ଥରେ ରାଣୀଙ୍କ କିଛି ଅଳଙ୍କାର ଚୋରି ହୋଇଗଲା। ଯିଏ ଚୋରି କରିଥିଲା, ସେ ଗୋଟିଏ ଗଛର କୋରଡ଼ରେ ସେସବୁକୁ ଲୁଚାଇ ଦେଲା। ତହିଁ ପର ଦିନ ଜଣେ ସାଧୁ ସେଇ ଗଛ ମୂଳରେ ଆସ୍ଥାନ ଜମାଇଲେ। ଚୋରଟି ଆଉ ତା’ର ଚୋରି ମାଲ ତକ ନେବା ଲାଗି ସୁଯୋଗ ପାଇଲା ନାହିଁ। ଏଣେ ରାଜାଙ୍କ ସିପାହିମାନେ ଖୋଜି ଖୋଜି ସେଇ ଗଛ କୋରଡ଼ରେ ଅଳଙ୍କାର ତକ ପାଇ ସାଧୁଙ୍କୁ ଛଦ୍ମବେଶୀ ଚୋର ବୋଲି ଭାବି ବାନ୍ଧି ନେଲେ।
ରାଣୀଙ୍କ ସମସ୍ତ ଗହଣା ମିଳିଗଲା ଏବ˚ ରାଜା ସାଙ୍ଗେ ସାଙ୍ଗେ ସାଧୁଙ୍କୁ ଜେଲରେ ପୂରାଇଦେବା ଲାଗି ଆଦେଶ ଦେଲେ। ସାଧୁ ଆଦେଶ ଶୁଣି କିଛି ପ୍ରତିକ୍ରିୟା ପ୍ରକାଶ କଲେନାହିଁ।
ଏମିତି ଅନେକ ଦିନ ବିତିଗଲା। ତା’ର କୃତକର୍ମ ହେତୁ ଜଣେ ସାଧୁ ଦଣ୍ଡ ପାଇବା ଭଳି କଥାଟି ତାକୁ ବିଳଳିତ କରିବାରେ ଲାଗିଲା। ସେ ମଧ୍ୟ ଭୟ କଲା ଯେ ସାଧୁ ଅସନ୍ତୁଷ୍ଟ ହେଲେ ତା’ର ଓ ତା’ ପରିବାରର ଅମଙ୍ଗଳ ହେବ। ତେଣୁ ସେ ଦିନେ ରାଜାଙ୍କ ପାଖକୁ ଆସି ତା’ର ଦୋଷ ସ୍ବୀକାର କଲା। ରାଜା ଏହା ଶୁଣି ସ୍ତବ୍ଧ ହେଲେ ଓ ସାଧୁଙ୍କୁ ମୁକୁଳାଇବା ଲାଗି କାରାଗାରକୁ ଦୌଡ଼ିଲେ। ସେଠାରେ ସାଧୁଙ୍କ ହାତକୁ ଧରି ପକାଇ ରାଜା କହିଲେ- ଆପଣ ଜଣେ ସାଧୁ। ଅଥଚ ଆପଣଙ୍କୁ ଚୋର ବୋଲି କହି ମୁଁ ଦଣ୍ଡ ଦେଲି। ଦୋଷ ମୋର। ମୋତେ କ୍ଷମା କରନ୍ତୁ। କିନ୍ତୁ କଥା ହେଲା ଅଜ୍ଞତା ବା ଧୃଷ୍ଟତା କାରଣରୁ ମୁଁ ଦଣ୍ତାଦେଶ ଶୁଣାଉଥିବା ବେଳେ ଆପଣ ସ˚ପୂର୍ଣ୍ଣ ଭାବେ ନିରବ ରହିଲେ କାହିଁକି?
ସାଧୁ କହିଲେ- ମୁଁ କିଭଳି ଭାବେ ତୁମ ଦ୍ବାରା ବା ଜଗତ ଦ୍ବାରା ଦେଖାଗଲି ତାହା ମୋ ଲାଗି ବିଶେଷ ଗୁରୁତ୍ବ ରଖେ ନାହିଁ। ମୁଁ ଯାହା, ତାହା ହିଁ ମୋ ଲାଗି ମୂଲ୍ୟବାନ। ମୁଁ ଯାହା, କେବଳ ସେମିତି ହୋଇ ରହିବାକୁ ଚାହେଁ, ଯାହା ସବୁଠି ସମ୍ଭବ, ଜଙ୍ଗଲରେ, ଜନପଦରେ ବା କାରାଗାରରେ। ତେଣୁ ମୁଁ ମୋତେ ପ୍ରମାଣ କରିବାକୁ କିଛି ହିଁ ଲୋଡ଼େ ନାହିଁ।
ସାଧୁଙ୍କ ଏହି ଉତ୍ତର ସମ୍ମୁଖରେ ରାଜା ନତମସ୍ତକ ହେଲେ।
କଥାଟିଏ-ଯାଯାବର: ସାଧୁଙ୍କ ଉତ୍ତର
ଥରେ ରାଣୀଙ୍କ କିଛି ଅଳଙ୍କାର ଚୋରି ହୋଇଗଲା। ଯିଏ ଚୋରି କରିଥିଲା, ସେ ଗୋଟିଏ ଗଛର କୋରଡ଼ରେ ସେସବୁକୁ ଲୁଚାଇ ଦେଲା। ତହିଁ ପର ଦିନ ଜଣେ ସାଧୁ ସେଇ ଗଛ ମୂଳରେ ଆସ୍ଥାନ ଜମାଇଲେ।
/sambad/media/media_files/4gXaeJpVRwjMhCybVeWv.jpg)