାଙ୍କ ସ୍ବଳ୍ପ ଅର୍ଜନ ଉପରେ ବା କିଏ କାହିଁକି ଭାଗ ବସାନ୍ତା! େସ ଯାହା ଚାହିଁଥିଲେ ତାହା ପାଇଲେ।
ଦ୍ବିତୀୟ ଭଦ୍ରଲୋକ ଏକ ଧନୀ ପରିବରାରେ ଜନ୍ମ ନେଲେ। କାରଣ ଦେବା ଲାଗି ତାଙ୍କ ପାଖରେ ବିତ୍ତ ରହିବା ଆବଶ୍ୟକ ଥିଲା। ପୁଣି ସେ ଅଧିକରୁ ଅଧିକ ଦାନ କରିବାକୁ ଲାଗିବାରୁ ଭଗବାନ ନିରନ୍ତର ତାଙ୍କ ସମ୍ବଳ ବୃଦ୍ଧି କରିବାରେ ଲାଗିଲେ।
ୟୁଜିକେ କହିଲେ- ଏହା ହେଉଛି ଭଗବାନଙ୍କ ବିଚାର। ଯିଏ କହିଲା ମୁଁ ଯେମିତି ସବୁବେଳେ ପାଏ, ସେ ପାଇ ଚାଲିଲା। ଯିଏ କହିଲା ମୁଁ ଯେମିତି ସଦାବେଳେ ଦିଏ, ସେ ଦେଇ ଚାଲିଲା।
କଥାଟିଏ-ଯାଯାବର: ଭଗବାନଙ୍କ ବିଚାର
ଥରେ ୟୁଜିକେ କହିଲେ- ଭାଗବାନଙ୍କ ବିଚାର ଭାରି ବିଚିତ୍ର। ତୁମେ ଯାହା ଇଚ୍ଛା କରି କିଛି ମାଗିଥିବ, ତାହା ତୁମ ଆଗ୍ରହାନୁସାରେ ଭାଗବାନ ଦେବେ ମଧ୍ୟ; କିନ୍ତୁ, ତୁମେ ଯାହା ଆଶା କରିଥିବ, ତାହା ସେମିତି ହୋଇ ନ ଥିବ। ଏହାକୁ ବୁଝିବା ଲାଗି କଥାଟିଏ କହୁଛି।
/sambad/media/media_files/4gXaeJpVRwjMhCybVeWv.jpg)