ଗୋଟିଏ ଗାଁରେ ଜଣେ ଏଭଳି ବ୍ୟକ୍ତି ରହୁଥିଲେ, ଯାହାଙ୍କୁ ଦେଖିଲେ ମନେ ହେଉଥିଲା ଯେ ସେ ସର୍ବଦା ପ୍ରଶାନ୍ତ ଚିତ୍ତରେ ଅଛନ୍ତି। ଗାଁ ଲୋକେ କିନ୍ତୁ ବିଭିନ୍ନ କାରଣରୁ ସର୍ବଦା ବିଚଳିତ ରହୁଥିଲେ। ସେମାନେ ମନେ ମନେ ଭାବୁଥିଲେ ଏ ଲୋକ କେମିତି ଏତେ ଶାନ୍ତିରେ ରହିଛି।
ଦିନକର କଥା। ରାତି ସମୟ। ହଠାତ୍ ପ୍ରବଳ ଯୁକ୍ତିତର୍କ ଶୁଭିଲା। ଲୋକେ ଦେଖିଲେ ସେହି ପ୍ରଶାନ୍ତ ଚିତ୍ତ ମହାଶୟ ତାଙ୍କ ପଡ଼ୋଶୀଙ୍କ ସହିତ ଯୁକ୍ତିତର୍କରେ ମାତିଛନ୍ତି। ଏମିତି କେବେ ହେବ ବୋଲି ଲୋକେ ଭାବି ପାରି ନ ଥିଲେ। କିଛି ସମୟ ପରେ ପରସ୍ପରକୁ ଗାଳିମନ୍ଦ କରି ଦୁଇ ପଡ଼ୋଶୀ ନିଜ ନିଜ ଘରର କବାଟ କିଳି ଦେଲେ। ଲୋକେ ମଧ୍ୟ ଯେ ଯାହା ଘରକୁ ଫେରିଲେ। ଗାଁ ଲୋକେ ଭାବୁଥିଲେ ଯେ ଦୁଇ ପଡ଼ୋଶୀଙ୍କ ଭିତରେ ଏତେ ଭଲ ସଂପର୍କ ଥିଲା, ଅଥଚ ଏ କ’ଣ ହେଲା?
ପର ଦିନ ସକାଳୁ ଗାଁ ଲୋକେ କିନ୍ତୁ ଏହା ଦେଖି ବିସ୍ମିତ ହୋଇଗଲେ ଯେ ପୁଣି ଦୁଇ ପଡ଼ୋଶୀ ଗପସପରେ ମାତିଛନ୍ତି। ୟେ କେମିତି ସମ୍ଭବ?
ଜଣେ ପଚାରି ଦେଲା- କିଓ ଭାଇ, କାଲି ରାତିରେ ତ ଧରାପରା ହେଉଥିଲ, ଅଥଚ ରାତି ପାହିଲା ବେଳକୁ ସାଙ୍ଗ? କେମିତି?
ଏହା ଶୁଣି ପଡ଼ୋଶୀ କହିଲେ- ୟେ ସଇତାନ କ’ଣ ରଖେଇ ବସେଇ ଦଉଚି! କାଲି କଳିର ଘଣ୍ଟାଏ ଯାଇଛି କି ନାହିଁ, ଆମ ଘରର କବାଟ ବାଡ଼େଇ କାକୁତି ହୋଇ କହୁଛି, ଘଣ୍ଟାଏ ବିତିଗଲାଣି, ତଥାପି ରାଗ ରଖିଛ? ମୁଁ ତ ଭୁଲିଗଲିଣି। ଏବେ କବାଟ ଖୋଲ। ମୁଁ କବାଟ ଖୋଲିଲା ବେଳେକୁ ମୋତେ କୁଣ୍ଢାଇ ପକାଇ କହୁଛି, କି ଛୋଟ କଥାରୁ କଳି କୁହ ତ? ଏଇ ଲୋକ ସାଙ୍ଗେ ତୁମେ ମାନ କରି ରହିପାରିବ ତ?
ଯେଉଁ ଲୋକ ପଚାରିଥିଲେ ସେ ଉତ୍ତର ପାଇବା ପରେ ଘରକୁ ଯାଇ ନିଜ ପତ୍ନୀଙ୍କୁ କହିଲେ- ସେ ଏତେ ଶାନ୍ତିରେ କେମିତି ଥାଏ ଜାଣିଛ? ସେ ରାଗ କରେ ସିନା, ରାଗ ରଖେ ନାହିଁ। ରାଗ, ଈର୍ଷା ଓ ଅଭିମାନ କରିବାରେ ଦୋଷ ନାହିଁ, ରଖିବା ହେଉଛି ଦୋଷ। ରଖିଲେ ଶାନ୍ତି ନଷ୍ଟ ହୁଏ।
କଥାଟିଏ-ଯାଯାବର: ଶାନ୍ତି ନଷ୍ଟ ହୁଏ କେମିତି?
ଗୋଟିଏ ଗାଁରେ ଜଣେ ଏଭଳି ବ୍ୟକ୍ତି ରହୁଥିଲେ, ଯାହାଙ୍କୁ ଦେଖିଲେ ମନେ ହେଉଥିଲା ଯେ ସେ ସର୍ବଦା ପ୍ରଶାନ୍ତ ଚିତ୍ତରେ ଅଛନ୍ତି। ଗାଁ ଲୋକେ କିନ୍ତୁ ବିଭିନ୍ନ କାରଣରୁ ସର୍ବଦା ବିଚଳିତ ରହୁଥିଲେ। ସେମାନେ ମନେ ମନେ ଭାବୁଥିଲେ ଏ ଲୋକ କେମିତି ଏତେ ଶାନ୍ତିରେ ରହିଛି।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)