ଜଣେ ବଡ଼ ବ୍ୟବସାୟୀ ଥିଲେ। ତାଙ୍କର ଜଣେ ଅତି ବିଶ୍ବାସୀ ପାଖ ଲୋକ ଥିଲେ। ବ୍ୟବସାୟୀ ତାଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିଲେ। ଏକଦା ବ୍ୟବସାୟୀ ଖବର ପାଇଲେ ଯେ ସେହି ପାଖ ଲୋକ ତାଙ୍କ ଟଙ୍କା ବାଟମାରଣା କରି ସହରରେ ସମୁଦ୍ର କୂଳରେ ନିଜ ଲାଗି ବିରାଟ ଅଟ୍ଟାଳିକା ତୋଳିଛନ୍ତି ଓ ବିସ୍ତୃତ ଜାଗାବାଡ଼ି କରିଛନ୍ତି।
ବ୍ୟବସାୟୀ ଏହା ଶୁଣି ହତବାକ୍ ହୋଇଗଲେ। ଏହା ସତ ବୋଲି ବୁଝି ସାରିବା ପରେ ତୁରନ୍ତ ସେ ତାଙ୍କୁ ଡାକି କହିଲେ- ତୁମେ ମୋ ସହିତ ଏଭଳି ବିଶ୍ବାସଘାତକତା କରିବ ବୋଲି ମୁଁ କେବେ ହେଲେ ଭାବି ନ ଥିଲି। ତୁମର ଏତେ ବର୍ଷର ସେବାକୁ ମନେ ପକାଇ ମୁଁ ତୁମକୁ ଛାଡ଼ି ଦେଉଛି। ତେବେ, ତୁମେ ଆଜି ଠାରୁ ଏଠାରୁ ଚାଲିଯାଅ। ତୁମର ଓ ମୋର ବାଟ ଆଜି ଠାରୁ ଅଲଗା।
ଏ କଥା ଶୁଣି ସେହି ଲୋକ କହିଲେ- ସାଆନ୍ତେ ଆପଣ ଠିକ୍ କଥା କହୁଛନ୍ତି। ହେଲେ ମୋ କଥା ଟିକେ ଶୁଣନ୍ତୁ। ଆପଣ ଆଖି କାନ ବୁଜି ମୋତେ ବିଶ୍ବାସ କଲେ ବୋଲି ଏଭଳି ହେଲା। ଏବେ ଆପଣ ଏ ବିଷୟରେ ଜାଣି ସାରିଲେଣି। ତେଣୁ ମୁଁ ଯଦି ରହିବି ତେବେ ଆଉ ଆଗ ଭଳି ଦୁର୍ନୀତି କରି ପାରିବି ନାହିଁ। ଦ୍ବିତୀୟରେ ମୁଁ ଯାହା ଅର୍ଜନ କରି ସାରିଲିଣି, ତାହା ମୋ ପରିବାର ଲାଗି ଢେର ଅଧିକ। ମୋର ମଧ୍ୟ ଅଧିକ ଲୋଡ଼ା ନାହିଁ। ଆପଣ ଆଉ ଯାହାକୁ ମୋ ସ୍ଥାନରେ ରଖିବେ, ସେ ମଧ୍ୟ ଦୁର୍ନୀତି କରିବାର ଉପାୟ ଖୋଜିବ ଓ ପାଇବ ମଧ୍ୟ। କିଛି ଦିନ ପରେ ସେ ମଧ୍ୟ ସମୁଦ୍ର କୂଳରେ ସୁନ୍ଦର ଘର ତିଆରି କରିବ। ଆପଣ ଏହା ଦ୍ବାରା ଅଧିକ କ୍ଷତିରେ ପଡ଼ିବେ। ତୃତୀୟ କଥା ହେଲା, ମୁଁ ପଇସାପତ୍ର ମାମଲାରେ ଦୁର୍ନୀତି କରିପାରେ, କିନ୍ତୁ ଆପଣଙ୍କ ପ୍ରତି ମୋ ଆନୁଗତ୍ୟ ନେଇ କେହି ପ୍ରଶ୍ନ କରି ପାରିବେ ନାହିଁ। ନୂଆ ଲୋକ ଠାରୁ ଆପଣ ଏଭଳି ଆନୁଗତ୍ୟ ପାଇ ନ ପାରନ୍ତି।
ବ୍ୟବସାୟୀ ଏହ ଶୁଣିବା ପରେ ଟିକିଏ ଭାବିଲେ ଏବଂ ତାଙ୍କୁ ପାଖରେ ରଖିିଲେ।
କଥାଟିଏ-ଯାଯାବର: ପାଖ ଲୋକଙ୍କ ଦୁର୍ନୀତି
ଜଣେ ବଡ଼ ବ୍ୟବସାୟୀ ଥିଲେ। ତାଙ୍କର ଜଣେ ଅତି ବିଶ୍ବାସୀ ପାଖ ଲୋକ ଥିଲେ। ବ୍ୟବସାୟୀ ତାଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିଲେ। ଏକଦା ବ୍ୟବସାୟୀ ଖବର ପାଇଲେ ଯେ ସେହି ପାଖ ଲୋକ ତାଙ୍କ ଟଙ୍କା ବାଟମାରଣା କରି ସହରରେ ସମୁଦ୍ର....
/sambad/media/media_files/4gXaeJpVRwjMhCybVeWv.jpg)