ଜଣେ ମହିଳା ୟୁଜି କୃଷ୍ଣମୂର୍ତ୍ତିଙ୍କ ପାଖରେ ପହଞ୍ଚି ନିଜ ବୈବାହିକ ଜୀବନ କେତେ ଦୁଃଖପୂର୍ଣ୍ଣ ତାହା କହି କାନ୍ଦି ପକାଇଲେ। ୟୁଜିକେ ତାଙ୍କ ଦୁଃଖର କାରଣ କ’ଣ ବୋଲି ପଚାରନ୍ତେ ମହିଳା କହିଲେ- ମୋ ସ୍ବାମୀ ମୋତେ ବହୁତ ନଜରଅନ୍ଦାଜ କରୁଛନ୍ତି ଏବ˚ ତାଙ୍କ ସ˚ପର୍କୀୟମାନଙ୍କୁ ବହୁତ ଗୁରୁତ୍ବ ଦେଉଥିବା ବେଳେ ମୋ ସ˚ପର୍କୀୟମାନଙ୍କୁ ଆଦୌ ପଚାରୁ ନାହାନ୍ତି। ଏମିତି ହେଲେ ସ˚ପର୍କର ଭାରସାମ୍ୟ ରହୁନାହିଁ। ଏହା ମୋତେ ଦୁଃଖ ଦେଉଛି।
ଏହା ଶୁଣିବା ପରେ ୟୁଜିକେ କହିଲେ- ଏବେ ଆପଣ ମୋତେ ବାଧୢ କଲେ ମୁଲ୍ଲା ନସିରୁଦ୍ଦିନଙ୍କ ସ˚ସାର ବାବଦରେ କଥାଟିଏ କହିବା ଲାଗି।
ମୁଲ୍ଲାଙ୍କ ପତ୍ନୀ ବି ଦିନେ ଘରେ କାନ୍ଦିକାଟି ଗଡ଼ିଲେ। ମୁଲ୍ଲା ଦେଖିଲେ ଭାରି ଅସୁବିଧା କଥା। ସେ ପତ୍ନୀଙ୍କୁ ତାଙ୍କ ଦୁଃଖର କାରଣ କ’ଣ ବୋଲି ପଚାରିଲେ।
ମୁଲ୍ଲାଙ୍କ ପତ୍ନୀ କହିଲେ- ମୋ ଅସୁବିଧାର କାରଣ ହେଉଛ ତୁମେ। ତୁମେ ସଦାବେଳେ ତୁମ ସ˚ପର୍କୀୟମାନଙ୍କୁ ମୋ ସ˚ପର୍କୀୟମାନଙ୍କ ଠାରୁ ଅଧିକ ଭଲ ପାଉଛ। ଏହା ମୋ ଲାଗି ଅସହ୍ୟ ହେଲାଣି।
ମୁଲ୍ଲା କହିଲେ- ତୁମେ ମିଛ କହୁଛ। ମୁଁ ପ୍ରମାଣ କରିଦେବି ଯେ ମୁଁ ମୋ ସ˚ପର୍କୀୟମାନଙ୍କ ଠାରୁ ତୁମ ସ˚ପର୍କୀୟମାନଙ୍କୁ ଅଧିକ ଭଲ ପାଏ।
ମୁଲ୍ଲାଙ୍କ ପତ୍ନୀ କହିଲେ- ଦମ୍ ଅଛି ତ ଗୋଟିଏ ହେଲେ ବି ପ୍ରମାଣ ଦିଅ।
ମୁଲ୍ଲା କହିଲେ- ଶୁଣ, ମୁଁ ମୋ ଶାଶୂଙ୍କ ଠାରୁ ତୁମ ଶାଶୂଙ୍କୁ ଅଧିକ ଭଲ ପାଏ। ଠିକ୍ ନା ଭୁଲ୍? ଆଉ ଉଦାହରଣ ଦେବି କି?
ମୁଲ୍ଲାଙ୍କ ପତ୍ନୀ ଚୁପ୍ ହୋଇଗଲେ।
ଏହା ପରେ ୟୁଜିକେ କହିଲେ- ଏ କଥାଟି କହିବାର ଅର୍ଥ ହେଲା ବିବାହ ପରେ ଉଭୟ ପକ୍ଷ ପରସ୍ପରର ସ˚ପର୍କୀୟ ହୋଇଯାଆନ୍ତି। ସେଥିରେ ମୋର ଓ ତୋର ବୋଲି ଯେଉଁ ବିଚାର; ତାହା ଅବାନ୍ତର ଓ ବିପଜ୍ଜନକ।
କଥାଟିଏ-ଯାଯାବର: ମୋର ଓ ତୋର
ଜଣେ ମହିଳା ୟୁଜି କୃଷ୍ଣମୂର୍ତ୍ତିଙ୍କ ପାଖରେ ପହଞ୍ଚି ନିଜ ବୈବାହିକ ଜୀବନ କେତେ ଦୁଃଖପୂର୍ଣ୍ଣ ତାହା କହି କାନ୍ଦି ପକାଇଲେ। ୟୁଜିକେ ତାଙ୍କ ଦୁଃଖର କାରଣ କ’ଣ ବୋଲି ପଚାରନ୍ତେ ମହିଳା କହିଲେ- ମୋ ସ୍ବାମୀ ମୋତେ ବହୁତ ନଜରଅନ୍ଦାଜ କରୁଛନ୍ତି ଏବ˚ ତାଙ୍କ ସ˚ପର୍କୀୟମାନଙ୍କୁ ବହୁତ....
/sambad/media/media_files/4gXaeJpVRwjMhCybVeWv.jpg)