ଜେନ୍ ଗୁରୁ ନେନେଙ୍କ ପାଖକୁ ଆସିଲେ ଜଣେ ଯୁବକ। ସେ କହିଲେ ଯେ ସେ ମୁକ୍ତି ଚାହାନ୍ତି।
ନେନେ ଯୁବକକୁ କହିଲେ- ମୁକ୍ତି ଚାହୁଛ ବୋଇଲେ କ’ଣ ମୁଁ ବୁଝି ପାରୁନାହିଁ। ତୁମକୁ କିଏ ବାନ୍ଧି ରଖିଛି କି?
ଯୁବକ କହିଲେ- ମୁଁ ସେହି ମୁକ୍ତି କଥା କହୁନାହିଁ। ମୁଁ ନିର୍ବାଣ ଅର୍ଥରେ ମୁକ୍ତି କଥା କହୁଛି।
ନେନେ କହିଲେ- ମୋ ସହିତ ଭିତରକୁ ଆସ।
ନେନେ ଯୁବକଙ୍କୁ ନେଇ ଗଲେ ଗୋଟିଏ ପଞ୍ଜୁରି ନିକଟକୁ। ତହିଁରେ ବସିଥାଏ ଗୋଟିଏ ଶୁଆ। ନେନେ କହିଲେ- ଏ ଶୁଆର ବୟସ ଚାଳିଶ ବର୍ଷ। ୟେ ଜନ୍ମ ହେଲା ଦିନରୁ ଏହି ପଞ୍ଜୁରି ଭିତରେ ଅଛି।
ଏହା କହି ସାରିବା ପରେ ସେ ପଞ୍ଜୁରିକୁ ଖୋଲିଦେଲେ ଓ ଶୁଆକୁ ବାହାର କରି ଆଣିଲେ। ତାକୁ ନେଇ ବାରଣ୍ତାରେ ବସାଇ ଦେଲେ ଓ କହିଲେ- ତୁ ଏବେ ମୁକ୍ତ। ତୋ ଆଗରେ ଖୋଲା ଆକାଶ। ଏବେ ତୁ ଉଡ଼ି ଯାଆ।
କିନ୍ତୁ ପକ୍ଷୀଟି ଉଡ଼ିଯିବ କ’ଣ, ଛାଟିପିଟି ହୋଇ ପଞ୍ଜୁରି ଭିତରକୁ ପଶିଯିବାକୁ ଚାହିଲା।
ନେନେ କହିଲେ- ଦେଖ, ତାକୁ ମୁକ୍ତ କରିଦେଲି, କିନ୍ତୁ ସେ ପଞ୍ଜୁରି ଭିତରେ ପଶିଯିବାକୁ ଚାହୁଛି। େତଣୁ ତାକୁ ଏ ପଞ୍ଜୁରି ବାନ୍ଧି ରଖିନାହିଁ। ତାକୁ ବାନ୍ଧି ରଖିଛି ତା’ର ମନ। ତେଣୁ ପ୍ରକୃତରେ ଆମେ ସମସ୍ତେ ମୁକ୍ତ, କିନ୍ତୁ ଏହି ଶୁଅା ଭଳି ଆମେ ତାହା ବୁଝିପାରୁନାହେଁ। ଏହାର କାରଣ ଆମ ମନ ଆମକୁ ବିଭିନ୍ନ ବନ୍ଧନରେ ବାନ୍ଧି ରଖିଛି। ତେଣୁ କେବଳ ମନର ବନ୍ଧନକୁ ଛିଣ୍ତାଇବା ହେଉଛି ବଡ଼ କଥା। ଏହା ହିଁ ଗୂଢ଼ କଥା। ସେତକ କରିପାରିଲେ ତୁମେ ମୁକ୍ତ ହୋଇଗଲ ବୋଲି ଜାଣ!
କଥାଟିଏ-ଯାଯାବର: ମନର ବନ୍ଧନ
ଜେନ୍ ଗୁରୁ ନେନେଙ୍କ ପାଖକୁ ଆସିଲେ ଜଣେ ଯୁବକ। ସେ କହିଲେ ଯେ ସେ ମୁକ୍ତି ଚାହାନ୍ତି। ନେନେ ଯୁବକକୁ କହିଲେ- ମୁକ୍ତି ଚାହୁଛ ବୋଇଲେ କ’ଣ ମୁଁ ବୁଝି ପାରୁନାହିଁ। ତୁମକୁ କିଏ ବାନ୍ଧି ରଖିଛି କି?
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)