ଥରେ ଗୁରୁ ୟୁଜି କୃଷ୍ଣମୂର୍ତ୍ତିଙ୍କ ନିକଟକୁ ଆସିଲେ ଜଣେ ମହିଳା। ସେ ବିଷାଦଗ୍ରସ୍ତ ଥିଲେ। କାରଣ ତାଙ୍କ ବୋହୂ ତାଙ୍କୁ ଭଲ ପାଉ ନ ଥିଲା, କି ସମ୍ମାନ ଦେଉ ନ ଥିଲା। ସେଇ କଥା ମହିଳା ଜଣକ ୟୁଜିକେଙ୍କ ସାମ୍ନାରେ କହିଗଲେ।
ୟୁଜିକେ ସବୁ ଶୁଣିବା ପରେ କହିଲେ-ମହାଶୟା, ମୋ ପିଲାଦିନର କଥାଟିଏ ଶୁଣନ୍ତୁ। ଆମ ଘର ପାଖରେ ଏକ ପଡ଼ିଆରେ ଛୋଟ ଆମ୍ବଗଛଟିଏ ଉଠିଥିଲା। ବାପା ତାକୁ ଦେଖି ମୋତେ ଡାକି କହିଲେ-ବାବୁ, ଏହାକୁ ନେଇ ବଗିଚାରେ ପୋତି ଦିଅ ଏବ˚ ଏହାର ଯତ୍ନ ନିଅ। ମୁଁ ତାହା ହିଁ କଲି। କିଛି ବର୍ଷ ଭିତରେ ଆମ୍ବ ଗଛଟି ବଡ଼ ହୋଇ ସେଥିରେ ଫଳ ଆସିଗଲା। ଅତ୍ୟନ୍ତ ସୁସ୍ବାଦୁ ଥିଲା ସେ ଆମ୍ବ।
ସେଇ ଆମ୍ବ ଦେଖି ନିକଟସ୍ଥ ଗାଁରୁ ଆସିଥିବା ଜଣେ ଲୋକ କହିଲେ- ଏ ଆମ୍ବ ଏତେ ବଡ଼ ହୋଇପାରେ! ଏତେ ରସାଳ ହୋଇପାରେ! ଏ ଧାରଣା ମୋର ନ ଥିଲା। କାରଣ ଏହି ଆମ୍ବ ଗଛ ଆମ ଗାଁ ପାଖ ଜଙ୍ଗଲରେ ଅଛି। କିନ୍ତୁ ତା’ର ଫଳ ଛୋଟ ଓ ତାହା ଏଇ ଆମ୍ବ ଭଳି ଏତେ ସୁସ୍ବାଦୁ ନୁହେଁ।
ସେଇ କ୍ଷଣରେ ମୋ ମନରେ ଏକ ଚୈତନ୍ୟ ଉଦୟ ହେଲା। ତାହା ହେଲା, ଦେଇଥିଲି ବୋଲି ସିନା ପାଇଲି। କାରଣ ମୁଁ ଆମ୍ବ ଗଛର ସବୁ ପ୍ରକାର ଯତ୍ନ ନେଇଥିଲି।
କଥାଟି କହିସାରି ୟୁଜିକେ କହିଲେ- ଏହା ଏକ ଅତ୍ୟନ୍ତ ସରଳ କଥା। କିନ୍ତୁ ବହୁ ଗୁରୁତ୍ବପୂର୍ଣ୍ଣ। ଏଇ ସରଳ କଥାକୁ ବି ଆମେ ବୁଝିପାରୁନା। ଆପଣ କିଛି ପାଉ ନାହାନ୍ତି ବୋଲି ଯେତେବେଳେ ଆପଣଙ୍କ ମନକୁ ଆସୁଛି ଆପଣ କେବଳ ନିଜକୁ ନିଜେ ପ୍ରଶ୍ନ କରନ୍ତୁ ଆପଣ ପାଇବା ଲାଗି ଦେଇଛନ୍ତି କ’ଣ?
କଥାଟିଏ-ଯାଯାବର: ଦେଇଛନ୍ତି କ’ଣ?
ଥରେ ଗୁରୁ ୟୁଜି କୃଷ୍ଣମୂର୍ତ୍ତିଙ୍କ ନିକଟକୁ ଆସିଲେ ଜଣେ ମହିଳା। ସେ ବିଷାଦଗ୍ରସ୍ତ ଥିଲେ। କାରଣ ତାଙ୍କ ବୋହୂ ତାଙ୍କୁ ଭଲ ପାଉ ନ ଥିଲା, କି ସମ୍ମାନ ଦେଉ ନ ଥିଲା। ସେଇ କଥା ମହିଳା ଜଣକ ୟୁଜିକେଙ୍କ ସାମ୍ନାରେ କହିଗଲେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)