ଜଣେ ସାଧୁ ଜଙ୍ଗଲରେ ତପସ୍ୟା କରୁଥିଲେ। ଅନେକ ବର୍ଷ ପରେ ବି ସିଦ୍ଧି ନ ପାଇବାରୁ ସେ ହତାଶ ହେଲେ। ଦିନେ ସେ ସ୍ଥିର କଲେ ଯେ ଆଉ ସାଧନା କରିବେ ନାହିଁ। କାରଣ ତାଙ୍କୁ ଲାଗିଲା ଯେ କେବେ ବି ତାଙ୍କୁ ସିଦ୍ଧି ମିଳିବ ନାହିଁ।
ଏହା ଭାବି ସେ ଆଶ୍ରମ ଛାଡ଼ି ଲକ୍ଷ୍ୟହୀନ ଭାବେ ଚାଲିଲେ ଓ ଜନପଦରେ ପଶିଲେ। ସେଠାରେ ବାଉଁଶ ରାଣୀ ଖେଳ ଚାଲିଥିଲା। ଓସ୍ତାଦ ତଳେ ବସି ବାଜା ବଜାଉଥିଲା ଏବ˚ ଛୋଟ ଝିଅଟିଏ ଭାରି କଷ୍ଟକର ଖେଳ ଦେଖାଉଥିଲା। ସାଧୁ, ଝିଅଟିର ଖେଳ ଦେଖି ଚମତ୍କୃତ ହେଲେ। ଖେଳ ସରିବା ପରେ ସେ ଓସ୍ତାଦ ଓ ଝିଅଟିକୁ ଭେଟିଲେ।
ଝିଅଟି ଖେଳ ଦେଖାଇ ସାରିବା ପରେ ମନ ମାରି ବସିଲା। ଓସ୍ତାଦ ପଚାରିଲେ- ପୁଣି କାହିଁକି ମନ ମାରି ବସିଲୁ? ସେ ଦିନ ତ ତୋତେ ସବୁ କଥା ବୁଝେଇଥିଲି। ପୁଣି ଆଜି ତୁ ମୁହଁ ଶୁଖାଇଛୁ?
ଝିଅଟି କହିଲା- ବାବା, ମୁଁ ଭାବୁଛି, ଏ ଖେଳ ଛାଡ଼ିଦେବି।
ଓସ୍ତାତ କହିଲେ- କିରେ କାହିଁକି?
ଝିଅ କହିଲା- ତୁମ ପାଖରେ ସାନ ବେଳୁ ରହି ଏ ଖେଳ ଦେଖିଛି ଓ ଶିଖିଛି। ମୁଁ ସବୁ ବେଳେ ଭାବେ, ଏଇ ଖେଳରେ ମୁଁ ପୂରା ନିଖୁଣ ହେବି। ଯେମିତି ତୁମ ନାମ ସବୁଠାରୁ ଉଚ୍ଚରେ ରହିବ। କିନ୍ତୁ, ମୁଁ ସେମିତି ଖେଳ ଦେଖାଇପାରୁନାହିଁ। କିଛି ନା କିଛି ଭୁଲ୍ ରହିଯାଉଛି। ଲୋକେ ସିନା ଜାଣିପାରୁନାହାନ୍ତି! ମୁଁ ଭାବୁଛି, ମୋ ଦେଇ ଆଉ ହେବନି।
ଓସ୍ତାଦ ତା’ର ହାତ ଧରି ପକେଇ କହିଲେ- ସୁନା ଝିଅ। ଏତେ ବର୍ଷ ତପସ୍ୟା କଲୁ। ଯେତେ ବେଳେ ତୋର ଫଳ ପାଇବାର ବେଳ ଆସିବ ଆସିବ ହେଲା ବେଳକୁ ତୁ କହୁଛୁ ଛାଡ଼ିଦେବୁ?
ଏ ଧାଡ଼ିକ ସନ୍ନ୍ୟାସୀଙ୍କ ମନରେ ଚାଉଁକିନା ଲାଗିଲା। ସେ ସଙ୍ଗେସଙ୍ଗେ ଆଶ୍ରମକୁ ଫେରିଲେ ଏବ˚ ପୁଣି ସିଦ୍ଧି ପାଇଁ ସାଧନାରେ ଲାଗିଲେ।
କଥାଟିଏ-ଯାଯାବର: ସାଧନା ଓ ସିଦ୍ଧି
ଜଣେ ସାଧୁ ଜଙ୍ଗଲରେ ତପସ୍ୟା କରୁଥିଲେ। ଅନେକ ବର୍ଷ ପରେ ବି ସିଦ୍ଧି ନ ପାଇବାରୁ ସେ ହତାଶ ହେଲେ। ଦିନେ ସେ ସ୍ଥିର କଲେ ଯେ ଆଉ ସାଧନା କରିବେ ନାହିଁ। କାରଣ ତାଙ୍କୁ ଲାଗିଲା ଯେ କେବେ ବି ତାଙ୍କୁ ସିଦ୍ଧି ମିଳିବ ନାହିଁ।
/sambad/media/media_files/4gXaeJpVRwjMhCybVeWv.jpg)