ଜଣେ ଯୁବକ ଗୋଟିଏ ଅନୁଷ୍ଠାନରେ କାମ ମାଗିଲେ। ଅନୁଷ୍ଠାନର ମାଲିକ କହିଲେ- ଏଠାରେ କେବଳ ଗୋଟିଏ ପଦ ଖାଲି ଅଛି। କିନ୍ତୁ ମୁଁ ନିଶ୍ଚିତ ଯେ ତୁମେ ସେଇ ପଦରେ କାମ କରିବ ନାହିଁ। କାରଣ ତୁମ କଥାବାର୍ତ୍ତାରୁ ଲାଗୁଛି ତୁମେ ଶିକ୍ଷିତ। ଯେଉଁ ପଦ ଖାଲି ଅଛି ତାହା ଏକ ଝାଡୁଦାରର ପଦ।
ଯୁବକ କହିଲା- ଏହା ସତ ଯେ ମୁଁ ଶିକ୍ଷିତ। କିନ୍ତୁ ଝାଡୁଦାର ଭାବେ କାମ କରିବାରେ ମୋର କୌଣସି ଲଜ୍ଜା ବା ଦ୍ବିଧା ନାହିଁ।
ପର ଦିନ ଠାରୁ ଯୁବକ ନିଜ କାମରେ ଲାଗିଲା। ତା’ର କିଛି ବନ୍ଧୁ କହିଲେ- ତୁମେ ଏମିତି କାମ ଗ୍ରହଣ କଲ କାହିଁକି? ଆମେମାନେ ଶିକ୍ଷିତ। ଜୀବନ ଯାକ ବେକାର ରହିବୁ ପଛକେ ଏଭଳି କାମ କରିବୁ ନାହିଁ।
ଯୁବକ କହିଲା- ମୁଁ କିନ୍ତୁ ସେମିତି ଭାବୁ ନାହିଁ। କାରଣ କାମ କରିବା ହେଉଛି ବଡ଼ କଥା। ଅନ୍ତତଃ ପକ୍ଷେ କାମ ନ କରିବା ଠାରୁ ତାହା ଭଲ। ଦ୍ବିତୀୟରେ ଆମେ କେଉଁ କାମ କରୁଛେ ତାହା ଆମ ଗୁଣ ବା ଚରିତ୍ର ବିଷୟରେ ସୂଚନା ଦିଏ ନାହିଁ। ଆମେ କିଭଳି କାମକୁ କରୁଛେ ତହିଁରୁ ଏ ସମ୍ବନ୍ଧୀୟ ସୂଚନା ମିଳେ। ଜଣେ ଶ୍ରେଷ୍ଠ ଝାଡୁଦାର ହେବା ବି କମ୍ ଉପଲବ୍ଧିର ବିଷୟ ନୁହେଁ।
ଏହା ଶୁଣି ଜଣେ ବନ୍ଧୁ କହିଲା- ତା’ ବୋଲି ମଇଳା ସଫା କରିବା ଭଳି କାମ?
ଯୁବକ କହିଲା- ମଇଳା ସୃଷ୍ଟି କରିବା ଠାରୁ ତ ଅନ୍ତତଃ ପକ୍ଷେ ଭଲ! ଯେଉଁମାନଙ୍କୁ ତୁମେ ଯୋଗ୍ୟ ବୋଲି ସ୍ବୀକୃତି ଦେଉଛ, ସେମାନେ ମଇଳା କରନ୍ତି। ତାକୁ ସଫା କରୁଥିବା ଲୋକ ତୁମ ଚକ୍ଷୁରେ ନିମ୍ନ ସ୍ତରୀୟ! ମୋ ଶିକ୍ଷା ମୋତେ ଏତିକି ବୁଝାଇଛି ଯେ କାର୍ଯ୍ୟରେ ଉଚ୍ଚନୀଚ ନ ଥାଏ। ଏବଂ େଯ କୌଣସି କାର୍ଯ୍ୟ ହେଉ, ତାକୁ ଉତ୍ତମ ଭାବେ ସଂପାଦନ କରିବା ହେଉଛି ଦକ୍ଷତା।
କଥାଟିଏ-ଯାଯାବର: କାର୍ଯ୍ୟର ପ୍ରକାର ଭେଦ
ଜଣେ ଯୁବକ ଗୋଟିଏ ଅନୁଷ୍ଠାନରେ କାମ ମାଗିଲେ। ଅନୁଷ୍ଠାନର ମାଲିକ କହିଲେ- ଏଠାରେ କେବଳ ଗୋଟିଏ ପଦ ଖାଲି ଅଛି। କିନ୍ତୁ ମୁଁ ନିଶ୍ଚିତ ଯେ ତୁମେ ସେଇ ପଦରେ କାମ କରିବ ନାହିଁ। କାରଣ ତୁମ କଥାବାର୍ତ୍ତାରୁ ଲାଗୁଛି ତୁମେ ଶିକ୍ଷିତ। ଯେଉଁ ପଦ ଖାଲି ଅଛି ତାହା ଏକ ଝାଡୁଦାରର ପଦ।
/sambad/media/media_files/4gXaeJpVRwjMhCybVeWv.jpg)