ମୁଲ୍ଲା ନସିରୁଦ୍ଦିନଙ୍କ ବନ୍ଧୁ ଥିଲେ ବଡ଼ ବିଦ୍ବାନ। ତେଣୁ ସେ ଥିଲେ ତର୍କ ପ୍ରବଣ। ନିଜର ଜ୍ଞାନ ହେତୁ ସେ ସମସ୍ତଙ୍କୁ ହେୟ ମଣୁଥିଲେ, ମୁଲ୍ଲାଙ୍କୁ ମଧ୍ୟ।
ଦିନେ ସେ ଓ ମୁଲ୍ଲା ରାସ୍ତାରେ ଯାଉଥିବା ବେଳେ ଦେଖିଲେ ପ୍ରବଳ ଯୁକ୍ତିତର୍କ ଚାଲିଛି। ଈଶ୍ବର ଅଛନ୍ତି କି ନାହାନ୍ତି ବୋଲି ଯୁକ୍ତିରେ କିଛି ମୂର୍ଖ ଓ ଅପଗଣ୍ତ ମାତିଛନ୍ତି।
ମୁଲ୍ଲା ଏହା ଦେଖି କିଛି ନ ଦେଖିଲା ଭଳି ଆଗକୁ ବଢ଼ିଲା ବେଳେ ତାଙ୍କ ବନ୍ଧୁ ସେ ଯୁକ୍ତିତର୍କ ଭିତରକୁ ଡେଇଁ ପଡ଼ିଲେ। ମୁଲ୍ଲା ହାଁ ହାଁ କରୁ କରୁ ବିଦ୍ବାନ ବନ୍ଧୁ ନିଜ ଯୁକ୍ତି ଦେଇ ‌େଗାଟିଏ ପକ୍ଷକୁ ବୁଝାଇବାକୁ ଲାଗିଥିଲେ।
ପାଟିଗୋଳ ସଙ୍ଗେ ସଙ୍ଗେ ଆହୁରି ତୀବ୍ର ହେଲା ଏବ˚ ବିଦ୍ବାନ ଜଣକୁ ସେମାନେ ଉତ୍ତମ ମଧ୍ୟମ ଦେଇ ବିଦା କରିଦେ‌େଲ।
ବିଦ୍ବାନ ଜଣକ ଏଭଳି ଭୋଗିବେ ବୋଲି ଭାବି ନ ଥିଲେ। ଟିକିଏ ସାଷ୍ଟମ ହେବା ପରେ ସେ ମୁଲ୍ଲାଙ୍କୁ କହିଲେ- ଏ ଲୋକଗୁଡ଼ାକ ମୂର୍ଖ। 
ମୁଲ୍ଲା କହିଲେ- ବନ୍ଧୁ, ଏତକ ଜାଣିବା ଲାଗି ଏମିତି ମାଡ଼ ଖାଇବା ଜରୁରି ନ ଥିଲା। ତୁମେ ଟିକିଏ ବୁଦ୍ଧି ଖଟେଇଥିଲେ ସେ ଭିତରକୁ ପଶି ନ ଥାଆନ୍ତ। 
ବନ୍ଧୁ ଏବେ କହିଲେ- ନସିରୁଦ୍ଦିନ ତୁମେ ଠିକ୍‌ କହିଛ। ମୋ ପାଖରେ ବିଦ୍ୟା ଅଛି, କିନ୍ତୁ ବୁଦ୍ଧି ନାହିଁ।