ଜଣେ ରାଜା ନିଜର ମନ୍ତ୍ରୀ ଓ ପାରିଷଦବର୍ଗଙ୍କୁ ଧରି ଏକ ଦୂର ତୀର୍ଥ ସ୍ଥଳକୁ ଯାତ୍ରା କଲେ। ତୀର୍ଥ ସ୍ଥଳ ପରିଦର୍ଶନ ପରେ ରାଜା ବିଚାର କଲେ ଯେ ସେଇ ସ୍ଥାନରେ ରହୁଥିବା ଜଣେ ପ୍ରସିଦ୍ଧ ସାଧୁଙ୍କ ସହିତ ସାକ୍ଷାତ କରିବେ। ସୁତରା˚, ରାଜା ସାଧୁଙ୍କ ଆଶ୍ରମରେ ପହଞ୍ଚିଲେ।
ଆଶ୍ରମରେ ସାଧୁ ଭୂମି ଉପରେ ବସିଥିଲେ। ରାଜା ତାଙ୍କୁ ପ୍ରଣାମ ଜଣାଇବା ପରେ ସେଠାରେ ଛିଡ଼ା ହୋଇ ରହିଲେ।
ସାଧୁ କହିଲେ- ମହାରାଜ, ବସି ପଡ଼ନ୍ତୁ।
ରାଜା ଇତସ୍ତତଃ ହେବାକୁ ଲାଗିଲେ। କାରଣ ବସିବା ଲାଗି ତାଙ୍କୁ କୌଣସି ଆସନ ଦିଆଯାଇ ନ ଥିଲା।
ସାଧୁଙ୍କ ଠାରୁ ଏହା ଶୁଣିବା ପରେ ମନ୍ତ୍ରୀ କହିଲେ- ମହାତ୍ମା, ଏ ହେଉଛନ୍ତି ଆମ ରାଜ୍ୟର ରାଜା। ମଣିମାଙ୍କ ଉପବେଶନ ଲାଗି କୌଣସି ଆସନର ବ୍ୟବସ୍ଥା କରନ୍ତୁ।
ସାଧୁ କହିଲେ- ମନ୍ତ୍ରୀ ମହୋଦୟ, ଏହା ରାଜଉଆସ ନୁହେଁ। ଏହା ଏକ ବୈରାଗୀର ଆଶ୍ରମ। ଏଠାରେ ରାଜାଙ୍କ ସୁଲଭ ଆସନ ଆସିବ କାହୁଁ? ଏଠାକୁ ଆସିବା ପୂର୍ବରୁ ଏ କଥା ଚିନ୍ତା କରିଥିଲେ ଆପଣ ସାଙ୍ଗରେ ଆସନଟିଏ ନେଇ ଆସି ପାରିଥାଆନ୍ତେ।
ରାଜା ଏହା ଶୁଣି ନମ୍ର ଭାବେ କହିଲେ- ମହାତ୍ମା, ଆମେ ଏବେ ଜଣେ ଯାତ୍ରୀ। ଯାତ୍ରାରେ ଥିବା ଲୋକ କ’ଣ ତା’ ଲାଗି ଆସନଟିଏ ଧରି ବୁଲୁୁଥାଏ?
ସାଧୁ କହିଲେ- ଆପଣ ଠିକ୍ କଥା କହିଛନ୍ତି। କିନ୍ତୁ ମୁଁ ବି ତ ଜଣେ ଯାତ୍ରୀ! ଏ ଜୀବନ ଯାତ୍ରାରେ ଅଧାରୁ ଅଧିକ ବାଟ ଆସିସାରିଲିଣି। ତେଣୁ ମୋ ପାଖରେ ବି ଆସନ ନାହିଁ।
ରାଜା ସାଧୁଙ୍କୁ ପ୍ରଣାମ କରି ଭୂମି ଉପରେ ବସିପଡ଼ି କହିଲେ- ଆପଣଙ୍କ ଏଇ ଦୁଇ ଧାଡ଼ିର କଥା ମୋ ସମଗ୍ର ଜୀବନକୁ ପ୍ରଭାବିତ କରିବ।
କଥାଟିଏ-ଯାଯାବର: ଦୁଇ ଧାଡ଼ି କଥା
ଜଣେ ରାଜା ନିଜର ମନ୍ତ୍ରୀ ଓ ପାରିଷଦବର୍ଗଙ୍କୁ ଧରି ଏକ ଦୂର ତୀର୍ଥ ସ୍ଥଳକୁ ଯାତ୍ରା କଲେ। ତୀର୍ଥ ସ୍ଥଳ ପରିଦର୍ଶନ ପରେ ରାଜା ବିଚାର କଲେ ଯେ ସେଇ ସ୍ଥାନରେ ରହୁଥିବା ଜଣେ ପ୍ରସିଦ୍ଧ ସାଧୁଙ୍କ ସହିତ ସାକ୍ଷାତ କରିବେ। ସୁତରା˚, ରାଜା ସାଧୁଙ୍କ ଆଶ୍ରମରେ ପହଞ୍ଚିଲେ।
/sambad/media/media_files/4gXaeJpVRwjMhCybVeWv.jpg)