ଜଣେ ଚୋର ଥିଲା। ଚୋରି କରିବା ତା’ର ଏଭଳି ଅଭ୍ୟାସଗତ ହୋଇ ଯାଇଥିଲା ଯେ ଚୋରି ଛାଡ଼ି ଦେବ ବୋଲି ଯେତେ ଚେଷ୍ଟା କଲେ ସୁଦ୍ଧା ତାହା ସମ୍ଭବ ହେଉ ନ ଥିଲା। ତେଣୁ ସେ ଥରେ ଜଣେ ଗୁରୁଙ୍କ ନିକଟକୁ ଗଲା।
ଗୁରୁ ତାକୁ କହିଲେ- ବାବୁ କଥାଟା କଷ୍ଟ ନୁହେଁ। ଚୋରି ଛାଡ଼ିବ ବୋଲି ନିଷ୍ପତ୍ତି ନେଇ ଏକା ବେଳକେ ଛାଡ଼ି ଦେ। ଦେଖିବୁ ହୋଇଯିବ।
ଚୋର କହିଲା- ବାବା, ସେମିତି ଅନେକ ବାର କଲିଣି। କିନ୍ତୁ ତାହା ସମ୍ଭବ ହଉନାହିଁ। ଅଭ୍ୟାସ ହୋଇଯାଇଥିବାରୁ ଚୋରି କରିବାକୁ ମନ ଖଲବଲ ହେଉଛି। ତେଣୁ ଆଉ କିଛି ବାଟ ବତାନ୍ତୁ।
ଗୁରୁ କହିଲେ- ଯଦି ଏମିତିକା କଥା, ତାହା ହେଲେ ଚୋରି କର। କିନ୍ତୁ, ଏବେ ଅନ୍ତତଃ ଆଉ ଗୋଟିଏ ଅଭ୍ୟାସ କର। ସଦା ବେଳେ ସତ କଥା କହ। ଚୋରି କରିବା ବା ଛାଡ଼ିବା ସହିତ ଏହାର କୌଣସି ସଂପର୍କ ନାହିଁ। ତେଣୁ ତୁ ତାହା କରି ପାରିବୁ।
ଏହା ଶୁଣି ଚୋର କହିଲା- ହଉ ସବୁ ବେଳେ ସତ କଥା କହିବି।
କିନ୍ତୁ କ୍ରମେ ଚୋର ଦେଖିଲା ଯେ ଭାରି ଅସୁବିଧା ହେଉଛି। ସତ କଥା କହିବାର ଅର୍ଥ ଚୋରି ସ୍ବୀକାର କରିବା, ଜିନିଷ ଫେରାଇବା, କ୍ଷମା ମାଗିବା ଇତ୍ୟାଦି। କ୍ରମେ ସେ ଦେଖିଲା ଯେ ଛୋଟମୋଟ ଚୋରି ବି ସମ୍ଭବ ହେଲା ନାହିଁ। କାହା ବାରିରୁ ଲାଉଟିଏ ଚୋରି ହୋଇଗଲେ ବି ଲୋକେ ତାକୁ ପଚାରୁଥିଲେ ଏବଂ ସେ ଯଦି ଚୋରି କରିଥାଏ, ତେବେ ମାନିବାକୁ ବାଧ୍ୟ ହେଉଥିଲା। ତେଣୁ ଚୋରି କରିବାର ଜଂଜାଳ ବଢ଼ିବାରେ ଲାଗିଲା। କ୍ରମେ ସେ ଚୋରି ଛାଡ଼ିବାକୁ ବାଧ୍ୟ ହେଲା। ଏପଟେ ସତ କହିବାର ଅଭ୍ୟାସ ମିଶି ଗଲାରୁ ସେ କ୍ରମେ ଭଲ ଚରିତ୍ରର ଲୋକରେ ପରିଣତ ହେଲା।
କଥାଟିଏ-ଯାଯାବର: ଗୁରୁଙ୍କ ଉପଦେଶ
ଜଣେ ଚୋର ଥିଲା। ଚୋରି କରିବା ତା’ର ଏଭଳି ଅଭ୍ୟାସଗତ ହୋଇ ଯାଇଥିଲା ଯେ ଚୋରି ଛାଡ଼ି ଦେବ ବୋଲି ଯେତେ ଚେଷ୍ଟା କଲେ ସୁଦ୍ଧା ତାହା ସମ୍ଭବ ହେଉ ନ ଥିଲା। ତେଣୁ ସେ ଥରେ ଜଣେ ଗୁରୁଙ୍କ ନିକଟକୁ ଗଲା।
/sambad/media/media_files/4gXaeJpVRwjMhCybVeWv.jpg)