ଜଣେ ଗୁରୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ- ଆମମାନଙ୍କ ସମସ୍ୟା କ’ଣ ତାହା ଜାଣିଛ କି? ଏବେ ଗପଟିଏ ଶୁଣ।
ଜଣେ ଲୋକ ମାତାଲ ଅବସ୍ଥାରେ ରାତିରେ ଯାଉଥିବା ବେଳେ ନାଳରେ ଗଳି ପଡ଼ିଲେ ଏବ˚ ତାଙ୍କର କିଛି ହାଡ଼ ଭାଙ୍ଗିଗଲା। ତାଙ୍କ ପାଟି ଶୁଣି ଯିଏ ଉଦ୍ଧାର କରିବାକୁ ଆସିଲା, ସେ ବି ଥିଲା ଜଣେ ମାତାଲ। କିନ୍ତୁ ସେ ଚେଷ୍ଟା କଲା ଓ ଭଦ୍ରଲୋକଙ୍କୁ ଗାତ ଭିତରୁ ବାହାର କରି କଷ୍ଟେମଷ୍ଟେ ଚଲାଇ ଚଲାଇ ଆଗକୁ ନେଲା ବେଳକୁ ଆଉ ଥରେ ପକାଇ ଦେଲା ଓ ତାଙ୍କର ଆଉ ଦୁଇଟି ହାଡ଼ ଭାଙ୍ଗିଗଲା। ସେ ଲୋକ ଆହୁରି ଜୋରରେ ଚିତ୍କାର କଲେ। ପାଖରେ ମଦ ଭାଟିଟି ଥିବାରୁ ଆଉ ଚାରି ଜଣ ମାତାଲ ଜୁଟି ଯାଇ ତାଙ୍କୁ ବୋହି ବୋହି ଡାକ୍ତରଖାନା ନେବାକୁ ସ୍ଥିିର କଲେ ଏବ˚ କହିବା ବାହୁଲ୍ୟ ସେମାନେ ତାଙ୍କୁ ଆଉ ଥରେ ତଳେ ପକାଇ ଦେଲେ ଓ ତାଙ୍କର ଆଉ ଦୁଇଟି ହାଡ଼ ଭାଙ୍ଗିଗଲା।
ତେବେ ଯାହାହେଉ, ଭଦ୍ରଲୋକଙ୍କ ସ୍ତ୍ରୀ ଖବର ପାଇ ଦୌଡ଼ି ଆସି ଡାକ୍ତରଖାନାରେ ପହଞ୍ଚିଲେ।
ପହଞ୍ଚୁ ପହଞ୍ଚୁ ସେ ପଚାରିଲେ- କ’ଣ ଭାରି କଷ୍ଟ ହେଉଛି?
ଭଦ୍ରଲୋକ ଉତ୍ତର ଦେଲେ- କେବଳ ହସିଲା ବେଳେ କାଟୁଛି।
ପତ୍ନୀ କହିଲେ- ଏ ଅବସ୍ଥାରେ ତୁମେ ହସୁଛ କାହିଁକି?
ଭଦ୍ରଲୋକ କହିଲେ- ମୋର ଯେତେବେଳେ କାଲି ରାତି କଥା ମନେ ପଡ଼ି ଯାଉଛି, ମୋତେ ହସ ଲାଗୁଛି। ମୁଁ ମାତାଲ। ମୋ ଡାକ ଶୁଣି ଯେଉଁମାନେ ସାହାଯ୍ୟ କରିବାକୁ ଆସିଲେ ସମସ୍ତେ ମାତାଲ। ସେମାନଙ୍କ ଭିତରୁ କାହାର ହେଲେ ଛିଡ଼ା ହେବାର ଯୁ ନ ଥିଲା। କିନ୍ତୁ ସମସ୍ତେ ମୋତେ ସାହାଯ୍ୟ କରିବାକୁ ବାହାରିଥିଲେ। ଏହା ଭାବି ବସିଲେ ହସ ଲାଗିବ ନାହିଁ?
ଗୁରୁ କହିଲେ- ଆମମାନଙ୍କ ଅବସ୍ଥା ସେଇ ମାତାଲମାନଙ୍କ ପରି। ଆମେ ସମସ୍ତେ ସବୁ ପ୍ରକାର ଦୋଷତ୍ରୁଟିରେ ଭରା। କିନ୍ତୁ ଅନ୍ୟକୁ ଉପଦେଶ ଦେବାରେ ଆମର ଟିକିଏ ହେଲେ କୁଣ୍ଠା ନାହିଁ।
କଥାଟିଏ-ଯାଯାବର: ସମସ୍ୟାର ମୂଳ
ଜଣେ ଗୁରୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ- ଆମମାନଙ୍କ ସମସ୍ୟା କ’ଣ ତାହା ଜାଣିଛ କି? ଏବେ ଗପଟିଏ ଶୁଣ। ଜଣେ ଲୋକ ମାତାଲ ଅବସ୍ଥାରେ ରାତିରେ ଯାଉଥିବା ବେଳେ ନାଳରେ ଗଳି ପଡ଼ିଲେ ଏବ˚ ତାଙ୍କର କିଛି ହାଡ଼ ଭାଙ୍ଗିଗଲା।
/sambad/media/media_files/4gXaeJpVRwjMhCybVeWv.jpg)