ଥରେ ଜଣେ ସନ୍ନ୍ୟାସୀ ଗୋଟିଏ ଗାଁ ବାଟ ଦେଇ ଯାଉ ଯାଉ ମନ୍ଦିରରେ ରାତ୍ରିଯାପନ କଲେ। ନିଶାର୍ଧରେ ସେ ସ୍ବପ୍ନଟିଏ ଦେଖି ଚମକି ଉଠି ବସିଲେ। ତାଙ୍କ ସ୍ବପ୍ନରେ ଜଣେ ଦେବପୁରୁଷ ଆସି କହୁଥିଲେ- ଏ ଗାଁ ଧ୍ବ˚ସ ପାଇଯିବ। ସନ୍ନ୍ୟାସୀ ସକାଳ ହେବା ମାତ୍ରକେ ଗାଁ ଲୋକଙ୍କୁ ଡାକି ତାଙ୍କ ସ୍ବପ୍ନ ବୃତ୍ତାନ୍ତ ଶୁଣାଇଲେ।
ଗାଁ ଲୋକେ କହିଲେ- ଆପଣ ତ ସାଧୁ ମହାତ୍ମା। ଆପଣ କହନ୍ତୁ ଏଥିରୁ ନିସ୍ତାର ପାଇବାର ଉପାୟ କ’ଣ?
ସାଧୁ କିଛି ସମୟ ଧୢାନସ୍ଥ ହୋଇ ଭବିଷ୍ୟତ ଦେଖିଲେ ଓ ତା’ ପରେ କହିଲେ- ଏ ଗାଁ ଧ୍ବ˚ସ ପାଇଯିବା ନିଶ୍ଚିତ। ତହିଁରୁ ନିସ୍ତାର ନାହିଁ। ତେବେ, ଗୋଟିିଏ ମହଲତ ମିଳିଛି। ତାହା ହେଲା, ବର୍ଷକ ପରେ ଯାଇ ଗାଁଟି ଧ୍ବଂସ ହୋଇଯିବ।
ଗାଁ ଲୋକେ ସାଙ୍ଗେ ସାଙ୍ଗେ ଆଶ୍ବସ୍ତ ଦିଶିଲେ। ସେମାନେ ସ୍ବସ୍ତିର ସହିତ ନିଃଶ୍ବାସ ମାରି ଯେ ଯାହା ଘରକୁ ଫେରିଗଲେ। ସନ୍ନ୍ୟାସୀ ତାଙ୍କ ବାଟରେ ଚାଲିଗଲେ।
ବର୍ଷଟିଏ ପୂରିବାର ଠିକ୍ ଗୋଟିଏ ଦିନ ଆଗରୁ ସନ୍ନ୍ୟାସୀ ସେଇ ଗାଁରେ ପାଦ ଦେଲେ। ଗାଁ ଲୋକେ ମନ୍ଦିର ଆଗରେ ଜମା ହୋଇଥିଲେ ଏବ˚ ଆକୁଳ ଚିତ୍ତରେ ଈଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ।
ସନ୍ନ୍ୟାସୀଙ୍କୁ ଦେଖି ସେମାନେ କୋଟିନିଧି ପାଇଲା ଭଳି ହୋଇ ଘେରିଗଲେ ଏବ˚ ପ୍ରାର୍ଥନା କରି କହିଲେ- ହେ ସୁପୁରୁଷ, ଆପଣ ଦୟା କରି ଆଉ ବର୍ଷଟିଏ ସମୟ ମାଗନ୍ତୁ। ଆମେ କିଛି ବ୍ୟବସ୍ଥା କରିବୁ। ଏ ବର୍ଷଟା କିଛି କରିବୁ କରିବୁ ହୋଇ ଚାଲିଗଲା।
ସନ୍ନ୍ୟାସୀ କହିଲେ- ଈଶ୍ବର ତୁମମାନଙ୍କୁ ଗୋଟିଏ କ୍ଷଣ ବି ମହଲତ ଦେବାକୁ ପ୍ରସ୍ତୁତ ହେବେନାହିଁ। କାରଣ ଭଗବାନ ବୁଝନ୍ତି ଯେ ମର୍ତ୍ତ୍ୟରେ ସମସ୍ତେ ସମୟକୁ ହିଁ ଅଧିକ ନଷ୍ଟ କରନ୍ତି। ତେଣୁ ଆଜି ହିଁ ଗାଁ ଛାଡ଼ି ଚାଲିଯାଅ।
କଥାଟିଏ-ଯାଯାବର: ବର୍ଷକର ମହଲତ
ଥରେ ଜଣେ ସନ୍ନ୍ୟାସୀ ଗୋଟିଏ ଗାଁ ବାଟ ଦେଇ ଯାଉ ଯାଉ ମନ୍ଦିରରେ ରାତ୍ରିଯାପନ କଲେ। ନିଶାର୍ଧରେ ସେ ସ୍ବପ୍ନଟିଏ ଦେଖି ଚମକି ଉଠି ବସିଲେ। ତାଙ୍କ ସ୍ବପ୍ନରେ ଜଣେ ଦେବପୁରୁଷ ଆସି କହୁଥିଲେ- ଏ ଗାଁ ଧ୍ବ˚ସ ପାଇଯିବ। ସନ୍ନ୍ୟାସୀ ସକାଳ ହେବା ମାତ୍ରକେ ଗାଁ ଲୋକଙ୍କୁ ଡାକି ତାଙ୍କ ସ୍ବପ୍ନ ବୃତ୍ତାନ୍ତ ଶୁଣାଇଲେ।
/sambad/media/media_files/4gXaeJpVRwjMhCybVeWv.jpg)