ଜଣେ ଗୁରୁ ତାଙ୍କର ପଟ୍ଟଶିଷ୍ୟଙ୍କୁ ଅଧିକ ଜ୍ଞାନ ଅର୍ଜନ କରିବା ଲାଗି ତାଙ୍କ ଗୁରୁଙ୍କ ନିକଟକୁ ପଠାଇଲେ। ଶିଷ୍ୟ ଗୁରୁଙ୍କୁ କହିଲେ- ମହାଭାଗ, ଆପଣ ତ ଅସୀମ ଜ୍ଞାନର ଭଣ୍ତାର। ଆପଣ ତ ମୋତେ ସବୁ କଥା ଶିକ୍ଷା ଦେଇପାରି ଥାଆନ୍ତେ, ପୁଣି ଆପଣଙ୍କ ଗୁରୁଙ୍କ ନିକଟକୁ ପଠାଉଛନ୍ତି କାହିଁକି?
ଗୁରୁ କହିଲେ- ତୁମେ ଗଲେ ବୁଝିପାରିବ।
ଶିଷ୍ୟ ଯାଇ ପହଞ୍ଚିଲା ଗୁରୁଙ୍କ ଗୁରୁ ପାଖରେ। ସେ ଥିଲେ ବୃଦ୍ଧ। ନିଜ ଘରର ବାରଣ୍ତାରେ ସେ ବସିଥିଲେ। ତାଙ୍କୁ ଶିଷ୍ୟଟି ପ୍ରଣାମ ଜଣାଇ ତାଙ୍କ ପାଦ ତଳେ ବସିଲା। ବୃଦ୍ଧ ଗୁରୁ ପଚାରିଲେ- କ’ଣ ଜାଣିବାକୁ ଚାହୁଁଛ?
ଶିଷ୍ୟ କହିଲା- ଆପଣ ମୋ ଗୁରୁଙ୍କ ଗୁରୁ। ମୁଁ ଆପଣଙ୍କ ଠାରୁ କିଛି ଶିକ୍ଷା କରିବାକୁ ଚାହେଁ।
ଗୁରୁ କହିଲେ- ମୋର ସବୁଠାରୁ ବଡ଼ ଜ୍ଞାନ ଏବେ ଉଦୟ ହୋଇଛି। ତାହା ହେଲା- ମୁଁ କିଛି ଜାଣେ ନାହିଁ।
ଶିଷ୍ୟ କହିଲା- ଆପଣ ଜଣେ ମହାନ ପଣ୍ଡିତ। ଏତେ ପୁସ୍ତକ, ଗ୍ରନ୍ଥ, ପୋଥି ଆଦି ପଢ଼ିଛନ୍ତି। ମୋ ଗୁରୁ କୁହନ୍ତି ଯେ ଖଣ୍ଡମଣ୍ଡଳରେ ଆପଣଙ୍କ ଭଳି କେହି ଜ୍ଞାନୀ ନାହାନ୍ତି। ଅଥଚ ଆପଣ ଏମିତି କହୁଛନ୍ତି କେମିତି?
ଗୁରୁ କହିଲେ- ବାବୁ ସେଇ ତ କଥା। ମୁଁ ଯେତେବେଳେ ତୁମ ବୟସର ଥିଲି, ସେତିକି ବେଳେ ଜ୍ଞାନ ପିପାସୁ ହୋଇ ସବୁକିଛି ପଢ଼ିଗଲି। ଜ୍ଞାନୀ ହେବା ସହିତ ମନରେ ଭାବିଲି ମୁଁ ସବୁ ଜାଣେ। କିନ୍ତୁ ପରେ ଜାଣିଲି କୌଣସି ବିଦ୍ୟା ସ˚ପୂର୍ଣ୍ଣ ନୁହେଁ, କୌଣସି ତର୍କ ସିଦ୍ଧ ନୁହେଁ, କୌଣସି ବାଦ ଏକାନ୍ତ ଭାବେ ସତ୍ୟ ନୁହେଁ। ସତ୍ୟ ବି ସଦାବେଳେ ସତ୍ୟ ନୁହେଁ, ମିଥ୍ୟା ବି ମିଥ୍ୟା ନୁହେଁ। ଏମିତି ସ˚ଶୟରେ ପଡ଼ିଥିବା ବେଳେ ମୋର ଅହ˚ ଭଙ୍ଗ ହେଲା। ଏହି ସମୟରେ ଚୈତନ୍ୟ ଉଦୟ ହେଲା ଯେ ମୁଁ କିଛି ଜାଣେ ନାହିଁ।
ଶିଷ୍ୟ କହିଲା- ମୁଁ ଧନ୍ୟ ହୋଇଗଲି। ଏବେ ବୁଝିଲି ଯେ କିଛି ଜାଣିନାହିଁ ବୋଲି ଉପଲବ୍ଧି କରିପାରିବା ହିଁ ଏ ସ˚ସାରର ସବୁଠାରୁ ବଡ଼ ଜ୍ଞାନ।
କଥାଟିଏ-ଯାଯାବର: ସବୁଠାରୁ ବଡ଼ ଜ୍ଞାନ
ଜଣେ ଗୁରୁ ତାଙ୍କର ପଟ୍ଟଶିଷ୍ୟଙ୍କୁ ଅଧିକ ଜ୍ଞାନ ଅର୍ଜନ କରିବା ଲାଗି ତାଙ୍କ ଗୁରୁଙ୍କ ନିକଟକୁ ପଠାଇଲେ। ଶିଷ୍ୟ ଗୁରୁଙ୍କୁ କହିଲେ- ମହାଭାଗ, ଆପଣ ତ ଅସୀମ ଜ୍ଞାନର ଭଣ୍ତାର। ଆପଣ ତ ମୋତେ ସବୁ କଥା ଶିକ୍ଷା ଦେଇପାରି ଥାଆନ୍ତେ, ପୁଣି ଆପଣଙ୍କ ଗୁରୁଙ୍କ ନିକଟକୁ ପଠାଉଛନ୍ତି କାହିଁକି?
/sambad/media/media_files/4gXaeJpVRwjMhCybVeWv.jpg)