ଗୋଟିଏ ଜନପଦରେ ଦୁଇ ଜଣ ବିଶିଷ୍ଟ ଗୁରୁ ରହୁଥିଲେ। ସେମାନଙ୍କ ଭିତରେ ଭଲ ସ˚ପର୍କ ମଧୢ ଥିଲା। କିନ୍ତୁ ଥରେ ଦୁଇ ଗୁରୁଙ୍କ ଭିତରେ କୌଣସି ଏକ ତତ୍ତ୍ବକୁ ନେଇ ଯୁକ୍ତିତର୍କ ହେଲା। ତର୍କ ବଢ଼ିଲା। କିନ୍ତୁ ଦେଖାଗଲା ଯେ ଜଣେ ଗୁରୁ ନିରବ ହୋଇଗଲେ। ଅନ୍ୟ ଗୁରୁ ଜଣକ କିନ୍ତୁ ବଡ଼ ପାଟିରେ ନିଜ ତତ୍ତ୍ବଟି ଠିକ୍ ବୋଲି ସିଦ୍ଧ କରି କହିଲେ- ଏବେ ମାନିଗଲ ତ ଏ ବିଷୟରେ ମୋର ତର୍କ ତୁମଠାରୁ ବଳିଷ୍ଠ!
ଠିକ୍ ସେଇ ଦିନ ଦୁଇ ଜଣ ଯୁବକ ଶିଷ୍ୟତ୍ବ ଗ୍ରହଣ କରିବା ଲାଗି ଗୁରୁଙ୍କ ତଲାସରେ ସେଇ ଜନପଦରେ ପହଞ୍ଚିଥିଲେ। ଅଗତ୍ୟା ସେମାନେ ତର୍କ ଚାଲିଥିବା ବେଳେ ଟିକିଏ ଦୂରରୁ ସବୁ କିଛି ଶୁଣିପାରିଲେ। ଏ ଘଟଣା ପରେ ଜଣେ ଯୁବକ ତା’ର ବନ୍ଧୁକୁ କହିଲା- ଭାଇ, ଯେଉଁ ଗୁରୁ ତର୍କରେ ଜିଣିଗଲେ ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିବା ଉଚିତ। କିନ୍ତୁ ଅନ୍ୟ ବନ୍ଧୁ କହିଲା- ନାଇଁରେ ଭାଇ ମୁଁ ଚୁପ୍ ହୋଇଯାଇଥିବା ଗୁରୁଙ୍କ ଜ୍ଞାନ ଗରିମା ବିଷୟରେ ମଧୢ ବହୁତ ଶୁଣିଛି। ତେଣୁ ବିଚାର କରି କୌଣସି ନିଷ୍ପତ୍ତି ନେବି।
ସେଦିନ ସ˚ଧୢାରେ ସେମାନେ ତର୍କରେ ଚୁପ୍ ହୋଇଯାଇଥିବା ଗୁରୁଙ୍କ ଆଶ୍ରମକୁ ଯାଇ ତାଙ୍କୁ ଭେଟି ସନ୍ତର୍ପଣରେ ପଚାରିଲେ- ଆପଣ ଚୁପ ହୋଇଗଲେ କାହିଁକି? କ’ଣ ତର୍କରେ ହାରିଗଲେ?
ଗୁରୁ କହିଲେ- କଥା ଜ୍ଞାନ ଗରିମାରେ ନାହିଁ। ଅସଲ କଥା ହେଲା, ଆମ ଯୁକ୍ତି ଯେଉଁ ଦିଗକୁ ଗତି କରୁଥିଲା, ସେଥିରେ ଅସଲ ତତ୍ତ୍ବ କଥା ପଛକୁ ରହି ଆମେ ଦୁଇ ଜଣ ନିଜ ଅହ˚ ଦ୍ବାରା ପରିଚାଳିତ ହୋଇ ନିଜେ ଠିକ୍ ବୋଲି ପ୍ରମାଣ କରି ଚାଲିଥାଆନ୍ତୁ। ତାହା ବଢ଼ି ପରିଣାମରେ ଆମ ସ˚ପର୍କ ସବୁ ଦିନ ଲାଗି ବିଗିଡ଼ି ଯାଇଥାଆନ୍ତା। ତୁମେମାନେ ଯୁବକ। ତେଣୁ ଗୋଟିଏ କଥା ମନେ ରଖିବ। ତର୍କରେ ଯଦି ସ୍ବର ଉଚ୍ଚ ହେବା ଆରମ୍ଭ କଲା, ତେବେ ନିରବତା ଅବଲମ୍ବନ କରିବା ଶ୍ରେୟସ୍କର।
ଯୁବକ ଦ୍ବୟ ଏହା ଶୁଣି ଅଭିଭୂତ ହୋଇଗଲେ ଏବଂ କହିଲେ- ଆପଣ ହିଁ ଆମର ଗୁରୁ। ଆମକୁ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ।
କଥାଟିଏ-ଯାଯାବର: ତର୍କରେ ସ୍ବର
ଗୋଟିଏ ଜନପଦରେ ଦୁଇ ଜଣ ବିଶିଷ୍ଟ ଗୁରୁ ରହୁଥିଲେ। ସେମାନଙ୍କ ଭିତରେ ଭଲ ସ˚ପର୍କ ମଧୢ ଥିଲା। କିନ୍ତୁ ଥରେ ଦୁଇ ଗୁରୁଙ୍କ ଭିତରେ କୌଣସି ଏକ ତତ୍ତ୍ବକୁ ନେଇ ଯୁକ୍ତିତର୍କ ହେଲା। ତର୍କ ବଢ଼ିଲା। କିନ୍ତୁ ଦେଖାଗଲା ଯେ ଜଣେ ଗୁରୁ ନିରବ ହୋଇଗଲେ।
/sambad/media/media_files/4gXaeJpVRwjMhCybVeWv.jpg)