ଭରା ଦରବାରରେ ରାଜା ସାଧୁଙ୍କୁ କହିଲେ- ମୁଁ ଭାବେ ଯେ ସ˚ସାରର ସବୁ ବ୍ୟକ୍ତିିଙ୍କ କିଛି ନା କିଛି ଆସକ୍ତି ଅଛି। ତେଣୁ ଯେଉଁମାନେ ନିଜକୁ ବୈରାଗୀ ବୋଲି କହନ୍ତି ସେମାନେ ନିଶ୍ଚିତ ଭାବେ ପ୍ରଲୋଭନ ସୃଷ୍ଟି କରୁଥିବା ବା ମାୟାରେ ପକାଉଥିବା ଜିନିଷ ଲାଭ କରିବାର ସୁଯୋଗରୁ ବଞ୍ଚିତ ହୋଇଥାଆନ୍ତି। ସୁଯୋଗ ପାଇଲେ ସେମାନେ ବି ଆସକ୍ତ ହୁଅନ୍ତେ। ତେଣୁ ଆପଣ ବା ଆପଣଙ୍କ ଭଳି ଯେ କେହି ପ୍ରକୃତରେ ବୈରାଗୀ ବୋଲି ମୁଁ ମାନି ନେଇପାରେ ନାହିଁ।
ସାଧୁ କହିଲେ- ସେମିତି ନୁହେଁ। ବୈରାଗ୍ୟ ହେଉଛି ଏକ ଉପଲବ୍ଧି। ତାହା ଥରେ ହାସଲ କରାଯାଇପାରିଲେ ଆଉ ଆସକ୍ତି ରହେନା। ବସ୍ତୁ ପ୍ରତି ଆସକ୍ତି ନ ରହିଲେ ତାକୁ ହରାଇବାର ଭୟ ବି ରହେ ନାହିଁ।
ରାଜା ମାନିଲେ ନାହିଁ ଓ କହିଲେ- ମୁଁ ପ୍ରମାଣ କରିଦେବି ଯେ ବୈରାଗ୍ୟ ବୋଲି କିଛି ନାହିଁ। ଆପଣ ପରା ଜଣେ ବୈରାଗୀ? ଏବେ ଦେଖନ୍ତୁ।
ଏହା କହି ରାଜା ଆଦେଶ ଦେବାକୁ ଲାଗିଲେ ଏବ˚ ପରିଚାରକମାନେ ବୈରାଗୀ ସାଧୁଙ୍କ ଠାରୁ ତାଙ୍କ ପୋଷାକ, ତାଙ୍କ ଯାହା କିଛି ଅଳ୍ପ ସମ୍ବଳ ସବୁ ନେଇ ଯାଇ ସେଥିରେ ଅଗ୍ନି ସ˚ଯୋଗ କରିଦେଲେ।
ସାଧୁ ସଂପୂର୍ଣ୍ଣ ନଗ୍ନ ଅଥଚ ନିର୍ବିକାର ଭାବେ ଛିଡ଼ା ହୋଇ ରହିଲେ। ଲାଗିଲା ଯେମିତି ସେ ଅଭ୍ୟାସଗତ ଭାବେ କେବଳ ଶରୀର ଉପରେ ବସ୍ତ୍ର ଆଚ୍ଛାଦନ କରିଥିଲେ, ନ ହେଲେ ସେଗୁଡ଼ିକର କୌଣସି ଆବଶ୍ୟକତା ନ ଥିଲା।
ଏଣେ, ହାରିବାକୁ ପ୍ରସ୍ତୁତ ନ ଥିବା ରାଜା ସେନାପତିଙ୍କୁ କହିଲେ- ଜୀବନ ହେଉଛି ମଣିଷର ସବୁଠାରୁ ଅଧିକ ପ୍ରିୟ। ୟା’ଙ୍କର ଶିରକୁ ସ୍କନ୍ଧଚ୍ୟୁତ କର।
ସାଧୁ କହିଲେ- କି ଆଶ୍ଚର୍ଯ୍ୟ, ତୁମ ଦୃଷ୍ଟିରେ ଜୀବନ ସବୁଠାରୁ ଅଧିକ ପ୍ରିୟ? ଯାହା ସବୁଠାରୁ ଅଧିକ ଅନିଶ୍ଚିତ ତା’ ପ୍ରତି ଆସକ୍ତି?
ଏହା କହି ସାଧୁ ହସି ଉଠିଲେ। ତାହା ଥିଲା ବିଦ୍ରୂପ ଭରା। ରାଜା ତଟସ୍ଥ ହୋଇଗଲେ। ସେ ସେନାପତିଙ୍କୁ ଅଟକାଇ ଦେଲେ ଓ କହିଲେ- ଆଜି ଜାଣିଲି ପ୍ରକୃତ ବୈରାଗ୍ୟ କାହାକୁ କହନ୍ତି ଏବଂ ସ୍ବୀକାର କରୁଛି ଯେ ପ୍ରକୃତ ବୈରାଗୀ ଅଛନ୍ତି।
କଥାଟିଏ-ଯାଯାବର: ପ୍ରକୃତ ବୈରାଗୀ
ଭରା ଦରବାରରେ ରାଜା ସାଧୁଙ୍କୁ କହିଲେ- ମୁଁ ଭାବେ ଯେ ସ˚ସାରର ସବୁ ବ୍ୟକ୍ତିିଙ୍କ କିଛି ନା କିଛି ଆସକ୍ତି ଅଛି। ତେଣୁ ଯେଉଁମାନେ ନିଜକୁ ବୈରାଗୀ ବୋଲି କହନ୍ତି ସେମାନେ ନିଶ୍ଚିତ ଭାବେ ପ୍ରଲୋଭନ ସୃଷ୍ଟି କରୁଥିବା.....
/sambad/media/media_files/4gXaeJpVRwjMhCybVeWv.jpg)