ବୈଜ୍ଞାନିକ ଆଇନଷ୍ଟାଇନ ଗଭୀର ଭାବେ ଈଶ୍ବର ବିଶ୍ବାସୀ ଥିଲେ। ଏ କଥା ତାଙ୍କର ଜଣେ ବନ୍ଧୁ ପସନ୍ଦ କରୁ ନ ଥିଲେ। ସେ ସର୍ବଦା କହୁଥିଲେ ଯେ ବିଜ୍ଞାନ ଦୃଷ୍ଟିରେ ଦେଖୁଥିବା ଜଣେ ବ୍ୟକ୍ତି ଈଶ୍ବରଙ୍କ ଅସ୍ତିତ୍ବକୁ ବିଶ୍ବାସ କରିବା ସମୀଚୀନ ନୁହେଁ। 
ଏ କଥା ବାରମ୍ବାର ଶୁଣିବା ପରେ ଦିନେ ଆଇନଷ୍ଟାଇନ ଏହାର ଉତ୍ତର ଦେବାକୁ ସ୍ଥିର କଲେ। ସେ ନିଜ ହାତରେ ଆମ ସୌର ମଣ୍ଡଳର ଏକ ମଡେଲ ତିଆରି କରି ନିଜ ପଢ଼ା ଟେବୁଲ ଉପରେ ଥୋଇ ଦେଲେ। 
ସବୁ ଦିନ ଭଳି ସେ ଦିନ ସକାଳେ ବନ୍ଧୁ ଆଇନଷ୍ଟାଇନଙ୍କ ପଢ଼ା ଘର ଭିତରକୁ ପଶି ଆସି ଟେବୁଲ ଉପରେ ଥୁଆ ଯାଇଥିବା ମଡେଲଟି ଦେଖି ପଚାରିଲେ- ବାଃ ବଢ଼ିଆ ହୋଇଛି ତ! ଏହାକୁ କିଏ ତିଆରି କରିଛି?
ଆ‌ଇନଷ୍ଟାଇନ କହିଲେ- କେହି ତିଆରି କରିନାହାନ୍ତି। ଏହା ଆପେ ଆପେ ତିଆରି ହୋଇଯାଇଛି। 
ବନ୍ଧୁ କହିଲେ- ଥଟ୍ଟା କାହିଁକି କରୁଛ? ସତ କୁହ କିଏ ଏହାକୁ ତିଆରି କରିଛି? କିନ୍ତୁ ଆଇନଷ୍ଟାଇନ କେବଳ ସେହି କଥା ଦୋହରାଇ ଚାଲିଥାଆ‌ନ୍ତି। ଏଥିରେ ବନ୍ଧୁ ଜଣକ ବିରକ୍ତ ‌ହୋଇଗଲେ। 
ଏତିକି ବେଳେ ଆଇନଷ୍ଟାଇନ କହିଲେ- ଏଇ ଛୋଟ ମଡେଲଟିଏ ଆପେ ଆପେ ନ ହୋଇ କେହି ଜଣେ ତାକୁ ତିଆରି କରିବା ଲୋଡ଼ା ହେଲା! ଅଥଚ ଅକଳ୍ପନୀୟ ଭାବେ ବିଶାଳ ଆମ ସୌର ମଣ୍ଡଳ ଆପେ ଆପେ ଗଢ଼ି ହୋଇଗଲା? 
ବନ୍ଧୁ ଜଣକ ଚୁପ୍‌ ରହିଲେ। ସେ ଆଇନଷ୍ଟାଇନଙ୍କ ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ବୁଝି ପାରିଲେ। ଆଇନଷ୍ଟାଇନ କହିଲେ- ସେଥି ଲାଗି ତ କହୁଛି ଏହା ଆପେ ଆପେ ହୋଇନାହିଁ। ଈଶ୍ବର ଏହାକୁ ତିଆରି କରିଛନ୍ତି। ସୁତରାଂ, ଈଶ୍ବର ଅଛନ୍ତି।