ଜଣେ ବିଚାରପତି ନିରପେକ୍ଷ ଓ ନ୍ୟାୟସ˚ଗତ ବିଚାର ଲାଗି ଥିଲେ ପ୍ରସିଦ୍ଧ। ସେ ଅବସର ନେବା ପରେ ତାଙ୍କୁ ଆଉ କେହି ଦେଖିବାକୁ ପାଇଲେ ନାହିଁ। ସେ କୌଣସି ଏକ ନିକାଞ୍ଚନ ସ୍ଥାନକୁ ଚାଲିଗଲେ। ସେ ଏହି ଭଳି ଅଜ୍ଞାତବାସରେ ଥିବା ବେଳେ ଦୈବାତ୍ ତାଙ୍କୁ ଦେଖିଦେଲେ ଜଣେ ସାମ୍ବାଦିକ। ଏକ ନିରାଡ଼ମ୍ବର ପରିବେଶରେ ବିଚାରପତି ତାଙ୍କ ପତ୍ନୀଙ୍କ ସହିତ ରହୁଥିଲେ। ସାମ୍ବାଦିକ ଜଣକ ଖୋଜ ଖବର ନେଇ ସେଠାରେ ପହଞ୍ଚିଗଲେ।
କଥା ପ୍ରସଙ୍ଗରେ ସାମ୍ବାଦିକ ପଚାରିଲେ- ଜଣେ ଅତ୍ୟନ୍ତ ଭଲ ବିଚାରପତି ଭାବେ ଆପଣଙ୍କ ସୁନାମ ଅଛି। ଅବସର ପରେ ଆପଣ ସିନା ସକ୍ରିୟ ରହି ଭବିଷ୍ୟତ ପିଢ଼ିକୁ ଉପଦେଶ ଓ ପରାମର୍ଶ ଆଦି ଦେଇଥାଆନ୍ତେ। ଆପଣ ପରିଚିତମାନଙ୍କ ଗହଣରୁ ଅପସରି ଗଲେ କାହିଁକି?
ବିଚାରପତି ଟିକିଏ ଚୁପ୍ ରହିଲେ। ତା’ ପରେ କହିଲେ- ମୋତେ ଆପଣମାନେ ଅତି ଭଲ ବିଚାରପତି ବୋଲି କହନ୍ତି। ମୁଁ କିନ୍ତୁ ସେଭଳି ନୁହେଁ। ମୋର ସୌଭାଗ୍ୟ ହେଲା ବିଚାରପତି ଭାବେ ମୋର ପରୀକ୍ଷା ନେବା ଲାଗି ଈଶ୍ବର ମୋ ଚାକିରି କାଳ ଭିତରେ କୌଣସି ପରିସ୍ଥିତି ସୃଷ୍ଟି କରି ନାହାନ୍ତି। ମୁଁ ଯଥା ସମ୍ଭବ ସଂବେଦନଶୀଳ ହୋଇ ବିଚାର ଶୁଣାଇଛି, କିନ୍ତୁ ବେଳେ ବେଳେ ଭାବେ ମୋ ଆଗରେ ଅଭିଯୁକ୍ତ ଭାବେ ଛିଡ଼ା ହୋଇଥିବା ତରୁଣ ଯଦି ମୋ ପୁଅ ହୋଇ ଥାଆନ୍ତା, ତେବେ ମୋ ବିଚାର କିଭଳି ହୁଅନ୍ତା? ମୁଁ ପକ୍ଷପାତୀ ହେବାକୁ ବାଧ୍ୟ ହୁଅନ୍ତି କି? ଏହାର ଉତ୍ତର ଏ ଯାବତ୍ ପାଇ ନାହିଁ। ଏହାର ଅର୍ଥ େମା ଭିତରେ ସେହି ଜଟିଳ ସ୍ଥିତିର ମୁକାବିଲା ଲାଗି ଅଟଳ ଦୃଢ଼ତା ହୁଏତ ନାହିଁ। ତେଣୁ କାହାକୁ କି ଉପଦେଶ ଦେବି? ମୁଁ କ’ଣ ସେଥି ଲାଗି ଯୋଗ୍ୟ?
ତା’ ପରେ ବିଚାରପତି କହିଲେ- ମୁଁ ଜାଣିଥିଲି ସହରରେ ରହିଲେ ଅନେକ ଡାକରା ଆସିବ। ତେଣୁ ବାଧ୍ୟ ହୋଇ ଏଠାକୁ ଚାଲି ଆସିଲି।
କଥାଟିଏ-ଯାଯାବର: ବିଚାରପତିଙ୍କ ଅଜ୍ଞାତବାସ
ଜଣେ ବିଚାରପତି ନିରପେକ୍ଷ ଓ ନ୍ୟାୟସ˚ଗତ ବିଚାର ଲାଗି ଥିଲେ ପ୍ରସିଦ୍ଧ। ସେ ଅବସର ନେବା ପରେ ତାଙ୍କୁ ଆଉ କେହି ଦେଖିବାକୁ ପାଇଲେ ନାହିଁ। ସେ କୌଣସି ଏକ ନିକାଞ୍ଚନ ସ୍ଥାନକୁ ଚାଲିଗଲେ। ସେ ଏହି ଭଳି ଅଜ୍ଞାତବାସରେ ଥିବା ବେଳେ ଦୈବାତ୍ ତାଙ୍କୁ ଦେଖିଦେଲେ ଜଣେ ସାମ୍ବାଦିକ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)