ଗୋଟିଏ ଗାଁରେ ଥିଲା ଦୁର୍ଦ୍ଦାନ୍ତ ପିଲାଟିଏ। ତା’ର ଶରୀରରେ ଥିଲା ଅମାପ ବଳ। ସେ ଥିଲା ଭୀଷଣ ବଗୁଲିଆ ଏବ˚ ବିଭିନ୍ନ ଲୋକଙ୍କୁ ହଇରାଣ କରିବା, ବେଳ ଅବେଳରେ ଲୋକଙ୍କୁ ମାରଧର କରିବା ଆଦି ଥିଲା ତା’ର ଏକ ପ୍ରଧାନ କାମ। ଏଥିରେ ବ୍ୟତିବ୍ୟସ୍ତ ହୋଇ ତା’ ବାପା ମାଆ ତାକୁ ନେଇ ଜଣେ ଗୁରୁଙ୍କ ପାଖକୁ ଗଲେ ଏବ˚ ପିଲାଟିକୁ ସୁଧାରିଦେବା ଲାଗି ଅନୁରୋଧ କଲେ। 
ସେତେବେଳକୁ ଗୁରୁଙ୍କ ପାଖରେ ରହି କିଛି ଶିଷ୍ୟ ଶିକ୍ଷା ନେଉଥିଲେ। ସେମାନେ ସମସ୍ତେ ଗୁରୁଙ୍କ ଶିକ୍ଷା ଓ ସାନ୍ନିଧୢରୁ ସୁସ˚ସ୍କୃତ ହୋଇସାରିଥିଲେ। ସେମାନଙ୍କ ସହିତ ଏଇ ଦୁର୍ଦ୍ଦାନ୍ତ ପିଲାଟିକୁ ରଖିବା ନେଇ ଗୁରୁ ମନେ ମନେ ଅମଙ୍ଗ ହେଉଥିଲେ ବି ଏହାକୁ ନିଜ ସାମର୍ଥ୍ୟ ପ୍ରତି ଏକ ଆହ୍ବାନ ବୋଲି ମନେ କରି ଶେଷରେ ତାକୁ ପାଖରେ ରଖି ଶିକ୍ଷା ଦେବାକୁ ସ୍ଥିର କଲେ। 
ପିଲାଟିକୁ ସୁସ˚ସ୍କୃତ କରିବା ଥିଲା ଏକ ପ୍ରାୟ ଅସମ୍ଭବ ବ୍ୟାପାର। କିନ୍ତୁ ଗୁରୁ ସେ ଅସାଧୢ ସାଧନ କରିପାରିଲେ। କିଛି ମାସ ପରେ ପିଲାଟି ଶିଷ୍ଟତା ପ୍ରଦର୍ଶନ କରିବାକୁ ଲାଗିଲା। ପାଠ ପଢ଼ାରେ ମନ ଦେଲା। ନକାରାତ୍ମକ କାର୍ଯ୍ୟରେ ଶାରୀରିକ ଶକ୍ତିର ଅପଚୟ ନ କରି ସକାରାତ୍ମକ ଭାବେ ତାକୁ ବିନିଯୋଗ କଲା। କିଛି ଦିନ ଭିତରେ ଦୁର୍ଦ୍ଦାନ୍ତ ପିଲାଟି ହୋଇଗଲା ଆଶ୍ରମର ଜଣେ ଉତ୍ତମ ଶିଷ୍ୟ। 
କିଛି ବର୍ଷ ପରେ ବାପାମାଆ ସେମାନଙ୍କ ପରିବର୍ତ୍ତିତ ସନ୍ତାନଟିକୁ ଘରକୁ ନେବାକୁ ଆସିଲେ। ସେମାନେ ଗୁରୁଙ୍କୁ ପ୍ରଣିପାତ କରି କହିଲେ- ମହାତ୍ମା, ଆପଣ ଆମ ପିଲାଟିକୁ ଗଢ଼ିଦେଲେ, ସେଥିଲାଗି ଆମେ ଚିର କୃତଜ୍ଞ। 
ଗୁରୁ ସେମାନଙ୍କୁ କହିଲେ- କିଏ କାହାକୁ ତିଆରି କରିଛି ତାହା ଏକ ପ୍ରଶ୍ନ। ତା’ ଭଳି ଅବାଧୢ ପିଲାକୁ ମୁଁ କେବେ ହେଲେ ଶିଷ୍ୟ ଭାବେ ଗ୍ରହଣ କରି ନ ଥିଲି। ଏବେ ଭାବୁଛି ସେ ମୋ ପାଖକୁ ଆସି ନ ଥିଲେ ମୁଁ ଏ ସାମର୍ଥ୍ୟ କେବେ ବି ପାଇ ନ ଥାଆନ୍ତି। ତେଣୁ ମୁଁ ଭାବୁଛି ସେ ମଧୢ ମୋତେ ଗଢ଼ିଛି।