ବହିରାଗତମାନେ ଏକ ଅଞ୍ଚଳରେ କିଭଳି ଅବସ୍ଥାନ କରିବା ଉଚିତ ତାହା ସୂଚାଇବାକୁ ଯାଇ ଏକ ସୁଫି କାହାଣୀ କୁହାଯାଇଥାଏ।
ଜଣେ ପ୍ରବୁଦ୍ଧ ତାଙ୍କର କିଛି ଅନୁଗାମୀଙ୍କ ସହିତ ଏକ ଗ୍ରାମରେ ପହଞ୍ଚି ସେଠାରେ ରହିଯିବାକୁ ଇଚ୍ଛା ପ୍ରକଟ କଲେ। ସେହି ଗ୍ରାମର ମୁଖ୍ୟ ଥିଲେ ଅତ୍ୟନ୍ତ ପ୍ରାଜ୍ଞ। ସେ ଏହା ଶୁଣି କିଛି ନ କହି ଗୋଟିଏ ଦୁଗ୍ଧ ଭରା ପାତ୍ର ଆଗନ୍ତୁକଙ୍କ ଦଳ ନିକଟକୁ ପଠାଇଲେ।
ଆଗନ୍ତୁକ ପ୍ରବୁଦ୍ଧ ତାହା ଦେଖି କିଛି ଫୁଳ ପାଖୁଡ଼ା ତା’ ଉପରେ ଭସାଇ ଦେଇ ତାହାକୁ ଫେରାଇ ଦେଲେ। କିଛି ସମୟ ପରେ ସେମାନଙ୍କୁ ଆଶ୍ରୟ ଦେବା ଲାଗି ଗାଁ ମୁଖିଆଙ୍କ ଅନୁମତି ଆସିଗଲା।
ଆଗନ୍ତୁକ ପ୍ରବୁଦ୍ଧଙ୍କ ଶିଷ୍ୟମାନେ ଏହି ବାର୍ତ୍ତା ବିନିମୟରେ ନିହିତ ଗୂଢ଼ ଅର୍ଥ ବୁଝି ନ ପାରି ଗୁରୁଙ୍କୁ ପଚାରନ୍ତେ, ପ୍ରବୁଦ୍ଧ ବୁଝାଇ ଦେଇ କହିଲେ ଦୁଗ୍ଧ ଭରା ପାତ୍ରର ଅର୍ଥ ହେଲା ମୁଖିଆ କହିବାକୁ ଚାହିଁଥିଲେ ଯେ ଗ୍ରାମଟି ଭରପୂର, ଅଧିକ ଲୋକଙ୍କ ଲାଗି ସେଠାରେ ସ୍ଥାନ ନାହିଁ। ତା’ ଉପରେ ଫୁଲ ପାଖୁଡ଼ା ବିଞ୍ଚି ଦେବା ପରେ ଉତ୍ତର ଗଲା ଯେ ଆଗନ୍ତୁକମାନେ ଦୁଗ୍ଧ ଉପରେ ଫୁଲ ପାଖୁଡ଼ା ଭାସିଲା ଭଳି ରହିବେ, ସୁତରାଂ, ସେମାନଙ୍କ ବୋଝ ଅନୁଭୂତ ହେବ ନାହିଁ।
ଗ୍ରାମ ମୁଖିଆ ଏଭଳି ଉତ୍ତରରୁ ଠଉରାଇ ପାରିଲେ ଯେ ଆଗନ୍ତୁକ ହେଉଛନ୍ତି ଜଣେ ଅନନ୍ୟ ପ୍ରାଜ୍ଞ ଓ ତାଙ୍କୁ ତାଙ୍କ ଦଳ ସହିତ ସ୍ବାଗତ କରାଯିବା ଉଚିତ।
କଥାଟିଏ-ଯାଯାବର: ଆଗନ୍ତୁକଙ୍କ ଉତ୍ତର
ବହିରାଗତମାନେ ଏକ ଅଞ୍ଚଳରେ କିଭଳି ଅବସ୍ଥାନ କରିବା ଉଚିତ ତାହା ସୂଚାଇବାକୁ ଯାଇ ଏକ ସୁଫି କାହାଣୀ କୁହାଯାଇଥାଏ। ଜଣେ ପ୍ରବୁଦ୍ଧ ତାଙ୍କର କିଛି ଅନୁଗାମୀଙ୍କ ସହିତ ଏକ ଗ୍ରାମରେ ପହଞ୍ଚି ସେଠାରେ ରହିଯିବାକୁ ଇଚ୍ଛା ପ୍ରକଟ କଲେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)