ଥରେ ଗୁରୁ ସ˚ପର୍କ ବିଷୟରେ କହୁଥିଲେ। ସେ ଶିଷ୍ୟମାନଙ୍କୁ କହିଲେ- ଦେଖ, ଭଗବାନ ଏ ପୃଥିବୀରେ ଦୁଇ ପ୍ରକାର ଲୋକ ସୃଷ୍ଟି କରିଛନ୍ତି। ଭଲ ଲୋକ ଓ ଖରାପ ଲୋକ। ତୁମେ ଯେତେବେଳେ ଭଗବାନଙ୍କ ସୃଷ୍ଟିରେ ଜନ୍ମ ନେଇଛ ସେତେବେଳେ ଏ ଦୁଇ ପ୍ରକାର ଲୋକଙ୍କ ସ˚ସ୍ପର୍ଶରେ ଆସିବ। ସେମାନଙ୍କ ସହିତ ସ˚ପର୍କ ବାନ୍ଧିବ। ସେମାନଙ୍କୁ ବିଶ୍ବାସ କରିବ। କିନ୍ତୁ ଯଦି ତୁମ ଉପରେ ଈଶ୍ବରଙ୍କ ହାତ ଅଛି ତେବେ ତୁମ ଭାଗରେ ପ୍ରଥମେ ଭଲ ଲୋକମାନେ ଆସିବେ। ସେମାନଙ୍କ ସହିତ ସ˚ପର୍କ ବାନ୍ଧିଲେ ତୁମର ମଣିଷ ଉପରେ ବିଶ୍ବାସ ବଢ଼ିବ। ତୁମେ ଏହା ଦ୍ବାରା ପ୍ରଭାବିତ ହେଲେ ତୁମ ଜୀବନ ବି ସୁଖମୟ ହେବ।
ଜଣେ ଶିଷ୍ୟ ପଚାରିଲା- ଭଗବାନଙ୍କ ହାତ ଯଦି ଆମ ଉପରେ ରହିଲା ତେବେ କ’ଣ ଆମ ଜୀବନରେ କେବେ ବି ଖରାପ ଲୋକ ଆସିବେ ନାହିଁ?
ଗୁରୁ କହିଲେ- ଆସିବେ ଏବ˚ ତୁମେ ସେମାନଙ୍କ ଉପରେ ବିଶ୍ବାସ ରଖି ହତାଶ ହେବ। କିନ୍ତୁ ବଡ଼ କଥା ହେଲା ଭଲ ଲୋକମାନେ ତୁମ ମନରେ ମଣିଷର ସ˚ପର୍କକୁ ନେଇ ଯେଉଁ ପ୍ରତ୍ୟୟ ସୃଷ୍ଟି କରିଥିବେ, ତା’ ଦ୍ବାରା ତୁମେ ବିଶ୍ବାସଘାତକତାର ଶିକାର ହେଲେ ବି ସ˚ପର୍କ ଉପରୁ ବିଶ୍ବାସ ତୁଟାଇବ ନାହିଁ। ତୁମେ ତୁମ ଜୀବନରେ ସ˚ପର୍କର ଅସଲ ଆନନ୍ଦ ଉପହାର ଭାବେ ପାଇବ।
କିନ୍ତୁ ତୁମ ଉପରେ ଯଦି ସୈତାନର ଆଖି ରହିଲା, ତେବେ ତୁମେ ପ୍ରଥମେ ପ୍ରଥମେ ଯେଉଁ ସ˚ପର୍କ ଗଢ଼ିବ ସେଥିରେ ବିଶ୍ବାସହୀନତାର ଶିକାର ହେବ। ସୈତାନର ନଜର ରହିଲେ ମଧୢ ତୁମ ଜୀବନରେ ଭଲ ଲୋକ ବି ଜୁଟିବେ। କାରଣ ଈଶ୍ବରଙ୍କ ସୃଷ୍ଟିରେ ଭଲ ଲୋକ ସମସ୍ତଙ୍କ କପାଳରେ ଜୁଟନ୍ତି। କିନ୍ତୁ କ’ଣ ହେବ ନା ସ˚ପର୍କକୁ ନେଇ ତୁମ ମନରେ ଏମିତି ଅନାସ୍ଥା ଭାବ ଆସିଯାଇଥିବ ଯେ ତୁମେ ଭଲ ଲୋକଙ୍କୁ ବି ବିଶ୍ବାସ କରିବ ନାହିଁ। ଜୀବନରେ ସ˚ପର୍କର ସୁନ୍ଦରତାକୁ କେବେ ବି ଉପହାର ଭାବେ ପାଇବ ନାହିଁ।
କଥାଟିଏ-ଯାଯାବର: ସମ୍ପର୍କର ଉପହାର
ଥରେ ଗୁରୁ ସ˚ପର୍କ ବିଷୟରେ କହୁଥିଲେ। ସେ ଶିଷ୍ୟମାନଙ୍କୁ କହିଲେ- ଦେଖ, ଭଗବାନ ଏ ପୃଥିବୀରେ ଦୁଇ ପ୍ରକାର ଲୋକ ସୃଷ୍ଟି କରିଛନ୍ତି। ଭଲ ଲୋକ ଓ ଖରାପ ଲୋକ। ତୁମେ ଯେତେବେଳେ ଭଗବାନଙ୍କ ସୃଷ୍ଟିରେ ଜନ୍ମ ନେଇଛ ସେତେବେଳେ ଏ ଦୁଇ ପ୍ରକାର ଲୋକଙ୍କ ସ˚ସ୍ପର୍ଶରେ ଆସିବ। ସେମାନଙ୍କ ସହିତ ସ˚ପର୍କ ବାନ୍ଧିବ।