ଗୋଟିଏ ସହରରେ ଥିଲେ ଜଣେ ଅତ୍ୟନ୍ତ ଧନୀ ବଣିକ। ସେ ଥିଲେ ଅତ୍ୟନ୍ତ ସୁଖୀ। ତାଙ୍କ ଘର ସଦାବେଳେ ବନ୍ଧୁବାନ୍ଧବ, କଥାବାର୍ତ୍ତା ଓ ହାସ୍ୟରୋଳରେ ଭରି ରହୁଥିଲା। ବ୍ୟସ୍ତତା ଭିତରେ ବି ସେ ସର୍ବଦା ପ୍ରସନ୍ନ ରହୁଥିଲେ।
ଥରେ ତାଙ୍କ ଘରକୁ ବୁଲି ଆସିଲେ ତାଙ୍କ ଘନିଷ୍ଠ ବନ୍ଧୁ। ବନ୍ଧୁ ରହୁଥିଲେ ଦୂର ଏକ ସହରରେ। ସେ ମଧୢ ଥିଲେ ଜଣେ ଅତ୍ୟନ୍ତ ଧନୀ ଓ ସଫଳ ବ୍ୟବସାୟୀ। ତାଙ୍କର ମଧୢ ଥିଲା ଅଚଳାଚଳ ସ˚ପତ୍ତି। କିନ୍ତୁ ସେ ସର୍ବଦା ଚାପଗ୍ରସ୍ତ ହୋଇ ରହୁଥିଲେ।
ଦିନେ ବଣିକଙ୍କୁ ତାଙ୍କ ବନ୍ଧୁ କହିଲେ- ଭାଇ ସମସ୍ତେ ଭାବୁଛନ୍ତି ଯେ ମୁଁ ମୋ ଜୀବନରେ ଅଜସ୍ର ସଫଳତା ପାଇଥିବାରୁ ଏବ˚ ଅଚଳାଚଳ ସ˚ପତ୍ତି ଉପାର୍ଜନ କରିଥିବାରୁ ବହୁତ ସୁଖୀ। କିନ୍ତୁ ପ୍ରକୃତରେ ତାହା ନୁହେଁ। ମୁଁ କେବେ ବି ସୁଖୀ ହୋଇପାରିନାହିଁ। ଅଧା ସମୟ ସ˚ପତ୍ତି ଉପାର୍ଜନ କରିବା ଲାଗି ପରିଶ୍ରମରେ କଟିଲା। ଏବେ ମନରେ ଭୟ ରହୁଛି ଯେ ସତର୍କ ନ ହେଲେ କାଳେ ସବୁ ଚାଲିଯିବ। ସେଥି ଲାଗି ମୋ କାରବାର ଚଳାଉଥିବା ଲୋକଙ୍କ ଉପରେ ମୋତେ କଡ଼ା ନଜର ରଖିବାକୁ ପଡୁଛି। ମନରେ ଆଶଙ୍କାର ଭାବ ରହୁଛି। କିନ୍ତୁ ତୁମକୁ ଦେଖୁଛି ଯେ ତୁମେ ମସ୍ତ ଖୁସିରେ ଅଛ। ହସଖୁସିରେ ଅଛ। କେମିତି?
ବଣିକ କହିଲେ- ପାଞ୍ଚଟି ଶବ୍ଦକୁ ଗଣ୍ଠିଧନ କରି ରଖିଛି। ସେଗୁଡ଼ିକ ହେଲା ଶ୍ରଦ୍ଧା, ବିଶ୍ବାସ, ବୈରାଗ୍ୟ, ଅର୍ପଣ ଓ ଭକ୍ତି। ପ୍ରଥମ କଥା ହେଲା ମୁଁ ମୋ ଚାରି ପାଖର ସବୁ ଲୋକଙ୍କୁ ଗଭୀର ଶ୍ରଦ୍ଧା ଓ ବିଶ୍ବାସ କରେ। ତେଣୁ ସେମାନେ ବି ମୋତେ ଭଲ ପାଆନ୍ତି। ଏଥିରେ କାହାକୁ ଜଗିବାର ଲୋଡ଼ା ପଡ଼େନାହିଁ। ଏ ଧନସ˚ପତ୍ତିକୁ ମୁଁ ଈଶ୍ବରଙ୍କ ଦାନ ବୋଲି ଭାବେ। ତେଣୁ ମୋର ଏ ସବୁ ପ୍ରତି ଏକ ବୈରାଗ୍ୟ ରହିଛି। ସେଇ ବୈରାଗ୍ୟ ହେତୁ ମୋ ସ˚ପତ୍ତିକୁ ମୁଁ ସାଧାରଣ ଲୋକଙ୍କ ଖୁସି ପାଇଁ ଦାନ ଧର୍ମରେ ବ୍ୟୟ କରେ। ମୋ ବିଶ୍ବାସର ସୁଯୋଗ ନେଇ କେହି କିଛି ହଡ଼ପ କରୁଥିବା ନେଇ ମୋର ଚିନ୍ତା ନ ଥାଏ। କିନ୍ତୁ ଶ୍ରଦ୍ଧାରେ କିଣି ହୋଇଯାଉଥିବା ଲୋକେ ସେଭଳି କରନ୍ତି ନାହିଁ। ବୈରାଗ୍ୟ ଓ ଅର୍ପଣ ଭାବରୁ ହିଁ ଶାନ୍ତି ମିଳେ। ଶେଷରେ ରହିଲା ଈଶ୍ବରଙ୍କ ପ୍ରତି ମୋ ଗଭୀର ଆସ୍ଥା। ସେ ମୋ ସହିତ ସର୍ବଦା ଅଛନ୍ତି ବୋଲି ମୋ ବିଶ୍ବାସ ମୋେତ ପ୍ରଫୁଲ୍ଲିତ କରି ରଖେ।
କଥାଟିଏ-ଯାଯାବର: ପାଞ୍ଚଟି ଶବ୍ଦ
ଗୋଟିଏ ସହରରେ ଥିଲେ ଜଣେ ଅତ୍ୟନ୍ତ ଧନୀ ବଣିକ। ସେ ଥିଲେ ଅତ୍ୟନ୍ତ ସୁଖୀ। ତାଙ୍କ ଘର ସଦାବେଳେ ବନ୍ଧୁବାନ୍ଧବ, କଥାବାର୍ତ୍ତା ଓ ହାସ୍ୟରୋଳରେ ଭରି ରହୁଥିଲା। ବ୍ୟସ୍ତତା ଭିତରେ ବି ସେ ସର୍ବଦା ପ୍ରସନ୍ନ ରହୁଥିଲେ।
/sambad/media/media_files/4gXaeJpVRwjMhCybVeWv.jpg)