ଗୁରୁ ୟୁଜିକେ ଥରେ କହିଥିଲେ ଏହି ମଜା କଥାଟି।
ପତ୍ନୀ ସର୍ବଦା ସ୍ବାମୀଙ୍କୁ କହନ୍ତି- ତୁମେ କାହିଁକି ପ୍ରବଚନ ଶୁଣିବାକୁ ଯାଉନାହଁ। ପ୍ରବଚନରେ ଗୁରୁମାନେ କେତେ କେତେ ସୁନ୍ଦର ଦିଗ୍ଦର୍ଶନ ଦିଅନ୍ତି। ବାରମ୍ବାର ପତ୍ନୀ ଏମିତି କହିବାରୁ ଅଗତ୍ୟା ସ୍ବାମୀ ଥରେ ପ୍ରବଚନ ଶୁଣିବାକୁ ଗଲେ।
ପ୍ରବଚନ ଶୁଣି ସାରିବା ପରେ ଘରେ ପହଞ୍ଚି ସ୍ବାମୀ ଯେମିତି ହାବଭାବ ଦେଖାଇଲେ ସେଥିରୁ ପତ୍ନୀଙ୍କ ମନରେ ସନ୍ଦେହ ହେଲା ଯେ ସ୍ବାମୀ ପ୍ରବଚନ ଶୁଣିବାକୁ ଯାଇଥିଲେ ନା ସିନେମା ଦେଖିବାକୁ ଯାଇଥିଲେ! କାରଣ ସ୍ବାମୀ ବାରମ୍ବାର ପତ୍ନୀଙ୍କ ଆଡ଼କୁ ଚାହିଁ ହସୁଥିଲେ, ଯାହା ସେ କଦବା କେମିତି ଥରେ ଅଧେ କରୁଥିବେ କି ନାହିଁ ସନ୍ଦେହ।
ଶେଷର ପତ୍ନୀ ବାଧୢ ହୋଇ ପଚାରିଲେ- ସତ କୁହ କୁଆଡ଼େ ଯାଇଥିଲ?
ସ୍ବାମୀ କହିଲେ- ପ୍ରବଚନ ଶୁଣିବାକୁ।
ପତ୍ନୀ ପଚାରିଲେ- ପ୍ରବଚନରେ ଗୁରୁ କ’ଣ କିଛି ପ୍ରେମ ବିଷୟକ ସ˚ଦର୍ଭରେ କହିଲେ କି?
ସ୍ବାମୀ କହିଲେ- ନା, ନା, ଗୁରୁ ଜୀବନ ସ˚ପର୍କରେ ଭାବଗର୍ଭକ ପ୍ରବଚନ ଦେଲେ।
ପତ୍ନୀ ଏଥର ତାଙ୍କ ଉତ୍ସୁକତାର ରହସ୍ୟ ଫିଟାଇ ଦେଇ କହିଲେ- ତେବେ ତୁମେ ମୋ ଆଡ଼କୁ ଚାହିଁ ଏମିତି ବାରମ୍ବାର ହସୁଛ କାହିଁକି?
ସ୍ବାମୀ କହିଲେ- ଆଜିର ପ୍ରବଚନରେ ଗୁରୁ କହିଲେ ଯେ ଜୀବନର ସବୁଠାରୁ ବଡ଼ ଦୁଃଖକୁ ବି ହସି ହସି ବହନ କରିବା ଶିଖ।
ଏ କଥା କହିସାରି ୟୁଜିକେ କହିଲେ ତା’ ପରଠାରୁ ସ୍ବାମୀ ଜଣକ ଆଉ କୌଣସି ପ୍ରବଚନ ଶୁଣିବାକୁ କେବେ ହେଲେ ଯାଇ ନାହାନ୍ତି।
କଥାଟିଏ-ଯାଯାବର: ପ୍ରବଚନର ମର୍ମ
ଗୁରୁ ୟୁଜିକେ ଥରେ କହିଥିଲେ ଏହି ମଜା କଥାଟି। ପତ୍ନୀ ସର୍ବଦା ସ୍ବାମୀଙ୍କୁ କହନ୍ତି- ତୁମେ କାହିଁକି ପ୍ରବଚନ ଶୁଣିବାକୁ ଯାଉନାହଁ। ପ୍ରବଚନରେ ଗୁରୁମାନେ କେତେ କେତେ ସୁନ୍ଦର ଦିଗ୍ଦର୍ଶନ ଦିଅନ୍ତି। ବାରମ୍ବାର ପତ୍ନୀ ଏମିତି କହିବାରୁ ଅଗତ୍ୟା ସ୍ବାମୀ ଥରେ ପ୍ରବଚନ ଶୁଣିବାକୁ ଗଲେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)