ଜଣେ ବ୍ୟକ୍ତି ଏକ କୁଳୀନ ଓ ପ୍ରତିପତ୍ତିଶାଳୀ ପରିବାରରେ ଜନ୍ମ ନେଇଥିଲେ ବି ଭାଗ୍ୟ ଓ ପରିସ୍ଥିତିର ତାଡ଼ନାରେ ଏମିତି ଦୁଃସ୍ଥିତିରେ ପଡ଼ିଲେ ଯେ ଉପାର୍ଜନ ଲାଗି ରାଜାଙ୍କ ଘୋଡ଼ା ଶାଳରେ କାମ କରିବାକୁ ବାଧୢ ହେଲେ। ଏ କଥା ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ବହୁତ ବାଧିଲା।
ଦିନେ ରାଜା ଛଦ୍ମ ବେଶରେ ବାହାରକୁ ବୁଲିବାକୁ ଯାଇଥିଲେ। ଦୈବାତ୍ ସେ ସେଇ ବ୍ୟକ୍ତିଙ୍କ ଘର ପାଖରେ ପହଞ୍ଚିଗଲେ। ଘର ଭିତରେ ଚାଲୁଥିବା କଥାବାର୍ତ୍ତା ରାଜାଙ୍କୁ ଶୁଣାଯାଉଥିଲା। ରାଜା ଶୁଣିଲେ ସେଇ ବ୍ୟକ୍ତିଙ୍କ ପୁଅ ମନ ଦୁଃଖରେ କହୁଛି- ବାପା, ତୁମକୁ ଆଉ କିଛି କାମ ମିଳିଲା ନାହିଁ ଯେ ତୁମେ ଶେଷରେ ଏହି କାମ କଲ? ମୋ ବନ୍ଧୁମାନେ ପଚାରିଲେ ମୁଁ ତୁମ କାମ ବିଷୟରେ କ’ଣ କହିବି?
ବ୍ୟକ୍ତିଜଣକ କହିଲେ- ପୁଅ, କୌଣସି କାମ ଛୋଟ ବା ବଡ଼ ନୁହେଁ। ବଡ଼ କଥା ହେଲା ତୁମେ ଯେଉଁ କାମ କରୁଛ ସେଇ କାମରେ ନିଷ୍ଠା ପ୍ରକଟ କରିବା। ମୁଁ ନିଷ୍ଠାପର ଭାବେ କାମ କରୁଥିବାରୁ ମୋତେ କିଛି ଖରାପ ଲାଗୁନାହିଁ। ଆଉ ତୋର ସାଙ୍ଗମାନଙ୍କୁ ଯଦି ମୋ ଚାକିରିର ଦାୟିତ୍ବ ବିଷୟରେ କିଛି କହିବାର ଅଛି ତେବେ କହିବୁ ମୋ ବାପା ରାଜାଙ୍କ କଥା ବୁଝନ୍ତି।
ପୁଅ କହିଲା- ରାଜାଙ୍କ କଥା ବୁଝ? ଏ ତ ସତ ନୁହେଁ!
ବ୍ୟକ୍ତି ଜଣକ କହିଲେ- ସଂପୂର୍ଣ୍ଣ ସତ। ମୁଁ ରାଜାଙ୍କ ଘୋଡ଼ାଶାଳରେ କାମ କଲା ବେଳେ ରାଜାଙ୍କ ଘୋଡ଼ାର ବିଶେଷ ତତ୍ତ୍ବ ନିଏ। କାରଣ ରାଜା ସେଇ ଘୋଡ଼ାରେ ସର୍ବଦା ବସନ୍ତି। ଘୋଡ଼ାର କିଛି ଅସୁବିଧା ହେଲେ ରାଜାଙ୍କର ହିଁ କ୍ଷତି ହେବ। ତେଣୁ ମୋ କାମ ଛୋଟ ହୋଇପାରେ, କିନ୍ତୁ ଗୋଟିଏ ପଟୁ ଦେଖିଲେ ମୁଁ ରାଜାଙ୍କ ତତ୍ତ୍ବ ନେଉଥିବା ଲୋକଙ୍କ ଭିତରୁ ମୁଁ ମଧ୍ୟ ଜଣେ।
ରାଜା ଏହା ଶୁଣି ବୁଝିପାରିଲେ ଯେ ସେ ବ୍ୟକ୍ତି ସାଧାରଣ ନୁହନ୍ତି। ତେଣୁ ସେ ପର ଦିନ ତାଙ୍କୁ ଏକ ଉପଯୁକ୍ତ ସ୍ଥାନରେ ଚାକିରି ଦେଲେ।
କଥାଟିଏ-ଯାଯାବର: ରାଜାଙ୍କ କଥା ବୁଝେ
ଜଣେ ବ୍ୟକ୍ତି ଏକ କୁଳୀନ ଓ ପ୍ରତିପତ୍ତିଶାଳୀ ପରିବାରରେ ଜନ୍ମ ନେଇଥିଲେ ବି ଭାଗ୍ୟ ଓ ପରିସ୍ଥିତିର ତାଡ଼ନାରେ ଏମିତି ଦୁଃସ୍ଥିତିରେ ପଡ଼ିଲେ ଯେ ଉପାର୍ଜନ ଲାଗି ରାଜାଙ୍କ ଘୋଡ଼ା ଶାଳରେ କାମ କରିବାକୁ ବାଧୢ ହେଲେ। ଏ କଥା ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ବହୁତ ବାଧିଲା।
/sambad/media/media_files/4gXaeJpVRwjMhCybVeWv.jpg)