ଥରେ ଦୁଇ ଜଣ ବନ୍ଧୁ ସ୍ଥିର କଲେ ଯେ ସେମାନେ ନିଜ ଜୀବନରେ ସଇତାନକୁ କେବେ ବି ପ୍ରଶ୍ରୟ ଦେବେ ନାହିଁ। ନିଜର ହୃଦୟକୁ ଈଶ୍ବରଙ୍କ ବିହାର ସ୍ଥଳରେ ପରିଣତ କରିବେ।
ଥରେ ଜଣେ ସନ୍ନ୍ୟାସୀଙ୍କ ଭେଟ ଏଇ ଦୁଇ ବନ୍ଧୁଙ୍କ ସହିତ ହେଲା। ତାଙ୍କୁ ଲାଗିଲା ସତେ ଯେମିତି କିଛି ଅଲୌକିକ ଈଶ୍ବରୀୟ ସତ୍ତାଙ୍କ ସହିତ ତାଙ୍କର ସାକ୍ଷାତ ହେଉଛି। କାରଣ ବାତାବରଣରେ ସେ ଏକ ଅନନ୍ୟ ଉଷ୍ମତା ଅନୁଭବ କଲେ। କଥା ପ୍ରସଙ୍ଗରେ ଦୁଇ ବନ୍ଧୁ ସନ୍ନ୍ୟାସୀଙ୍କୁ ଜଣାଇଲେ- ମହାତ୍ମା, ହୃଦୟରୁ ଆମେ ସୈତାନକୁ ବହିଷ୍କାର କରିଦେଇଛୁ।
ସନ୍ନ୍ୟାସୀ କହିଲେ- ଆପଣ ଠିକ୍ କହିଛନ୍ତି। ଏଠିକାର ବାତାବରଣରେ ମୁଁ ତାହା ଉପଲବ୍ଧି କରିଛି।
କଥା ବାର୍ତ୍ତା ପରେ ସନ୍ନ୍ୟାସୀ ଯିବାକୁ ବାହାରିଲେ। ସେତିକି ବେଳେ ସେ ଜଣେ ବନ୍ଧୁଙ୍କ କାନରେ ଫୁସ୍ଫୁସ୍ କରି କହିଲେ- ମୁଁ ତୁମକୁ କିଛି କହିନାହିଁ।
ସନ୍ନ୍ୟାସୀ କାହିଁକି ଏମିତି କହିଗଲେ, ସେ କଥା କାନରେ ଶୁଣିଥିବା ବନ୍ଧୁ ହଠାତ୍ ବୁଝିପାରିଲେ ନାହିଁ। ତେବେ ଏ କଥାଟି ଦେଖିଥିବା ଆର ବନ୍ଧୁ ପଚାରିଲେ- ତୁମ କାନରେ ସାଧୁ କ’ଣ କହିଲେ?
ବନ୍ଧୁ ଜଣକ ଯାହା ଶୁଣିଥିଲେ ତାହା କହିଲେ। କିନ୍ତୁ ତାହା ଆର ବନ୍ଧୁଙ୍କୁ ସନ୍ତୁଷ୍ଟ କଲା ନାହିଁ। ତାଙ୍କ ମନରେ ଏକ କ୍ଷୀଣ ସନ୍ଦେହ ଜାତ ହେଲା। କହିବା ବାହୁଲ୍ୟ ହୃଦୟରେ ସଇତାନ ମୁଣ୍ତ ଟେକିବା ଆରମ୍ଭ କରିଥିଲା।
କଥା ହେଲା, ସନ୍ନ୍ୟାସୀ ଜଣକ ଯାହା ବୁଝିଥିଲେ, ଦୁଇ ବନ୍ଧୁ ତାହା ବୁଝି ନ ଥିଲେ। ସାଧୁ ଜାଣିଥିଲେ ଯେ ଯେଉଁଠି ଈଶ୍ବର ରହିବେ ସେଠାରୁ ସଇତାନକୁ ବହିଷ୍କାର କରିବା ଅସମ୍ଭବ। ସେ ମଧ୍ୟ ପାଖେ ପାଖେ ଥାଏ। କୌଣସି ନା କୌଣସି ଖଞ୍ଜରେ ସୁଯୋଗ ଦେଖି ହୃଦୟରେ ପଶି ଯାଇଥାଏ।
କଥାଟିଏ-ଯାଯାବର: ଭଗବାନ ଓ ସଇତାନ
ଥରେ ଦୁଇ ଜଣ ବନ୍ଧୁ ସ୍ଥିର କଲେ ଯେ ସେମାନେ ନିଜ ଜୀବନରେ ସଇତାନକୁ କେବେ ବି ପ୍ରଶ୍ରୟ ଦେବେ ନାହିଁ। ନିଜର ହୃଦୟକୁ ଈଶ୍ବରଙ୍କ ବିହାର ସ୍ଥଳରେ ପରିଣତ କରିବେ। ଥରେ ଜଣେ ସନ୍ନ୍ୟାସୀଙ୍କ ଭେଟ ଏଇ ଦୁଇ ବନ୍ଧୁଙ୍କ ସହିତ ହେଲା।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)