ଅନୁଭବ ମାଧ୍ୟମରେ ଈଶ୍ବରଙ୍କୁ ଜାଣି ହୁଏ; ଶିକ୍ଷା ବା ପଢ଼ା ବା ଜ୍ଞାନ ଦ୍ବାରା ଈଶ୍ବରଙ୍କୁ ଜାଣିବା ସମ୍ଭବ ନୁହେଁ। ଏହା କହି ୟୁଜିକେ ଥରେ ତାଙ୍କର ଏକ ରୁଷିଆ ଗସ୍ତର କାହାଣୀ ବିଷୟରେ କହିଲେ।
ୟୁଜିକେ ରୁଷିଆ ଯାଇଥିଲେ। ସେଠାରେ ସେ ଜଣେ ପରିଚିତଙ୍କ ଘରେ ଅତିଥି ହେଲେ। ଦିନେ ପରିବାରର କି‌େଶାର ପୁତ୍ରକୁ ସେ ପଚାରିଲେ- ଈଶ୍ବର ଅଛନ୍ତି?
ପିଲାଟି କହିଲା- ‘ଥିଲେ। ହେଲେ, ଏବେ ନାହାନ୍ତି।’
ୟୁଜିକେ ପଚାରିଲେ- ‘କେବେ ଥିଲେ? କୁଆଡ଼େ ଗଲେ?’
ପିଲାଟି ଉତ୍ତର ଦେଲା- ‘ଲେନିନ୍‌ଙ୍କ ପୂର୍ବରୁ ଥିଲେ!’
ୟୁଜିକେ ପଚାରିଲେ- ‘ତୁମେ ଏ କଥା ଜାଣିଲ କେମିତି?’
ପିଲାଟି କହିଲା- ‘ଆମ ପାଠ ବହି ଠାରୁ ଆରମ୍ଭ କରି ସବୁଠି ଏହି କଥା ଅଛି। ମୋ ବାପା ମଧ୍ୟ ଏହି କଥା କହନ୍ତି।’
ୟୁଜିକେ ପଚାରିଲେ- ‘ତୁମ ଜେଜେବାପା ମଧ୍ୟ କ’ଣ ଏ କଥା କହନ୍ତି?’
ପିଲାଟି ନିଃସ୍ଫୃହ ଭା‌ବେ ଉତ୍ତର ଦେଲା- ‘କହୁଥି‌େବ! ମୁଁ କେବେ ପଚାରି ନାହିଁ।’
ୟୁଜି‌େକ ଏହା ପରେ ପରିବାରର ସବୁଠାରୁ ବୟୋଜ୍ୟେଷ୍ଠ ଶତାୟୁ ପର ଜେଜେବାପାଙ୍କୁ ଏହି କଥା କହି ତାଙ୍କ ନାତିର ଉତ୍ତର ବିଷୟରେ କହିଲେ।
ବୃଦ୍ଧଙ୍କ ମୁହଁରୁ ଅସ୍ପଷ୍ଟ ଭାବେ ବାହାରିଲା- ନିର୍ବୋଧ ଲେନିନ, ନିର୍ବୋଧ ଷ୍ଟାଲିନ।
ୟୁଜି‌େକ କହିଲେ- ଏହା ହେଉଛି ଈଶ୍ବରଙ୍କୁ ନେଇ ଜ୍ଞାନର କଥା। ରୁଷିଆରେ ସେହି ଜ୍ଞାନର ପ୍ରସାର ଘଟିଥିଲା, ଯଦ୍ଦ୍ବାରା ଅନେକ ଲୋକ ବିଶ୍ବାସ କରି ନେଇଥି‌େଲ ଯେ ଲେନିନ ଓ ଷ୍ଟାଲିନ ଆସିବା ପରେ ଈଶ୍ବରଙ୍କ ଅନ୍ତ ଘଟିଛି। କିନ୍ତୁ ଯେଉଁମାନେ ଏ ପୃଥିବୀର ସୂକ୍ଷ୍ମ ପରିଚାଳନାରେ ଅଲୌକିକ ଉପସ୍ଥିତି ଅନୁଭବ କରି ପାରିଥିଲେ, ସେମାନଙ୍କ ଲାଗି ଏହା ଥିଲା ଚରମ ନିର୍ବୋଧତା।