ଗୋଟିଏ ସହରକୁ ଏକ ନୃତ୍ୟ ଦଳ ଆସିଲା। ସୁନ୍ଦରୀ ନର୍ତ୍ତକୀମାନେ ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କଲେ। ସହରବାସୀ ବେଶ୍ ଉପଭୋଗ କଲେ।
ଦିନେ ସକାଳେ ନୃତ୍ୟ ଦଳର ମୁଖ୍ୟ ଗୋଟିଏ କ୍ଷୁଦ୍ର ଚିଠି ପାଇଲେ। ଚିଠିଟି ଲେଖିଥିଲେ ସହରର ଗୋଟିଏ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ସେ ଲେଖିଥିଲେ- ମହାଶୟ, ଆପଣଙ୍କ ଦଳ ଦ୍ବାରା ପ୍ରଦର୍ଶନ କରାଯାଉଥିବା ନୃତ୍ୟର ବହୁ ପ୍ରଶଂସା ଶୁଣିବାକୁ ପାଉଛି। ମୁଁ ମଧ୍ୟ ନାଚ ଦେଖିବାକୁ ଚାହେଁ। ତେଣୁ ପଚାରୁଛି ଆପଣ ଯେଉଁ ତମ୍ବୁ ପକାଇଛନ୍ତି ତହିଁରେ ପ୍ରବେଶ କରିବା ଲାଗି ପଛପଟେ କୌଣସି ଦ୍ବାର ଅଛି କି? ଯଦି ଅଛି ତେବେ ନୃତ୍ୟ ପ୍ରଦର୍ଶନ ଆରମ୍ଭ ହେବା ସମୟରେ, ଯେତେବେଳେ ସବୁ ଆଲୋକକୁ ଲିଭାଇ ଦିଆଯାଏ, ସେତିକି ବେଳେ ମୁଁ ପଛଦ୍ବାରରେ ପଶି ନୃତ୍ୟ ଦେଖନ୍ତି। ଆପଣ ରାଜି ହେଲେ ତାହା ସମ୍ଭବ ହୁଅନ୍ତା।
ଏହାର ଉତ୍ତରରେ ନୃତ୍ୟ ଦଳର ମୁଖ୍ୟ ଲେଖିଲେ- ମହାଶୟ, ପତ୍ର ପାଇଲି। ଆମ ତମ୍ବୁରେ ଆମେ ପଛପଟେ ଗୋଟିଏ ଗଳାବାଟ ଅବଶ୍ୟ ରଖିଛୁ। କାରଣ ଆମେ ଯେଉଁ ଯେଉଁ ସ୍ଥାନକୁ ଯାଉ, ସେ ସବୁ ସ୍ଥାନରେ ଅନେକ ଭଦ୍ରଲୋକ ଏଭଳି ଗଳାବାଟେର ପଶି ନାଚ ଦେଖିବାକୁ ଚାହାନ୍ତି। ଆପଣ କରିଥିବା ଭଳି ଅନୁରୋଧ ମୁଁ ସବୁବେଳେ ପାଏ। ମୁଁ ଏଥିରେ ରାଜି। ତେବେ କେବଳ ଗୋଟିଏ ପ୍ରଶ୍ନ ପଚାରିବାର ଅଛି। ଆପଣ ସିନା ସହରର ଲୋକଙ୍କ ଆଖିରୁ ବର୍ତ୍ତିଯିବେ, କିନ୍ତୁ ପରମେଶ୍ବରଙ୍କ ଆଖିରୁ ବାଦ ପଡ଼ିବେ କି?
ଏହାର ଏକ ଦୁଇଧାଡ଼ିଆ ଉତ୍ତର ଆସିଲା- ପରମେଶ୍ବର ତ ସବୁ ଦେଖୁଛନ୍ତି। କିନ୍ତୁ ସେ କଥା ଧରିଲେ ଏ ମର୍ତ୍ତ୍ୟରେ ଚଳିହେବ କି?
କଥାଟିଏ-ଯାଯାବର: ନାଚ ଦେଖିବାର ମନ
ଗୋଟିଏ ସହରକୁ ଏକ ନୃତ୍ୟ ଦଳ ଆସିଲା। ସୁନ୍ଦରୀ ନର୍ତ୍ତକୀମାନେ ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କଲେ। ସହରବାସୀ ବେଶ୍ ଉପଭୋଗ କଲେ। ଦିନେ ସକାଳେ ନୃତ୍ୟ ଦଳର ମୁଖ୍ୟ ଗୋଟିଏ କ୍ଷୁଦ୍ର ଚିଠି ପାଇଲେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)