ଜଣେ ବ୍ୟକ୍ତିି ତାଙ୍କ ପକ୍ଷାଘାତ ରୋଗଗ୍ରସ୍ତ ବାପାଙ୍କ ପ୍ରତି ଖୁବ୍ ଖରାପ ବ୍ୟବହାର କରୁଥିଲେ। ସେତିକି ବେଳେ ପାଖ ପଡ଼ିଶା ଘରର ଲୋକେ କହୁଥିଲେ ଯେ ଯେମିତି କରିବ, ସେମିତି ଫଳ ପାଇବ। କେହି କେହି ଏହା ବି କହୁଥିଲେ ଯେ ତାଙ୍କର ଏକମାତ୍ର ପୁଅ ବଡ଼ ହେବା ପରେ ତା’ ବାପାମାଆଙ୍କ ପ୍ରତି ସମାନ ବ୍ୟବହାର ଦେଖାଇବ। କାରଣ ପିଲା ବାପା, ମାଆଙ୍କ ଆଚରଣରୁ ସ˚ସ୍କାର ପାଏ।
କିନ୍ତୁ ଫଳ ପୂରା ଓଲଟା। ସେହି ବ୍ୟକ୍ତିଙ୍କ ପୁଅ ତ ଅତି ମାର୍ଜିତ ଓ ସୁଶୀଳ ହୋଇ ବଢ଼ିଲା। ତା’ ବାପା ବୃଦ୍ଧ ହୋଇ ରୋଗଗ୍ରସ୍ତ ହେଲେ। ତାଙ୍କ ପୁଅ ଏମିତି ସେବାରେ ଲାଗିଲା ଯେ ଦିନ ରାତି ଭୁଲି ଗଲା। ଲୋକେ କହିଲେ ସତରେ ଭଗବାନଙ୍କ ବିଚାର ଅଦ୍ଭୁତ।
ଦିେନ ସେହି ସହରକୁ ଆସିଲେ ଜଣେ ସାଧୁ। ତାଙ୍କୁ କେହି ଜଣେ ଏହି କଥାଟି କହି ଈଶ୍ବରଙ୍କ ବିଚିତ୍ର ନ୍ୟାୟ କଥା ଉଠାଇ ଦେଲା।
ସାଧୁ କହିଲେ- ସେହି ଭଦ୍ରବ୍ୟକ୍ତିଙ୍କୁ ଈଶ୍ବର ଦଣ୍ତ ଦେଇ ନାହାନ୍ତି ବୋଲି ଭାବୁଛ କାହିଁକି? ଯିଏ ଯେମିତି କରେ ସେ ସେମିତି ଫଳ ପାଇବା ଉଚିତ ବୋଲି ବିଚାର କରିବା ହେଉଛି ଆମ ଭଳି ମଣିଷମାନଙ୍କର। କିନ୍ତୁ ଈଶ୍ବର କେତେ ଅଲଗା ବାଗରେ ଦଣ୍ତ ଦିଅନ୍ତି। ଏବେ କେହି ଜଣେ ତାଙ୍କୁ ଦେଖି ଆସ। ଦେଖିବ ତାଙ୍କ ଆଖିରୁ ଲୁହ ଝରୁଥିବ। କାରଣ, ପୁଅ ଠାରୁ ଏମିତି ସେବା ଯତ୍ନ ପାଇଲା ବେଳେ ସେ ନିଜ ବାପାଙ୍କ ପ୍ରତି କରିଥିବା ଖରାପ ବ୍ୟବହାର କଥା ମନେ ପକାଇ ଦଗ୍ଧୀଭୂତ ହେଉଥିବେ। ସେ ଅହରହ ଅନୁତାପ ଅନଳରେ ଜଳୁଥିବେ। ଶେଷ ଜୀବନରେ ଏମିତି ଜଳିପୋଡ଼ି ମରିବା ହେଉଛି ତ ଈଶ୍ବରଙ୍କ ଦଣ୍ତ!
କଥାଟିଏ-ଯାଯାବର: ଈଶ୍ବରଙ୍କ ବିଚାର
ଜଣେ ବ୍ୟକ୍ତିି ତାଙ୍କ ପକ୍ଷାଘାତ ରୋଗଗ୍ରସ୍ତ ବାପାଙ୍କ ପ୍ରତି ଖୁବ୍ ଖରାପ ବ୍ୟବହାର କରୁଥିଲେ। ସେତିକି ବେଳେ ପାଖ ପଡ଼ିଶା ଘରର ଲୋକେ କହୁଥିଲେ ଯେ ଯେମିତି କରିବ, ସେମିତି ଫଳ ପାଇବ। କେହି କେହି ଏହା ବି କହୁଥିଲେ ଯେ ତାଙ୍କର ଏକମାତ୍ର ପୁଅ ବଡ଼ ହେବା ପରେ ତା’ ବାପାମାଆଙ୍କ ପ୍ରତି ସମାନ ବ୍ୟବହାର ଦେଖାଇବ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)