ଦୁଇ ବାଳକ ପରମ ମିତ୍ର ଥିଲେ ଏବଂ ବିଭିନ୍ନ ପ୍ରକାର ଖେଳ ଖେଳୁଥିଲେ। କିନ୍ତୁ ସବୁ ଖେଳରେ ଜଣେ ସର୍ବଦା ଜିତୁଥିଲା ତ ଆର ଜଣକ ହାରୁଥିଲା। ଯିଏ ଜିତୁଥିଲା, ସେ ତା’ର ଶାରୀରିକ ଗଠନ ଓ ବଳ ଆଦି ଦୃଷ୍ଟିରୁ ହାରୁଥିବା ବାଳକ ଠାରୁ ନ୍ୟୂନ ଥିଲା। କିନ୍ତୁ ତା’ର ଜିତିବା ଥିଲା ସୁନିଶ୍ଚିତ।
ବାଳକ ଦ୍ବୟଙ୍କ ଖେଳକୁ ଲକ୍ଷ୍ୟ କରୁଥିଲେ ଜଣେ ପ୍ରାଜ୍ଞ। ସେ ଏହାର କାରଣ ଅନୁଧ୍ୟାନ କରିବାକୁ ସ୍ଥିର କଲେ। େସ ଦେଖିଲେ ଯେ କୌଣସି ଖେଳ ଆଗରୁ ହାରୁଥିବା ପିଲାଟି ନିଜକୁ ପ୍ରସ୍ତୁତ କରୁଛି, ପରିଣାମ ନେଇ ଉଦ୍ବିଗ୍ନ ହେଉଛି, ଖେଳକୁ ଭାରି ଗୁରୁତ୍ବ ଦେଇ ଖେଳୁଛି। କିନ୍ତୁ ଜିତୁଥିବା ପିଲାଟି ଅତ୍ୟନ୍ତ ସ୍ଥିର ଓ ନିରୁଦବିଗ୍ନ। ଖେଳ ଲାଗି ତା’ର ଉତ୍ସାହ ଅଛି, କିନ୍ତୁ ମୂଳ ଲକ୍ଷ୍ୟ ତହିଁରୁ ଆନନ୍ଦ ବା ଖୁସି ପାଇବା। ଜିତିବା ବା ହାରିବା ନେଇ ତା’ ମନରେ କୌଣସି ଅଭିଳାଷ ନାହିଁ, ଏପରିକି ଟିକିଏ ଆଗ୍ରହ ନାହିଁ। ସେ ଖେଳୁଛି ସତେ ଯେମିତି ଖେଳିବା ହିଁ ସବୁ କିଛି, ଜିତିବା ବା ହାରିବା ମୂଲ୍ୟହୀନ।
ପ୍ରାଜ୍ଞ ଦିନେ ହାରୁଥିବା ପିଲାକୁ ଏକୁଟିଆ ଦେଖି ପଚାରିଲେ- ତୁମେ ହାରୁଛ ବୋଲି ମନ କଷ୍ଟ କର କି? ସେ ସଦାବେଳେ ଜିତୁଛି ବୋଲି ତୁମ ମନରେ ଈର୍ଷା ହୁଏ କି?
ପିଲାଟି କହିଲା- ମୁଁ ଜିତିବାକୁ ଚାହେଁ, କିନ୍ତୁ ହାରେ ବୋଲି ମନରେ ତା’ ପ୍ରତି ଈର୍ଷା ହୁଏ ନାହିଁ। ତା’ ଭଳି ସାଙ୍ଗ ମୁଁ କେଉଁଠୁ ପାଇବି?
ପ୍ରାଜ୍ଞଙ୍କୁ ଏବେ ଦିଶିଲା ବିେଜତାର ଏକ ଭିନ୍ନ ସ୍ବରୂପ। ଏମିତି ଜିତିବ ଯେମିତି ତାହା ପରାଜିତ ଲୋକର ମନରେ କୌଣସି ଗ୍ଳାନି, ଈର୍ଷା, ଅସୂୟା ସୃଷ୍ଟି କରୁ ନ ଥିବ। ତାହାର ଏକମାତ୍ର ରହସ୍ୟ ହେଲା, ଜିତିବାରେ ଆନନ୍ଦ ପାଇବାର ଲକ୍ଷ୍ୟ ନ ରଖି କେବଳ ଖେଳିବାରେ ଆନନ୍ଦ ପାଇବା ଓ ତହିଁରେ ନିମଜ୍ଜିତ ହେବା।
କଥାଟିଏ-ଯାଯାବର: ଦୁଇ ବାଳକଙ୍କ ଖେଳ
ଦୁଇ ବାଳକ ପରମ ମିତ୍ର ଥିଲେ ଏବଂ ବିଭିନ୍ନ ପ୍ରକାର ଖେଳ ଖେଳୁଥିଲେ। କିନ୍ତୁ ସବୁ ଖେଳରେ ଜଣେ ସର୍ବଦା ଜିତୁଥିଲା ତ ଆର ଜଣକ ହାରୁଥିଲା। ଯିଏ ଜିତୁଥିଲା, ସେ ତା’ର ଶାରୀରିକ ଗଠନ ଓ ବଳ ଆଦି ଦୃଷ୍ଟିରୁ ହାରୁଥିବା ବାଳକ ଠାରୁ ନ୍ୟୂନ ଥିଲା। କିନ୍ତୁ ତା’ର ଜିତିବା ଥିଲା ସୁନିଶ୍ଚିତ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)