ବାପା ଅପାଠୁଆକୁ ପୁଅ ପାଠୁଆ। ପୁଅ ଅନେକ ସମୟରେ ବାପାଙ୍କୁ ସିଧାସଳଖ ମୂର୍ଖ ନ କହିଲେ ବି କହୁଥାଏ, ବାପା ପାଠ ଦୁଇ ଅକ୍ଷର ପଢ଼ିଥିଲେ ହୋଇ ନ ଥାଆନ୍ତା?
ବାପା କହନ୍ତି- ଆଉ ସେ କଥା ଦୋହରାଇ ଲାଭ କ’ଣ? ଏମିତି ଦିନ ଗଡ଼ି ଚାଲିଥାଏ।
ଦିନେ ବାପା ପୁଅ ଠିକ୍ କଲେ ଯେ ଜଙ୍ଗଲ ଭିତରକୁ ଶିକାର ଲାଗି ଯିବେ। ଆବଶ୍ୟକ ପଡ଼ିଲେ ରାତି ରହଣି ଲାଗି ସାଙ୍ଗରେ ଖାଦ୍ୟପେୟ, ତମ୍ବୁ ପକାଇବା ଲାଗି ଜିନିଷପତ୍ର ନେଇ ଗଲେ। ସ˚ଧୢା ବେଳକୁ ସେମାନେ ଦେଖିଲେ ଘରକୁ ଫେରିବା ସମ୍ଭବ ନୁହେଁ, ସୁତରା˚ ସେମାନେ ତମ୍ବୁ ପୋତି ତା’ ଭିତରେ ଶୋଇବାକୁ ସ୍ଥିର କଲେ।
ନିଶାର୍ଧରେ ବାପାଙ୍କ ନିଦ ଭାଙ୍ଗିଗଲା। ସେ ହଠାତ୍ ମୃଦୁ ଚିତ୍କାର କଲେ- ଆରେ, ଆକାଶରେ ତାରା!
ପୁଅର ବି ନିଦ ଭାଙ୍ଗିଗଲା। ସେ ମଧୢ କହିଲା- ବାଃ କି ନିର୍ମଳ ଆକାଶ। କି ସୁନ୍ଦର ତାରା!
ବାପା ଟିକିଏ ଭ୍ରୂକୁ˚ଚନ କରି ପୁଅ ଆଡ଼କୁ ଚାହିଁ କହିଲେ- ତାହା ହେଲେ ତୁମେ କ’ଣ ଭାବୁଛ?
ପୁଅ କହିଲା- ଆପଣ ସିନା ଖଗୋଳ ବିଜ୍ଞାନ ବିଷୟରେ ପଢ଼ିଥିଲେ କିଛି ଧାରଣା ପାଇଥାଆନ୍ତେ! ହେଇ ଦେଖନ୍ତୁ ସେଇ ଯେଉଁ ଏକୁଟିଆ ତାରା ଦପ୍ଦପ୍ କରୁଛି, ତାହା ହେଉଛି ଧ୍ରୁବ ତାରା। ଏହାକୁ ଦେଖି ତ ବାଟ ଭୁଲିଥିବା ଲୋକ ଦିଗ ପାଆନ୍ତି। ଆଉ ସେଇ ଯେଉଁ ପ୍ରଶ୍ନବାଚକ ଚିହ୍ନ ଭଳି ତାରା ସାତଟି ସଜା ହୋଇ ରହିଲା ଭଳି ହୋଇଛନ୍ତି ତାହା ହେଲା ସପ୍ତର୍ଷି ମଣ୍ତଳ।
ବାପା ଆଉ ସମ୍ଭାଳି ପାରିଲେ ନାହିଁ। ସେ ପୁଅର ବାଁ ଗାଲରେ ଥୋପିଟିଏ ଦେଇ କହିଲେ- ଧନ୍ୟରେ ପାଠୁଆ ମୂର୍ଖ। ତୁମ ମୁଣ୍ତ ଉପରୁ କେହି ଜଣେ ତମ୍ବୁଟିକୁ ଚୋରାଇ ନେଇ ସାରିଲାଣି, ସେ କଥା ଜାଣିପାରୁଚ ନା, ତାରା ଗଣୁଛ?
କଥାଟି କହିସାରି ଗୁରୁ କହିଲେ- ପିଲାଏ, ଏହା ହେଲା ବୁଦ୍ଧି ରହିତ ଜ୍ଞାନର ଉଦାହରଣ।
କଥାଟିଏ: ବାପା ଓ ପୁଅଙ୍କ କଥା
ବାପା ଅପାଠୁଆକୁ ପୁଅ ପାଠୁଆ। ପୁଅ ଅନେକ ସମୟରେ ବାପାଙ୍କୁ ସିଧାସଳଖ ମୂର୍ଖ ନ କହିଲେ ବି କହୁଥାଏ, ବାପା ପାଠ ଦୁଇ ଅକ୍ଷର ପଢ଼ିଥିଲେ ହୋଇ ନ ଥାଆନ୍ତା? ବାପା କହନ୍ତି- ଆଉ ସେ କଥା ଦୋହରାଇ ଲାଭ କ’ଣ? ଏମିତି ଦିନ ଗଡ଼ି ଚାଲିଥାଏ।
/sambad/media/media_files/4gXaeJpVRwjMhCybVeWv.jpg)