ଥରେ ଗୁରୁଙ୍କୁ ତାଙ୍କ ଚେଲା ପଚାରିଲା- ମହାତ୍ମା, ଈଶ୍ବର ଅଛନ୍ତି ବୋଲି ମୋ ମନରେ ସନ୍ଦେହ ଆସୁଛି। କାରଣ ସେ କିଛି ସାହାଯ୍ୟ କରୁ ନାହାନ୍ତି।
ଏହା ଶୁଣି ସାଧୁ ହସିଲେ ଏବ˚ କହିଲେ- ଏବେ କଥାଟିଏ କହେ। ଗୋଟିଏ ଗାଁରେ ରହୁଥିଲେ ଜଣେ ଭାରି ଟିଙ୍ଗା ବ୍ରାହ୍ମଣ। ସେ ପ୍ରତିଦିନ ସକାଳେ ଗୋଟିଏ ବରଗଛ ମୂଳରେ ଥିବା ଛୋଟ ପଥର ମୂର୍ତ୍ତିକୁ ପୂଜା କରୁଥିଲେ। ପୂଜା କଲା ବେଳେ ସେ ସଦାବେଳେ ଗରଗର ହେଉଥିଲେ। ସେ ଯେଉଁଠି ମୂର୍ତ୍ତି ପୂଜା କରୁଥିଲେ ସେଠି ଗୋଟିଏ କୁକୁର ପ୍ରତିଦିନ ଶୋଉଥିଲା। ବ୍ରାହ୍ମଣ ପ୍ରଥମେ ସେଇ କୁକୁରକୁ ସେଠାରୁ ତଡୁଥିଲେ, ତା’ ପରେ ପୂଜା କରୁଥିଲେ।
ଦିନେ ତାଙ୍କୁ ଜଣେ ଭଦ୍ରଲୋକ କିଛି ପିଠା ଦେଇଥିଲେ। ପିଠାତକ ଗୋଟିଏ ଗାମୁଛାରେ ବାନ୍ଧି ପାଖରେ ଥୋଇ ସେ ପୂଜା କରିବାରେ ଲାଗିଲେ। ଏଇ ସମୟରେ କୁକୁରଟି କେଉଁଠି ଥିଲା କେଜାଣି ଦଉଡ଼ି ଆସି ପିଠା ବୁଜୁଳିକୁ ନେଇ ପଳାଇଲା। ବ୍ରାହ୍ମଣ ରାଗ ତମତମ ହୋଇ ବୁଦ୍ଧି ହରାଇ ଅଚାନକ ସେଇ ପଥର ମୂର୍ତ୍ତିକୁ ଟେକିନେଇ କୁକୁର ଆଡ଼କୁ ଫୋପାଡ଼ିଦେଲେ। ତାହା କୁକୁର ଦେହରେ ବାଜିଲା। କୁକୁରଟି ପ୍ରାଣ ବିକଳରେ ପିଠା ବୁଜୁଳିକୁ ଛାଡ଼ି ଦେଇ ପଳାଇଗଲା।
ବ୍ରାହ୍ମଣ ଦୌଡ଼ି ଯାଇ ପିଠା ବୁଜୁଳି ଓ ଭଗବାନଙ୍କ ମୂର୍ତ୍ତିକୁ ଗୋଟାଇ ଆଣୁ ଆଣୁ କହିଲେ- ପ୍ରଭୁ ମୁଁ ତୁମର ଏତେ ବର୍ଷ ପୂଜା କଲା ପରେ ଆଜି ମୋ କାମରେ ଆସିଲ। ଆଜି ମୋତେ ସାହାଯ୍ୟ କଲ।
ଏହା କହି ସାରି ଗୁରୁ କହିଥିଲେ ଦେଖିଲୁ ତ ଈଶ୍ବରଙ୍କ ସାହାଯ୍ୟ!
କଥାଟିଏ-ଯାଯାବର: ଈଶ୍ବରଙ୍କ ସାହାଯ୍ୟ
ଥରେ ଗୁରୁଙ୍କୁ ତାଙ୍କ ଚେଲା ପଚାରିଲା- ମହାତ୍ମା, ଈଶ୍ବର ଅଛନ୍ତି ବୋଲି ମୋ ମନରେ ସନ୍ଦେହ ଆସୁଛି। କାରଣ ସେ କିଛି ସାହାଯ୍ୟ କରୁ ନାହାନ୍ତି। ଏହା ଶୁଣି ସାଧୁ ହସିଲେ ଏବ˚ କହିଲେ- ଏବେ କଥାଟିଏ କହେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)