ଭଗବାନ ସୃଷ୍ଟି ତିଆରି କଲା ବେଳେ ସୈତାନକୁ ଦୂରରେ ରଖିଲେ। କାରଣ ତା’ର ଦୁଷ୍ଟ ବୁଦ୍ଧିକୁ ଭଗବାନ ଭଲ ପାଉ ନ ଥିଲେ। ତେଣୁ ସୈତାନ ରାଗି ଯାଇ ଭଗବାନଙ୍କ ଉପରେ ପ୍ରତିଶୋଧ ନେବାକୁ ଛପି ରହିଲା।
ସୃଷ୍ଟି ତିଆରିର ଶେଷ ପାଦରେ ଭଗବାନ ମଣିଷକୁ ସୃଷ୍ଟି କଲେ। ସେ ଚାହିଁଲେ ଯେ ମଣିଷଠାରେ ସବୁ ପ୍ରକାର ଭଲ ଗୁଣ ଦେବେ। ମଣିଷ ହେବ ମର୍ତ୍ତ୍ୟରେ ଭଗବାନଙ୍କ ପ୍ରତିରୂପ। ସେଥି ଲାଗି ଭଗବାନ ମଣିଷ ଠାରେ ସବୁ ପ୍ରକାର ଭଲ ଗୁଣ ଦେବାକୁ ଚାହିଁଲେ। ଏଣେ ସୈତାନ ମନେ ମନେ ସ୍ଥିର କଲା ଯେ ଯେମିତି ହେଲେ ଭଗବାନଙ୍କ ଏହି ସୃଷ୍ଟିର ଉଦ୍ଦେଶ୍ୟକୁ ପଣ୍ତ କରିଦେବ। ତେଣୁ ସେ ସୁଯୋଗ ଅପେକ୍ଷାରେ ରହିଲା।
ମଣିଷର ସ୍ଥୂଳ ଶରୀର ତିଆରି କରି ସାରିବା ପରେ ଭଗବାନ ତା’ ଠାରେ ନାନା ପ୍ରକାର ଭଲ ଗୁଣ ଦେବାକୁ ଚିନ୍ତା କରୁଥିବା ବେଳେ ଗୋଟିଏ ଅସତର୍କ କ୍ଷଣର ସୁଯୋଗ ନେଇ ସେ ଅଦୃଶ୍ୟ ହୋଇ ମଣିଷର ଜିଭ ଭିତରେ ଲୁଚିଗଲା। ଭଗବାନ ଯେମିତି ସୃଷ୍ଟି କରିଥିଲେ, ମଣିଷ ମର୍ତ୍ତ୍ୟକୁ ଆସି ସୁୁଖଶାନ୍ତିରେ ରହିବା କଥା। କିନ୍ତୁ ସେମିତି ହେଲା ନାହିଁ। କାରଣ ଅଦୃଶ୍ୟ ସୈତାନ ମଣିଷର ଜିଭରୁ ଏମିତି ଏକ ଅସ୍ତ୍ରରେ ପରିଣତ କରିଦେଲା ଯେ ତା’ର ହାଣରେ ରକ୍ତ ବହିଲା ନାହିଁ ସିନା, ଯୁଦ୍ଧ, ରକ୍ତପାତ ଆଦି ଘଟିଗଲା, ଶତ୍ରୁତା ବଢ଼ି ଚାଲିଲା। କାରଣ ଜିଭର କଥା ମର୍ମକୁ ବିନ୍ଧି ଚାଲିଲା।
ଏ ସବୁ ଦେଖିବା ପରେ ବିସ୍ମିତ ଭଗବାନ ସୈତାନର ଫିସାଦି ବିଷୟ ଜାଣି ପାରିଲେ। କିନ୍ତୁ ଆଉ କିଛି କରିବାର ଉପାୟ ନ ଥିଲା। େସ କେବଳ ଏତିକି କଲେ ଯେ ଯେଉଁ ଜିଭ ମରମ ବିନ୍ଧିଲା ଭଳି କଥା କହିଲା ସେହି ଜିଭ ଭୁଲ୍ ସ୍ବୀକାର କରି କ୍ଷମା ମଧ୍ୟ ମାଗିଲା। ସେହି ଦିନ ଠାରୁ ଭଗବାନ ଓ ସୈତାନ ମଧ୍ୟରେ ଲୁଚାଛପା ଖେଳ ଆମ ଜିଭ ଦେଇ ଚାଲିଛି। ଭଗବାନ ଜିତିଲେ ଶାନ୍ତି ବିରାଜୁଛି, ସୈତାନ ଜିତିଲେ ଅଶାନ୍ତି ହେଉଛି।
କଥାଟିଏ-ଯାଯାବର: ଭଗବାନ ଓ ସୈତାନ
ଭଗବାନ ସୃଷ୍ଟି ତିଆରି କଲା ବେଳେ ସୈତାନକୁ ଦୂରରେ ରଖିଲେ। କାରଣ ତା’ର ଦୁଷ୍ଟ ବୁଦ୍ଧିକୁ ଭଗବାନ ଭଲ ପାଉ ନ ଥିଲେ। ତେଣୁ ସୈତାନ ରାଗି ଯାଇ ଭଗବାନଙ୍କ ଉପରେ ପ୍ରତିଶୋଧ ନେବାକୁ ଛପି ରହିଲା।
/sambad/media/media_files/4gXaeJpVRwjMhCybVeWv.jpg)