ସଂଧ୍ୟା ସମୟରେ ମନ୍ଦିରର ପୂଜକ ଦେଖିଲେ ଯେ ଜଣେ ବ୍ୟକ୍ତ ଆସିଲା ଏବଂ ପ୍ରଭୁଙ୍କ ମୂର୍ତ୍ତି ସାମ୍ନାରେ ଛିଡ଼ା ହୋଇ କହିଲା- ପ୍ରଭୁ, ଦଶଟି ସୁବର୍ଣ୍ଣ ମୁଦ୍ରା ମାଗୁଛି। ଯଦି ନ ଦେବ ତେବେ ହାଣି ଦେବି। ଏହା କହି ସେ ଟାଙ୍ଗିଆକୁ ଛୁଇଁଛି କି ନାହିଁ, ଛାତ ଉପରୁ ଦଶଟି ସୁବର୍ଣ୍ଣ ମୁଦ୍ରା ଗଳଗଳ ହୋଇ ଗଳି ପଡ଼ିଲା। ଯୁବକ ମନ ଖୁସିରେ ସେ ସବୁ ଗୋଟାଇ ନେଇ ଚାଲିଗଲା।
ପୂଜକ ତାଜୁବ ହୋଇ ଏ ବିଚିତ୍ର ଦୃଶ୍ୟ ଦେଖିଲେ ଏବଂ ଘରେ ଯାଇ ପତ୍ନୀଙ୍କୁ ସବୁ କହିେଲ। ପତ୍ନୀ କହିଲେ- ଦେଖୁଛ ତ ତୁମ ଠାକୁରଙ୍କ ନୀତି! ତୁମେ ତାଙ୍କୁ ପୂଜା କରି କରି ହୀନିମାନିଆ ହୋଇ ରହିଛ, ଅଥଚ ତୁମ ଆଗରେ ସେ ଲୋକ ଧମକାଇ ଚମକାଇ ଯାହା ଚାହିଁଲା ଆଦାୟ କରି ନେଲା।
ପୂଜକ ଏହା ଶୁଣି କହିଲେ- କି କଥା କହୁଛ? ସେ ଯାହା କଲା, ସେମିତି କରିବା କେବେ ସମ୍ଭବ?
ପତ୍ନୀ କହିଲେ- କାଇଁ ସେ କ’ଣ କଲା କି? କେବଳ ଧମକାଇ କାମ ହାସଲ କରି ନେଲା। ତେଣୁ ତୁମେ ବି େସମିତି କିଛି କର!
ପୂଜକ ମନା କଲେ କିନ୍ତୁ ପତ୍ନୀଙ୍କ ଜିଦରେ ଟାଙ୍ଗିଆଟିଏ ଧରି ଗଲେ। ପ୍ରଭୁଙ୍କ ମୂର୍ତ୍ତି ଆଗରେ ଛିଡ଼ା ହୋଇ କଂପିତ ହାତରେ ଟାଙ୍ଗିଆ ଧରି ଥରଥର କଣ୍ଠେର କହିଲେ- ଯାହା ମାଗିବି ଦେବ ନା ଦେଖିବ? ଏହା କହି ସେ ଟଙ୍ଗିଆ ଉଞ୍ଚାଇଲେ, କିନ୍ତୁ କିଛି ଲାଭ ହେଲା ନାହିଁ।
ମନ୍ଦିରରେ ଏକ ବିଚିତ୍ର ହସ ଶୁଭିଲା। ତା’ ପରେ ଗୁରୁଗମ୍ଭୀର କଣ୍ଠ ସ୍ବର। ସେ ସ୍ବର କହିଲା, ‘ଆରେ ନିର୍ବୋଧ, ସେ ଜଣେ କାଠୁରିଆ। ଥିଲା। ତା’ର ସ୍ବଧର୍ମ ହେଲା ଟାଙ୍ଗିଆରେ ହାଣିବା। ତେଣୁ ତାକୁ ତୁଷ୍ଟ କରିବାକୁ ସେ ଯାହା କହିଲା, ତାହା ଦେଲି। ନ ହେଲେ ସେ ସତରେ ହାଣି ପକାନ୍ତା। କିନ୍ତୁ ତୁମେ ଜଣେ ପୂଜକ। ତୁମ ସ୍ବଧର୍ମ ହାଣିବା ନୁହେଁ। ତେଣୁ ତୁମ ଧମକ ପ୍ରଭାବଶୂନ୍ୟ ହେଲା।
ପୂଜକ ଏବେ କାନ୍ଦି କାନ୍ଦି ଲୋଟି ପଡ଼ିଲେ ଏବଂ କହିଲେ- ନ ଜାଣି କେତେ ବଡ଼ ଭୁଲ୍ କରି ନ ଦେଲି ସତେ?
ସେହି କଣ୍ଠ ସ୍ବର କହିଲା- ବ୍ୟସ୍ତ ହୁଅନା। ଏବେ ଗୋଟିଏ କଥା ମାନ। ତୁମେ ସ୍ବଧର୍ମରେ ରହ। ଏବଂ ସେଥିରେ ଯାହା ମିଳିଲା, ତାହା ଭଗବାନଙ୍କ ଠାରୁ ପାଇଲ ବୋଲି ଧରି ନିଅ।
କଥାଟିଏ-ଯାଯାବର: ସ୍ବଧର୍ମରେ ରହ
ସଂଧ୍ୟା ସମୟରେ ମନ୍ଦିରର ପୂଜକ ଦେଖିଲେ ଯେ ଜଣେ ବ୍ୟକ୍ତ ଆସିଲା ଏବଂ ପ୍ରଭୁଙ୍କ ମୂର୍ତ୍ତି ସାମ୍ନାରେ ଛିଡ଼ା ହୋଇ କହିଲା- ପ୍ରଭୁ, ଦଶଟି ସୁବର୍ଣ୍ଣ ମୁଦ୍ରା ମାଗୁଛି। ଯଦି ନ ଦେବ ତେବେ ହାଣି ଦେବି। ଏହା କହି ସେ ଟାଙ୍ଗିଆକୁ ଛୁଇଁଛି କି ନାହିଁ, ଛାତ ଉପରୁ ଦଶଟି ସୁବର୍ଣ୍ଣ ମୁଦ୍ରା ଗଳଗଳ ହୋଇ ଗଳି ପଡ଼ିଲା।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)