ଜଣେ ବ୍ୟକ୍ତିଙ୍କ ଆଗରେ ମୃତ୍ୟୁ ଦୂତ ଆସି ଛିଡ଼ା ହୋଇଗଲା ଏବଂ କହିଲା- ଚାଲ। ତୁମର ସମୟ ପୂରିଗଲା।
ସେ ଲୋକ ବିସ୍ମୟ ଓ ଭୟରେ କହିଲା- ଆଜ୍ଞା, ୟେ କି କଥା। ମୋର ବୟସ କେତେ କି? ଏବେ ଚାରି ଦିନ ଚାକିରିରୁ ଅବସର ନେଲି। ବୟସ ମାତ୍ର ଷାଠିଏ। ଭାବିଛି ଯେ ପିଲା ଓ ପରିବାର ସହିତ ଟିକିଏ ସମୟ କାଟିବି। ବିଦେଶ ବୁଲିବାର ଯୋଜନା ଅଛି। ଆପଣ ଏମିତି ହଠାତ୍ ଆସିଯିବା ଉଚିତ ହୋଇନାହିଁ। ଦୟା କରି କିଛି ମହଲତ ଦିଅନ୍ତୁ।
ଦେବଦୂତ କହିଲେ- ବାବୁ ଆମ ଅଭିଧାନରେ ମହଲତ ବୋଲି ଶବ୍ଦଟିଏ ନାହିଁ। ତା’ ଛଡ଼ା ଆମେ ଆସବା ଆଗରୁ ତୁମକୁ ତିନିଟି ‘ମିସ୍ଡ କଲ୍’ ଦେଇଥିଲୁ। ଆମେ ଭାବିଥିଲୁ ଯେ ତୁମେ ପ୍ରସ୍ତୁତ ହୋଇ ଥିବ। ଅଥଚ?
ସେ ବ୍ୟକ୍ତି କହିଲା- ଆଜ୍ଞା, କି କଥା କହୁଛନ୍ତି। ମୁଁ ତ ଗୋଟିଏ ହେଲେ କଲ୍ ପାଇ ନାହିଁ?
ଏହା ଶୁଣି ଦେବଦୂତ କହିଲେ- େଦଖ, ଚାଳିଶ ବର୍ଷ ପରେ ତୁମ ଆଖିକୁ ଭଲ ଦିଶିଲା ନାହିଁ ବୋଲି ଚଷମା ପିନ୍ଧିଲ। ତାହା ଥିଲା ପ୍ରଥମ ମିସ୍ଡ କଲ୍। ଦ୍ବିତୀୟ କଲ୍ କରା ଯାଇଥିଲା ବୟାଳିଶ ବର୍ଷ ବୟସରେ, ଯେତେବେଳେ ତୁମର ଚୁଟି ପାଚିଲା। ତୃତୀୟ କଲ ଆମେ କରିଥିଲୁ ଅଠାବନ ବର୍ଷ ବୟସରେ, ଯେତେବେଳେ ତୁମର ଗୋଟିଏ ଦାନ୍ତ ହୁଗୁଳି ଖସି ପଡ଼ିଲା। ଆମେ ପ୍ରାୟ ସମସ୍ତଙ୍କୁ ତିନିଟି ମିସ୍ଡ କଲ ଦେଉ ଓ ଭାବି ନେଉ ଯେ ଆମେ ଆସିଲା ବେଳକୁ ସମସ୍ତେ ପ୍ରସ୍ତୁତ ହୋଇ ଥିବେ। କିନ୍ତୁ କେହି ଜଣେ ହେଲେ ବି ପ୍ରସ୍ତୁତ ହୋଇ ନ ଥାଆନ୍ତି। ହଉ ଯାହା ହେବାର କଥା ହେଲାଣି, ଏବେ ଚାଲ।
କଥାଟିଏ-ଯାଯାବର: ତିନିଟି ମିସ୍ଡ କଲ୍
ଜଣେ ବ୍ୟକ୍ତିଙ୍କ ଆଗରେ ମୃତ୍ୟୁ ଦୂତ ଆସି ଛିଡ଼ା ହୋଇଗଲା ଏବଂ କହିଲା- ଚାଲ। ତୁମର ସମୟ ପୂରିଗଲା। ସେ ଲୋକ ବିସ୍ମୟ ଓ ଭୟରେ କହିଲା- ଆଜ୍ଞା, ୟେ କି କଥା। ମୋର ବୟସ କେତେ କି?
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)