ଜଣେ ଲୋକ ସର୍ବଦା ଭାବୁଥିଲା ଯେ ତା’ ଭଳି ଦୁଃଖୀ କେହି ନାହାନ୍ତି। ତେଣୁ ସର୍ବଦା ଈଶ୍ବରଙ୍କ ପାଖରେ ଅଭିମାନଭରା ଅନୁଯୋଗ କରୁଥିଲା।
ଦିନ ସେ ସ୍ବପ୍ନ ଦେଖିଲା ଯେ ସ୍ବର୍ଗ ବାଣୀ ହେଉଛି ଯେ ଗାଁର ସବୁ ଲୋକ ନିଜ ନିଜ ଦୁଃଖକୁ ଗଣ୍ଠିଲି କରି ପାଖ ମନ୍ଦିରକୁ ଆସନ୍ତୁ। ଭଗବାନ ଅାସି ବିଚାର କରିବେ।
ସେ ଲୋକ ତା’ର ଦୁଃଖତକ ବନ୍ଧାବନ୍ଧି କରି ମନ୍ଦିର ବାହାରିଲା। ସେ ଭାବିଥିଲା ଯେ ତା’ ଭଳି ଦୁଃଖୀ ଲୋକ କମ୍ ଥିବେ। କିନ୍ତୁ ସେ ତାଜୁବ ହେଲା ଯେ ଗାଁ ସାରା ସବୁ ଲୋକ ଆହୁରି ବଡ଼ବଡ଼ ଦୁଃଖର ଗଣ୍ଠିଲି ଧରି ଚାଲିଛନ୍ତି।
ସମସ୍ତେ ମନ୍ଦିରରେ ପହଞ୍ଚିଲେ। ବାରଣ୍ଡାରେ ଗଣ୍ଠିଲିଟିମାନ ଥୋଇ ସମସ୍ତେ ଭଗବାନଙ୍କୁ ଅପେକ୍ଷା କଲେ। କିଛି ସମୟ ପରେ ଭଗବାନ ଆସିଲେ ଆଉ କହିଲେ- ଗୋଟିଏ କାମ କର। ତୁମେମାନେ ନିଜ ନିଜ ଭିତରେ କଥାବାର୍ତ୍ତା ହୋଇ ନିଜ ନିଜ ଗଣ୍ଠିଲିକୁ ଅନ୍ୟମାନଙ୍କ ଗଣ୍ଠିଲି ସହିତ ବଦଳାଇ ଦିଅ। କାରଣ ସମସ୍ତେ କହୁଛ ଯେ ମୋ ଠାରୁ ବେଶୀ ଦୁଃଖୀ କେହି ନାହାନ୍ତି। ତେଣୁ ତୁମ ଦୃଷ୍ଟିରେ ଯଦି ଅନ୍ୟମାନେ କମ୍ ଦୁଃଖୀ, ତେବେ ଗଣ୍ଠିଲି ବଦଳାଇବାରେ ଅସୁବିଧା ହେବନାହିଁ।
ଏହା ଶୁଣିବା ପରେ ସମସ୍ତଙ୍କ ଭିତରେ ଆଲୋଚନା ହେଲା। କିନ୍ତୁ କେହି ନିଜ ଗଣ୍ଠିଲିକୁ ଅନ୍ୟ ସହିତ ବଦଳାଇବାକୁ ଚାହିଁଲେ ନାହିଁ। କାରଣ କିଏ ଜାଣେ ନୂଆ ଗଣ୍ଠିଲିରେ କି ପ୍ରକାର ଦୁଃଖ ଥିବ? ଅନ୍ତତଃ ନିଜେ ଭୋଗୁଥିବା ଦୁଃଖ ବିଷୟରେ କିଛି ଧାରଣା ଅଛି! ଅନ୍ୟର ଦୁଃଖ କ’ଣ ତାହା ତ ଜଣାନାହିଁ।
ଏତିକି ବେଳେ ସେ ଲୋକର ନିଦ ଭାଙ୍ଗିଗଲା। ତାକୁ ହାଲୁକା ଲାଗିଲା। ଯେତିକି ଦୁଃଖ ତାକୁ ମିଳିଛି, ତାହା ଯେ ତା’ର ପ୍ରାପ୍ୟ ସେ ତାହା ବୁଝିଲା। ସେ ବୁଝିଲା ଯେ ସମସ୍ତଙ୍କର କିଛି ନା କିଛି ଦୁଃଖ ଅଛି। ତେଣୁ ଏଣିକି ସେ ଦୁଃଖ ସହିବାର ଶକ୍ତି ଦେବାକୁ ଭଗବାନଙ୍କୁ ପ୍ରାର୍ଥନା କଲା।
କଥାଟିଏ-ଯାଯାବର: ଦୁଃଖର ଗଣ୍ଠିଲି
ଜଣେ ଲୋକ ସର୍ବଦା ଭାବୁଥିଲା ଯେ ତା’ ଭଳି ଦୁଃଖୀ କେହି ନାହାନ୍ତି। ତେଣୁ ସର୍ବଦା ଈଶ୍ବରଙ୍କ ପାଖରେ ଅଭିମାନଭରା ଅନୁଯୋଗ କରୁଥିଲା। ଦିନ ସେ ସ୍ବପ୍ନ ଦେଖିଲା ଯେ ସ୍ବର୍ଗ ବାଣୀ ହେଉଛି ଯେ ଗାଁର ସବୁ ଲୋକ ନିଜ ନିଜ ଦୁଃଖକୁ ଗଣ୍ଠିଲି କରି ପାଖ ମନ୍ଦିରକୁ ଆସନ୍ତୁ। ଭଗବାନ ଅାସି ବିଚାର କରିବେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)