ଥରେ ଜଣେ ମଣିଷ ଜଙ୍ଗଲରେ ବୁଲୁଥିବା ବେଳେ ଗୋଟିଏ ସି˚ହକୁ ଭେଟିଲା। ସି˚ହଟି ଭଲ ଥିଲା ତେଣୁ ସେ ମଣିଷକୁ ଆକ୍ରମଣ କଲା ନାହିଁ ବର˚ ମଣିଷ ବୁଝିଲା ଭଳି ଭାଷାରେ କଥା ହେବାକୁ ଲାଗିଲା। 
ତେବେ, କଥାବାର୍ତ୍ତା ଶେଷରେ ଯୁକ୍ତିର ରୂପ ନେଲା। ଯୁକ୍ତିର ବିଷୟ ଥିଲା- କିଏ ଅଧିକ ବଳଶାଳୀ? ମଣିଷ ନା ସି˚ହ?
ମଣିଷ ଥିଲା ବାକ୍‌ ପଟୁ। ସେ ଚିତ୍କାର କରି କହିଲା- ତୁମେ ମଣିଷର ଶକ୍ତି ବିଷୟରେ ଜାଣିନା। ତୁମେ ଏହାର ପ୍ରମାଣ ପାଇବାକୁ ଚାହଁ? ମୋ ସହିତ ଆସ।
ଏହା କହି ଲୋକଟି ସି˚ହକୁ ନେଇଗଲା ନିକଟସ୍ଥ ସହରର ଏକ ପାର୍କ‌୍‌କୁ। ସେତିକି ବେଳକୁ ନିଶାର୍ଧ। ପାର୍କ‌୍‌ଟି ଜନଶୂନ୍ୟ। ମଣିଷ ତାକୁ ନେଇଗଲା ଏକ ବିଶାଳ ମୂର୍ତ୍ତି ନିକଟକୁ। ଜହ୍ନ ଆଲୁଅରେ ସେ ବିଶାଳ ମାର୍ବଲ ମୂର୍ତ୍ତି ଦାଉଦାଉ ଦିଶୁଥାଏ। 
ସି˚ହ ଦେଖିଲା ଯେ ସେଇ ମୂର୍ତ୍ତି ହେଉଛି ଜଣେ ବଳଶାଳୀ ମଣିଷର ଯେ ଏକ ସି˚ହର ମୁହଁକୁ ଦୁଇ ହାତରେ ଧରି ତାକୁ ଫାଡ଼ି ଦେବାକୁ ଉଦ୍ୟତ। ସେ ପଚାରିଲା- ୟେ କିଏ?
ମଣିଷ କହିଲା- ୟେ ହେଉଛନ୍ତି ମହାବଳଶାଳୀ ହର‌୍‌କ୍ୟୁଲେସ୍‌। ସେ ସି˚ହମାନଙ୍କୁ ଏମିତି ମାରୁଥିଲେ।
ଏହା ଶୁଣି ସି˚ହ କହିଲା- ଏ ମୂର୍ତ୍ତି କିଏ ତିଆରି କରିଛି? ମଣିଷ ନା ସି˚ହ?
ମଣିଷ କହିଲା- ଅବଶ୍ୟ ଜଣେ ମଣିଷ।
ସି˚ହ କହିଲା- ସେଇଥି ପାଇଁ ସେ ମଣିଷକୁ ବଳୁଆ କରି ଦେଖାଇଛନ୍ତି। ଆମର କୃତିରେ ତୁମେ ଏମିତି ଦେଖିବ ନାହିଁ। 
ମଣିଷ ବିଦ୍ରୂପର ସହିତ କହିଲା- ତୁମର ପୁଣି କୃତି? 
ସି˚ହ କହିଲା- ହଉ ଆସ। ଆମର କୃତି ଦେଖିବ। 
ଏହା କହି ସି˚ହ ମଣିଷକୁ ବାଟ କଢ଼େଇ ଏକ ଗୁ˚ଫା ପାଖକୁ ନେଇଗଲା। ମଣିଷ ଗୁ˚ଫା ଭିତରକୁ ଚାହିଁ ଦେଖିଲା ଯେ ତହିଁରେ ପାହାଡ଼ ଭଳି ଗଦା ହୋଇଛି ମଣିଷର ହାଡ଼ ଓ ଖପୁରି। 
ସି˚ହ କହିଲା- ଏ ହେଉଛି ଆମର କୃତି। ଏବେ ତୁମେ ଏଠାରୁ ପ୍ରାଣ ଧରି ଯାଅ ଓ ଯାହା ଦେଖିଲ ସେ କଥା ସମସ୍ତଙ୍କୁ କହିଦେବ।