ୟୁ.ଜି. କୃଷ୍ଣମୂର୍ତ୍ତିଙ୍କୁ କେହି ଜଣେ ପଚାରିଲେ ଯେ ସଦଗୁରୁଙ୍କ କାର୍ଯ୍ୟ କିଭଳି ହୋଇଥାଏ? ୟୁଜିକେ ଏହାର ଉତ୍ତର ଦେଇ ବେଂଜାମିନ ଫ୍ରାଙ୍କଲିନଙ୍କ ସମ୍ବନ୍ଧିତ ଏକ ଘଟଣା ବିଷୟରେ କହିଲେ।
ସେତେବେଳେ ସଡ଼କ ବତିଖୁଣ୍ଟର ବ୍ୟବସ୍ଥା ନ ଥିଲା। ଫିଲାଡେଲଫିଆରେ ରହୁଥିବା ବେଂଜାମିନ ଫ୍ରାଙ୍କଲିନ ପ୍ରଥମେ ନିଜ ଘର ସାମନାରେ ଏକ ସ୍ତମ୍ଭ ତିଆରି କରି ରାତି ହେବା ପରେ ତା’ ଉପରେ ବତି ବା ଦୀପଟିଏ ଜଳାଇ ରଖିଲେ। ଲୋକେ ଏହା ଦେଖି କହିଲେ- ଏହା ଦ୍ବାରା ତୁମେ କ’ଣ ଦେଖାଇବାକୁ ଚାହୁଁଛ? ତୁମ ପାଖରେ ବହୁତ ଟଙ୍କା ଅଛି? 
ବେଂଜାମିନ କହିଲେ- ନା, ନା! କେବଳ ଏତିକି ଦେଖାଇବାକୁ ଚାହୁଁଛି ‌େଯ ମୋ ଘର ଆଗ ରାସ୍ତାରେ ବହୁତ ବଡ଼ ବଡ଼ ଗାତ ହୋଇ ଯାଇଛି। 
ସତ କଥାଟି ହେଲା ପ୍ରତି ଦିନ ଲୋକେ ସେଥିରେ ପଡ଼ି ଖଣ୍ଡିଆ ଖାବରା ହେଉଥିଲେ। 
ଲୋକେ କିନ୍ତୁ ତାଙ୍କୁ ପରିହାସ କଲେ। କିଏ ତାଙ୍କ ଦୀପ ଲିଭାଇ ‌ଦେଉଥିଲା ତ କିଏ ତାହା ଚୋରାଇ ନେଉଥିଲା। କିନ୍ତୁ ବେଂଜାମିନ ପ୍ରତ୍ୟେକ ଦିନ ଦୀପ ରଖି ଚାଲିଲେ। ଅବଶ୍ୟ, କିଛି ମାସ ପରେ ଲୋକେ ଏହାର ମହତ୍ତ୍ବ ବୁଝିଲେ। ତା’ ପରେ ସେ ସହରର ଲୋକେ ନିଜ ନିଜ ଘର ସମାନରେ ସଡ଼କ କଡ଼ରେ ଦୀପ ଥୋଇଲେ। ଏହା ଦେଖି ନଗର ପ୍ରଶାସନ ମଧ୍ୟ ସଡ଼କରେ ବତିଖୁଣ୍ଟ ଲଗାଇଲା ଏବଂ କ୍ରମେ ସାରା ପୃଥିବୀର ସଡ଼କ ଆଲୋକିତ ହେଲା। 
ଏହା କହି ସାରି ୟୁଜିକେ କହିଲେ- ସେ ଯାହା ହେଉ, ବେଂଜାମିନ ଫ୍ରାଙ୍କଲିନଙ୍କ କାର୍ଯ୍ୟଟି ଥିଲା ସଦଗୁରୁର କାର୍ଯ୍ୟ ଭଳି। ତାହା ହେଉଛି ଅନ୍ଧକାର ମଧ୍ୟରେ ପଥ ଦେଖାଇ ଦେବା। ସଦଗୁରୁ ଚାହେ ନାହିଁ ଯେ ତୁମେ ତା’ର ଅନୁସରଣ କର। ସେ କେବଳ ଚାହେ ଯେ ଅନ୍ଧକାର ମଧ୍ୟରେ ବାଟଟି ଦିଶୁ।