ଅନେକ ବର୍ଷ ତଳର କଥା। ଡେଟ୍ରଏଟ୍ ସହରର ମେୟରଙ୍କୁ ଅଗତ୍ୟା କୌଣସି ଏକ କାରଣ ଲାଗି ଏକ ବିପଦପୂର୍ଣ୍ଣ ଦାୟିତ୍ବ ନେବାକୁ ହେଲା। ଦାୟିତ୍ବଟି ଥିଲା କିଛି ଅତି ସାଂଘାତିକ ତରଳ ବିସ୍ଫୋରକକୁ ଆଉ ଗୋଟିଏ ସହରକୁ ପଠାଇବା। କଥା ହେଲା, ବିସ୍ଫୋରକ ଯେଉଁ ଲରୀରେ ବୋଝେଇ ହୋଇଯିବ ତା’ର ଚାଳକ ନିହାତି ଦକ୍ଷ ହେବା ଦରକାର। କାରଣ ତାହା ନ ହେଲେ ଗାଡ଼ି ଭିତରେ ଅଧିକ ହଲଚଲ ହୋଇ ତହିଁରେ ବିସ୍ଫୋରଣ ହେବାର ଆଶଙ୍କା ଥିଲା। ଏବଂ ଆହୁରି ବଡ଼ କଥା ଥିଲା, ଯେଉଁ ରାସ୍ତାରେ ବିସ୍ଫୋରକ ଯିବାର ଥିଲା, ସେ ରାସ୍ତାଟିର ଅବସ୍ଥା ଥିଲା ଅତି କଦର୍ଯ୍ୟ। ତେଣୁ ମେୟର ଏ ଦାୟିତ୍ବ ସହରର ସବୁଠାରୁ ଦକ୍ଷ ଲରୀ ଚାଳକଙ୍କୁ ଦେଲେ। ଏ କାର୍ଯ୍ୟ ସଂପାଦନ କରିପାରିଲେ ଲରୀ ଚାଳକଙ୍କୁ ବିପୁଳ ଅର୍ଥ ପୁରସ୍କାର ଦିଆଯିବ ବୋଲି ମଧ୍ୟ କୁହାଗଲା। ଲରୀ ଚାଳକ ଏ ବିପଦପୂର୍ଣ୍ଣ କାର୍ଯ୍ୟରେ ଯିବା ପୂର୍ବରୁ ବାପାଙ୍କ ନିକଟକୁ ଯାଇ ବିଦାୟ ମାଗିଲେ। ତେବେ ବାପା କହିଲେ, ଯିବା ବେଳେ ନୁହେଁ ଫେରିଲା ବେଳେ ସତର୍କ ରହିବୁ।
ଲରୀ ଚାଳକ ଯାତ୍ରା ଆରମ୍ଭ କଲେ। ନିଜ ଅପୂର୍ବ ଦକ୍ଷତାର ପରିଚୟ ଦେଇ ସେ ବିସ୍ଫୋରକକୁ ଠିକଣା ଜାଗାରେ ପହଞ୍ଚାଇଦେଲେ। ତା’ ପରେ ଖୁସିରେ ବିଭୋର ହୋଇ ସେ ଘରକୁ ଫେରିଲେ। ଘରକୁ ଫେରିଲେ ସମ୍ମାନ ଓ ପୁରସ୍କାରର ସ୍ବପ୍ନ ତାଙ୍କୁ ଉଲ୍ଲସିତ କରିଦେଲା। ବାପାଙ୍କ କଥା ସେ ଭୁଲିଗଲେ। ଫେରିବା ବାଟରେ ହିଁ ତାଙ୍କ ବେପରୁଆପଣ ଯୋଗୁଁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା ଓ ସେ ମୃତ୍ୟୁବରଣ କେଲ। କଥାଟି କହିସାରି ୟୁଜିକେ କହିଲେ- ସଫଳତା ପାଇବା ପରେ ହିଁ ତୁମେ ତୁମ ଆଚରଣକୁ ଜଗିବା ଅଧିକ ଗୁରୁତ୍ବପୂର୍ଣ୍ଣ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/4gXaeJpVRwjMhCybVeWv.jpg)