ସ˚ଯମୀ କରିବା ଲାଗି ଗୁରୁ ଦୁଇ ଜଣ ଶିଷ୍ୟଙ୍କୁ ବାଛିଲେ। ଇନ୍ଦ୍ରିୟଜାତ ପ୍ରବୃତ୍ତିକୁ ଜୟ କରିବାକୁ ସେମାନଙ୍କୁ କୁହାଗଲା।
କିଛି ଦିନ ପରେ ଗୁରୁ ସେମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ- ବାବୁରେ ତମେ ସ˚ଯମୀ ହେବା ଦରକାର ନାହିଁ।
ଏହା ଶୁଣି ଶିଷ୍ୟ ଚମକି ପଡ଼ିଲା। ସେ ଗୁରୁଙ୍କୁ କହିଲା- ମହାଶୟ, ମୁଁ ତ ସ˚ଯମ ପାଳନ କରିବାର ଅଭ୍ୟାସରେ କେଉଁଠି ହେଲେ ହାରି ଯାଇ ନାହିଁ। ମୁଁ ମୋର ଲୋଭ, କାମ, କ୍ରୋଧ ଆଦି ଭଳି ଇନ୍ଦ୍ରିୟରୁ ଜାତ ପ୍ରବୃତ୍ତି ଦମନ କରିବାରେ ମନପ୍ରାଣ ଢାଳି ଦେଇଛି। ଆପଣ ମୋତେ କାହିଁକି ନାପସନ୍ଦ କଲେ? ମୋର ବନ୍ଧୁକୁ କାହିଁକି ପସନ୍ଦ କଲେ, ତାହା ବୁଝାଇ ଦିଅନ୍ତୁ।
ଗୁରୁ କହିଲେ- ସ˚ଯମର ଅର୍ଥ ତୁମେ ଯାହା ବୁଝିଛ, ତାହା ହେଲା ଦମନ ବା ନିୟନ୍ତ୍ରଣ। ଅର୍ଥାତ୍ ତୁମ ଭିତରେ ଭୋଗ ଲାଳସା ବଢ଼ିଲେ ବା ମୁଣ୍ତ ଟେକିଲେ ତୁମେ ତା’ର ନିୟନ୍ତ୍ରଣ କରିବ। ତୁମେ ତାକୁ ମୁଣ୍ଡ ଟେକିବାକୁ ଦେବ ନାହିଁ। ଅଥଚ ସେ ଅବଦମିତ ହୋଇ ତୁମ ଭିତରେ ସର୍ବଦା ଉପସ୍ଥିତ ଥିବ।
ତୁମ ବନ୍ଧୁ କିନ୍ତୁ ଯେଉଁ ଅର୍ଥରେ ସଂଯମକୁ ବୁଝି ସେ ଦିଗରେ ଉଦ୍ୟମଶୀଳ, ତାହା ହେଲା ଇନ୍ଦ୍ରିୟରୁ ଜାତ ପ୍ରବୃତ୍ତିର ଅନୁପସ୍ଥିତି। ତୁମ ଆଗରେ କେହି ଜଣେ ସ୍ବାଦିଷ୍ଠ ଖାଦ୍ୟ ଥୋଇ ଦେଲେ ତୁମେ ସେ ଆଡ଼କୁ ଚାହିଁବ ନାହିଁ। କାରଣ ତୁମ ମନରେ ତା’ ପ୍ରତି ବିରାଗ ଜାତ ହୋଇଯାଇଛି। କାରଣ ତୁମେ ଲୋଭ ଉପରେ ଜୟ ଲାଭ କରିଛ। କିନ୍ତୁ ତୁମ ବନ୍ଧୁ ସରାଗରେ ତାକୁ ଦେଖିପାରେ, କିନ୍ତୁ ତା’ ମନରେ କୌଣସି ଭାବାନ୍ତର ସୃଷ୍ଟି ହେବ ନାହିଁ। କାରଣ ତା’ ମନରେ ଲୋଭ ଆଦୌ ନ ଥିବ, ତାକୁ ଜିଣିବା ତ ଦୂରର କଥା।
ଏବେ ଶିଷ୍ୟ ଜଣକ ଗୁରୁଙ୍କ କଥାର ମର୍ମ ବୁଝି ପାରିଲା।
କଥାଟିଏ-ଯାଯାବର: ସଂଯମର ଅର୍ଥ
ସ˚ଯମୀ କରିବା ଲାଗି ଗୁରୁ ଦୁଇ ଜଣ ଶିଷ୍ୟଙ୍କୁ ବାଛିଲେ। ଇନ୍ଦ୍ରିୟଜାତ ପ୍ରବୃତ୍ତିକୁ ଜୟ କରିବାକୁ ସେମାନଙ୍କୁ କୁହାଗଲା। କିଛି ଦିନ ପରେ ଗୁରୁ ସେମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ- ବାବୁରେ ତମେ ସ˚ଯମୀ ହେବା ଦରକାର ନାହିଁ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)