ଜଣେ ବ୍ୟକ୍ତିଙ୍କ ‘ସାତ’ ଅଙ୍କକୁ ନେଇ ଗଭୀର ବିଶ୍ବାସ ଥିଲା। ସେ ଜୁଲାଇ ମାସ ଅର୍ଥାତ୍ ବର୍ଷର ସପ୍ତମ ମାସରେ ଜନ୍ମ ହୋଇଥିଲେ, ପୁଣି ସାତ ତାରିଖରେ। ତାଙ୍କୁ ସାତ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ନାମରେ ସାତ ଲକ୍ଷ ଟଙ୍କାର ଲଟେରି ଉଠିଲା। ସେ ସବୁ ପରୀକ୍ଷାରେ ସପ୍ତମ ସ୍ଥାନରେ ରହି ଉତ୍ତୀର୍ଣ୍ଣ ହେଉଥିଲେ।
ଯୁବକ ହେବା ପରେ ବିବାହ ଲାଗି ସପ୍ତମ କନ୍ୟାଟିକୁ ପସନ୍ଦ କରି ଜୀବନସାଥୀ ରୂପେ ଗ୍ରହଣ କଲେ ଏବଂ ସାତଟି ସନ୍ତାନର ଜନକ ମଧ୍ୟ ହେଲେ। ସୁତରାଂ ତାଙ୍କ ଜୀବନ ‘ସାତ’ମୟ ହୋଇ ଉଠିଲା।
ଦିନ ଗଡ଼ି ଗଡ଼ି ଚାଲିଲା। କିନ୍ତୁ ଏଣେ ସାତଜଣିଆ ସନ୍ତାନଙ୍କ ପରିବାରକୁ ଚଳେଇ ଚଳେଇ ସେ ପ୍ରାୟ ଭାଙ୍ଗି ପଡ଼ିଲେ। ତେଣୁ ସେ ଜଣେ ଜ୍ୟୋତିଷଙ୍କ ପରାମର୍ଶ ନେଲେ। ଜ୍ୟୋତିଷ ମହାଶୟ ସବୁ ଶୁଣିବା ପରେ କହିଲେ ଏବେ ତୁମକୁ ସତସ୍ତରି ବର୍ଷ ବୟସ। ସାତ ବର୍ଷ ବୟସ ବେଳେ ତୁମ ଭାଗ୍ୟରେ ଯେମିତି ଲଟେରି ଲାଗିଥିଲା, ଏବେ ସେମିତି ଲାଗିଲେ ଯାଇ ହେବ।
ସୁତରାଂ, ସେ ଏବେ ଶେଷ ଆଶା ରଖି ଲଟେରି ଖୋଜିବାକୁ ଲାଗିଲେ। ଶେଷରେ ଦି’ ସୁଯୋଗ ଜୁଟିଲା। ଜୁଲାଇ ମାସ ସାତ ତାରିଖରେ ଗୋଟିଏ ଘୋଡ଼ା େରସ୍ ହେଉଥିବା ଜାଣି ସେ ନିଶ୍ଚିତ ଜିଣିବେ ବୋଲି ମନେ କରି ସମସ୍ତ ସଞ୍ଚିତ ଅର୍ଥକୁ ବାଜିରେ ଲଗାଇ ଦେଲେ। ତାଙ୍କ ଘୋଡ଼ାର ନମ୍ବର ମଧ୍ୟ ଥିଲା ସାତ।
ଏଥର ବି ସାତ ନମ୍ବର ତା’ର ମହତ୍ତ୍ବ ଦେଖାଇଲା। କିନ୍ତୁ ତାଙ୍କ ବିଚାର ଓ ଈଶ୍ବରଙ୍କ ବିଚାର ଭିତରେ ଟିକିଏ ପ୍ରଭେଦ ରହିଗଲା ବୋଧହୁଏ; କାରଣ ସାତ ନମ୍ବର ଘୋଡ଼ାଟି ଦୌଡ଼ରେ ସପ୍ତମ ସ୍ଥାନରେ ଆସିଲା।
କଥାଟିଏ-ଯାଯାବର: ‘ସାତ’ମୟ ଜୀବନ
ଜଣେ ବ୍ୟକ୍ତିଙ୍କ ‘ସାତ’ ଅଙ୍କକୁ ନେଇ ଗଭୀର ବିଶ୍ବାସ ଥିଲା। ସେ ଜୁଲାଇ ମାସ ଅର୍ଥାତ୍ ବର୍ଷର ସପ୍ତମ ମାସରେ ଜନ୍ମ ହୋଇଥିଲେ, ପୁଣି ସାତ ତାରିଖରେ। ତାଙ୍କୁ ସାତ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ନାମରେ ସାତ ଲକ୍ଷ ଟଙ୍କାର ଲଟେରି ଉଠିଲା।
/sambad/media/media_files/4gXaeJpVRwjMhCybVeWv.jpg)